ସାହିତ୍ୟ ଅଗଣାତୃପ୍ତି ରାଣୀ ପାତ୍ର ଙ୍କ କବିତା l l ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମଦିନ by Sunil Chandra NayakDecember 27, 2022December 28, 2022087 Share6 ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମଦିନ ତୃପ୍ତି ରାଣୀ ପାତ୍ର ହେ ଈଶ୍ୱ ନନ୍ଦନ ରାଜଧିରାଜନ ମହାମହିମ ଈଶ୍ୱର ଆଶ୍ଚର୍ଯ୍ୟ ସମ୍ଭୂତ ପରାକ୍ରାନ୍ତ ଲଗ୍ନ ନଥିଲା ସ୍ଥାନ ତୁମ୍ଭର । ଜନ ଗଣନାର କରମ ସେଦିନ ନାମ ଲେଖାଇବା ପାଇଁ ଚାଲିଚାଲି ପାଦେ କରିଲ ସମ୍ପନ୍ନ ମାତା ମରିୟମ ନାମ୍ନୀ । ଚତୁର୍ଦ୍ଦିଗ ଭରା ଜନ ସମାଗମ ନମିଳିଲା ଗୃହେ ସ୍ଥାନ ଈଶ୍ୱରଙ୍କ ଇଚ୍ଛା ହୋଇଲା ପୂରଣ ଜନ୍ମିଲ ଗୋରୁ ଅଙ୍ଗନ । ରାଜା ମାନଙ୍କର ମହାନ ରାଜନ ଇମାନୁୟେଲ ସୁ ନାମେ ବିଚଳିତ ହୋଇ ହେରୋଦ ରାଜନ ଚକିତ ହେଲେ ଶ୍ରବଣେ । କୁମନ୍ତ୍ରଣା କରି ମାରିବା ନିମନ୍ତେ ଗୁପ୍ତରେ ଯୋଜନା କଲେ ଈଶ୍ୱ ତନୟସେ କେ ମାରିବ ସତେ ବଞ୍ଚି ଶକ୍ତି ପ୍ରକାଶିଲେ । ଦୟା କ୍ଷମା ପ୍ରେମ ହୃଦୟେ ଆଚରି ଦିବ୍ୟ ଶକ୍ତି ପ୍ରକାଶିଲେ ମୃତକୁ ଜୀବନ ବଧୀରେ ଶ୍ରବଣ ପିତା କର୍ମ ସମ୍ପାଦିଲେ । ସେଦିନର ବଡ଼ଦିନ ଅବସରେ ଶିଶୁ ଯୀଶୁ ଜନ୍ମିଥିଲେ ଏହି ବଡ଼ଦିନେ ଉଦ୍ଦୀପିତ କରେ ପ୍ରତି ଅନ୍ତର ଆତ୍ମାରେ। ଅନ୍ତରେ ଜନମି ଦିଅ ଏହି ଦିନେ ତୁମରି ଗୁଣ ସୁରଭି ସ୍ୱର୍ଗଲୋକରେ ଦେଖି ପାରି ମନେ ଝରିବ ପ୍ରେମ ଦୁନ୍ଦୁଭି । ନାହାଁନ୍ତି ଆଜି ସେ ବେଥଲିହିମରେ ଅଛନ୍ତି ପ୍ରତି ଅନ୍ତରେ ନେବାକୁ ଜନମ ଆବିଳ ହୃଦୟେ ଡାକନ୍ତି କେତେ ଆତୁରେ । ସହଦେବଖୁଣ୍ଟା,ବାଲେଶ୍ଵର