ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

   ଜଣାଣ

 

    ମାନଗୋବିନ୍ଦ ସ୍ବାଇଁ

ପ୍ରଭୁ ନିଳାଞ୍ଚଳେ ମନ୍ଦିରେ ଉଡୁଛି
     ତୋ ନାଲିଆ ଧ୍ଵଜ ବାନା
ପ୍ରଣାମ କରୁଛି ସଞ୍ଜ ସକାଳରେ
       ଭକ୍ତ କରୁଛି ସାଧନା।
ସାଗର ଜଳରେ ସ୍ନାନ କରି ଯାଏ
      ଗରୁଡ଼ ସ୍ତମ୍ଭେ ଦର୍ଶନ
ମୋ ଦୁଃଖ ଜଣାଇ ଜଣାଣ କରୁଛି
    ପ୍ରଭୁ ଫେଡ ମୋ କଷଣ।
ବାଇଶି ପାହାଚ ହରିରାମ ଜପି
    ରତ୍ନବେଦୀ ମୋ ସୁନ୍ଦର
ଚାହିଁ ଦେଲେ ପ୍ରଭୁ ମିଳିଥାଏ ସବୁ
     ମୋ ଭାବ ଭକ୍ତି ମଧୁର।
ଜଗତର ନାଥ ଆହେ ଜଗନ୍ନାଥ
    ଦୀନଦୟା କୃପାସିନ୍ଧୁ
କରୁଣା କରହେ ନକର ହେ ଉଣା
    ଭକତ ତୁମରି ବନ୍ଧୁ।
ସର୍ବ ନାମ ତୁମେ ତୁମରି ପାଖରେ
        ଶରଣ ନେଉଛି ପାଦେ
ମୋ ଭାଗ୍ୟ ଉଦ୍ଧାର ତୁମରି ହାତରେ
    ତୁମେ ମୋ ଭାଗ୍ୟ ସଂପଦେ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଭାଗବତ ପ୍ରସାଦ ଙ୍କ କବିତା = ସାମ୍ବାଦିକତା = ସମ୍ବିଧାନ ର ଗୌରବ ଗାଥା

Sunil Chandra Nayak

କବିତା – ସିନ୍ଦୂର

masiha

ଜୟ କୁମାର ମିଶ୍ର ଙ୍କ କବିତା = ପୋଡ଼ାଶୀ ଘର, ଗାଉଁଲି ଝିଅ

masiha

Leave a Comment

error: Content is protected !!