ସାହିତ୍ୟ ଅଗଣାରତିନାରାୟଣ ରାଉତ ଙ୍କ କବିତା l l ଶ୍ରୀଜଗନ୍ନାଥ l l by Sunil Chandra NayakDecember 26, 2022062 Share1 l l l ଶ୍ରୀଜଗନ୍ନାଥ l l l ଶିରିକ୍ଷେତ୍ର ଧାମ ଶଙ୍ଖକ୍ଷେତ୍ର ନାମ ଚାରିଧାମେ ଶ୍ରେଷ୍ଠ ଅଟେ ଦାରୁବ୍ରହ୍ମ ରୂପେ ପୂର୍ଣ୍ଣବ୍ରହ୍ମ ସେହି ବିରାଜିତ ସବୁ ଘଟେ ॥ ଗଦା ପଦ୍ମ ଚକ୍ର ଶଙ୍ଖ ଶୋଭେ ହସ୍ତେ ରତନବେଦୀ ଉପର ଭାଇ ହଳଧର ସୁଭଦ୍ରା ଭଉଣୀ ବସିଛନ୍ତି ସାଥେ ତାର ॥ ଭୂଦେବୀ ଶ୍ରୀଦେବୀ ମଦନ ମୋହନ ସାଥେ ବିଜେ ସୁଦର୍ଶନ ତା ଚକା ଆଖିରେ ଜଗତ ଦେଖୁଛି ପରଖି ଭକତଜନ ॥ ନୀଳଚକ୍ରେ ତାର ପତିତ ପାବନ ଡାକଇ ଆସ ପତିତ ଉଦ୍ଧାର କରିବା ନିମନ୍ତେ ବସିଛି ବାହୁ ମେଲି ଦୁଇହାତ ॥ ବଡ଼ଦାଣ୍ଡେ ଯାତ ବଡ଼ ତା ଦେଉଳ ବଡ଼ପଣ୍ଡା ପୂଜେ ତାର ସବୁ ତାର ବଡ଼ ବିଶ୍ଵର ଠାକୁର ନାହିଁ ପାତର ଅନ୍ତର ॥ ଜଗନ୍ନାଥ ଦେଶ ଓଡ଼ିଶା ପ୍ରଦେଶ ବିଶ୍ଵରେ ବିଖ୍ୟାତ ନାମ ଓଡ଼ିଆ ଜାତିର ଆରାଧ୍ୟ ଦେବତା ଜଗନ୍ନାଥ ପୂର୍ଣ୍ଣବ୍ରହ୍ମ ॥ ରତିନାରାୟଣ ରାଉତ ହରିଚନ୍ଦନପୁର, କେନ୍ଦୁଝର, ଓଡ଼ିଶା