ସାହିତ୍ୟ ଅଗଣାମଧୁସୂଦନ ମହାପାତ୍ର ଙ୍କ କବିତା //ଶୋଷଣର ସୈତାନ ! by Sunil Chandra NayakDecember 26, 2022December 26, 20220100 Share0 ଶୋଷଣର ସୈତାନ ତୁମେ କୁହ ସାଧୁଜନେ? ଯେଉଁଠି ଆଜି ପ୍ରତିଶୃତି ପାଲଟିଛି ପ୍ରବଚନ ନୀତିଶବୁ ନିଷ୍ଠାହୀନ ସେବାମାଗେ ମୁଲ ଧର୍ମ ଏଠି ପ୍ରହସନ. ଅଙ୍ଗଳ ଆରତୀରେ ସାମ୍ପ୍ରଦାୟିକ ଭଜନ ! ଶୋଳ୍କମାନେ ଧଉଥାନ୍ତି ବଡ଼ଦାଣ୍ଡରେ. ବେପାରୀଙ୍କ ବଂଶୀବାଦ ନରେ ! ସଂସାରକୁ ଶୁଣାଇ ସଂସ୍କାର ଭାଷଣ ଆମକୁ ବସେଇ ପିଣ୍ଡାରେ ! ତୁ ‘କହ କବି? ଫୁଟେଇବୁ କେମିତି ଏଠି ମାନବିକତାରେ ମହକୁ ଥିବା ମଧୁ ମାଳତୀର ଫୁଲ, ପିନ୍ଧେଇବାକୁ ସାମ୍ୟବାଦୀ ସଦଭାବନାର ମାଳ ସବୁରୀ ବେକରେ ! ସବୁତ ଧାନ୍ତି ଏଠି ମୁଣ୍ଡେଇ ବୁଲିବାକୁ ଧନୀ ଙ୍କ ଗଣ୍ଠୁଲି, ତାଙ୍କୁ କ’ଣ ପିନ୍ଧେଇ ପାରିବୁ ଗୈରିକ ବସନ ? ନାଁ ପଢ଼େଇହେବ ସର୍ବ ହରାକୁ ପୁଞ୍ଜିପତିଙ୍କ ପାଠଶାଳାରେ ସମାଜ ବିଜ୍ଞାନ ? କେବେ କ ‘ଣ ଶାସକଙ୍କୁ ଶୁଣେଇ ହେବ ବିଭୂକ୍ଷୀତ ଙ୍କ ଆକୁଳ କ୍ରନ୍ଦନ ! ନାଁ ଶିଖେଇ ହେବ ଜୀଇଁ ବାକୁ ସନ୍ୟାସ ଜୀବନ ! ହେ “ସାଧୁ ଜନ ? ତୁମେ ଦେଖିପାରିବ ନାଁ ଦେଖେଇପାରିବ ସନ୍ତାକାର ଦିଶୁଥିବା ଏ ଶାସକ ମାନଙ୍କ ମୁଣ୍ଡରେ ଡିଆଁ ମାରୁଛନ୍ତି କେମିତି ଶୋଷଣର ସୈତାନ ! ମଧୁସୂଦନ ମହାପାତ୍ର ନିଳାଦ୍ରୀବିହାର (ଝୁଂପାଣ ) ନଗୁଆଁ. ଯାଜପୁର