ସାହିତ୍ୟ ଅଗଣାତୃପ୍ତି ରାଣୀ ପାତ୍ର ଙ୍କ କବିତା//ହେ ତେଇଶି by Sunil Chandra NayakJanuary 2, 2023070 Share2 ହେ ତେଇଶି ତୃପ୍ତି ରାଣୀ ପାତ୍ର ହେ ଦୁଇହଜାର ତେଇଶି ନେଇ ଆସ ଧରି ସାଥେ ଖୁସି ତୁମରି ପରଶେ ସୁଖି ହୋଇ ଆମେ ଲଭୁଥିବୁ ସଦା ଖୁସି ହେ ତେଇଶି । ପରସ୍ପର ମଧ୍ୟେ ବାଣ୍ଟିଦିଅ ଆସି ଦୟା କ୍ଷମା ସ୍ନେହ ଶ୍ରଦ୍ଧା ହସି ଲାଞ୍ଚ ମିଛ ହିଂସା ଦ୍ୱେଷ ଦିଅ ନାଶି ପ୍ରେମର ରୋଷଣୀ ଦିଅ ବରଷି ହେ ତେଇଶି ହେ ତେଇଶି । ହେ ତେଇଶି ସାଥେ ନେଇଆସ ଏହି ଖୁସି ମଧୁର ପରଶେ ସଭିଙ୍କ ଭିତରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସାମ୍ୟବାଦ ଦିଅ ବର୍ଷି । ହେ ପ୍ରିୟ ତେଇଶି ଆସ ନେଇ ହସଖୁସି ତୁମରି ସୁନେଲି କିରଣ ଝଲସି ହଜିଯାଉ ରୋଗ ଦୁଃଖ ବିଧ୍ୱଂସି ହେ ତେଇଶି ହେ ତେଇଶି ନେଇଆସ ତୁମେ ଖୁସି ବାସି ହେ ତେଇଶି ହେ ତେଇଶି । ସହଦେବଖୁଣ୍ଟା , ବାଲେଶ୍ଵର