ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବିଳାସିନୀ ପୃଷ୍ଟି ଙ୍କ କବିତା l l l ବଡ଼ଦିନ l l l

l l l ବଡ଼ଦିନ l l l

ହେ ଯୀଶୁ ତୁମେ ଶାନ୍ତି ବାର୍ତ୍ତା ନେଇ
ଧରାଧାମେ ଅବତରି
ପ୍ରତି ହୃଦୟରେ ବିଞ୍ଚି ଦେଇଗଲ
ଶାନ୍ତି ସୁଧା ପ୍ରେମ ବାରି 
ଅମୃତ ସନ୍ତାନ ସର୍ବେ ଏକାକାର
ବାଣ୍ଟିଛ ଅମୃତ ବାର୍ତ୍ତା
କୁସବିଦ୍ଧ କରି ଖଳକାମୀ କିଛି
ଦେଇଥିଲେ ଯେତେ ବାଧା
ତଥାପି କରିଛ ମଙ୍ଗଳ କାମନା
ହସିଉଠୁ ଏହି ବିଶ୍ୱ
ଆମେରେ ସରବେ ଈଶ୍ୱର ସନ୍ତାନ
ନୋହୁ ଆମେ କେହି ନିଶ୍ଵ
ଆତ୍ମା ଅବିନାଶୀ ମୃତ୍ୟୁ ନାହିଁ ଏହା
ଶିଷ୍ୟଙ୍କୁ ବୁଝାଇ ଦେଲ
କୁଶବିଦ୍ଧ ପରେ ସନ୍ତାନ ଗଣଙ୍କୁ
ଚେତାବନୀ ଦେଇଗଲ
ଆଜିବି ପାଳୁଛୁ ଡିସେମ୍ବର ମାସ
ପଚିଶ ତାରିଖ ଦିନ
ବଡ଼ଦିନ ପର୍ବ ତୁମ ନାମ ଘୋଷେ
ଧନ୍ୟ ଯୀଶୁ ତୁମେ ଧନ୍ୟ
ଧନ୍ୟ ଯୀଶୁ ତୁମେ ଧନ୍ୟ

ବିଳାସିନୀ ପୃଷ୍ଟି,

ଭୁବନ, ଢେଙ୍କାନାଳ

Related posts

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ କବିତା = ବର୍ଷା

masiha

ଜୟ କୁମାର ମିଶ୍ର ଙ୍କ କବିତା = ପୋଡ଼ାଶୀ ଘର, ଗାଉଁଲି ଝିଅ

masiha

ଭାଗବତ ପ୍ରସାଦ ଙ୍କ କବିତା = ସାମ୍ବାଦିକତା = ସମ୍ବିଧାନ ର ଗୌରବ ଗାଥା

Sunil Chandra Nayak

Leave a Comment

error: Content is protected !!