ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

କବିତା – ସିନ୍ଦୂର

ସିନ୍ଦୂର 

——————————–
ଆକାଶ ମାର୍ଗରୁ ଝଡ଼ ଭଳି ଆଜି 
ସିନ୍ଦୂର ରଚିଛି ଧ୍ୱଂସ 
ଵିଧ୍ଵଂସିତ କଲା ନଅଟି ସ୍ଥାନକୁ 
ଆତଙ୍କିକୁ କଲା ପାଂଶ 
ହଇଚଇ କଲା ଏୟାର ଷ୍ଟ୍ରାଇକ 
ବିଜନ ମଧ୍ୟ ରାତ୍ରରେ 
ହତବାକ ହେଲା ପାକ ସଇନି 
ଲୁଚିଅଛି ଅବା ଡରେ 
ଧ୍ୱସ୍ତ ବିଧ୍ୱସ୍ତ କରିଛ ଶିବିର 
ବହୁଅଛି ରକ୍ତ ସୁଅ 
ଆହୁରି ବିନାସ ଲିଳା ରଚିବାକୁ 
ସଜାଗ ଏବେରେ ହୁଅ 
ଜଳିଯାଉ ସବୁ ଆତଙ୍କର ଖେଳ
ହେଉ ମୂଳ ଉତ୍ପାଟନ
ଛାଉଣୀ ହୁଅରେ ସୀମାନ୍ତ ରେ ଯାଇଁ
ବରଷୁ ମେଘ କମାଣ
ବାଜିବ ଆଜିତ ଯୁଦ୍ଧ ର ବିଘୁଲ
ସତର୍କତା ଅଭିଯାନେ
କରିଅଛୁ ପଣ କରିବୁ ଗୋ ରଣ
ରଖି ଦେଶ ସସମ୍ମାନେ
ଧର୍ମର ଧ୍ୱଜ ତ୍ରିରଙ୍ଗ କେତନ
ଉଡାଇବୁ ଆମେ ଆଜି
ସମୂଳେ ନିପାତ କରିବାକୁ ତହିଁ
ଜୀବନକୁ ଦେଇ ବାଜି
ବାଜି ଉଠୁଅଛି ରଣ ଦିନ୍ଦୁଭି
ଉଠୁଛି ପଡୁଛି ବିଶ୍ୱ
ବିଶ୍ୱ ମାଚିତ୍ରେ ନିଶ୍ଚିହ୍ନ କରିବୁ
ନାହିଁ କିଛି ଅବକାଶ
ଅନ୍ତରେ ଆମ ଉତ୍ସ୍ଚୁକ ଖେଳେ
ଅନନ୍ତ ଅସୀମ ବଳ
ଭାଙ୍ଗଦେବୁ ତୁମ ଛଳନାର ଖେଳ
ଦିଶୁଅଛି ଜଳଜଳ
ସବୁଦେଶ ଆଜି ହୋଇଅଛି ମେଳି
ଆଖିରେ ଅଗ୍ନିସ୍ପୁଲିଙ୍ଗ
ଦଳିଦେବୁ ତୁମ ଆତଙ୍କ ରାଜକୁ
ସରିଯିବ ସବୁ ରଙ୍ଗ
ରକ୍ତ ର ନଦୀ ବୁହାଇ ଦେବୁରେ
କର୍ଦ୍ଧମ ହେବ ଧରା
ଧାତ୍ରୀ ପଣରେ ଜନନୀର ନ୍ୟାୟ
ଏହି ପରା ବସୁନ୍ଧରା
ନିରୀହ ଜନତା ଧର୍ମ ପଚାରି
ମାରିଲୁ ତୁ ଅନାୟସେ
ଭୋଗିବାକୁ ଦଣ୍ଡ ହୁଅରେ ତତ୍ପର
ଲେଖାହେବ ଇତିହାସେ
ସମୂଳେ ନିଶ୍ଚିନ୍ହ କରିବୁ ଶପଥ
ନେଇଛୁ ତ୍ରିରଙ୍ଗା ତଳେ
ଫାଡି ହିଆ ତୁମ ମୁର୍ଦ୍ଧନା ଫଟାଇ
ପିଇବୁ ରୁଧିର ହେଳେ
ଆଉ ନାହିଁ ରକ୍ଷା କପଟି ଜାତିଟା
ମୋଦୀ ମହାବୀର ରଡି
ଦେଇଛି ଡାକରା ମିଳିତ ହେବାକୁ
ଆକାଶ ପଡିବ ଛିଡି
ଦେଖିଛି ଆଖିରେ ବିତ୍ପାତ ହେଉଛି
ଆତଙ୍କିର ଅଡ୍ଡାସ୍ଥଳି
ହଜିଯାଇଛି ଆଖିରୁ ନିଦଟା
କେହିପାରିବେନି କଳି
ଜୟ ଜୟ ଧ୍ଵନି ବନ୍ଦେ ଜନନୀ
ଜୟ ତୁ ଭାରତ ମାତା
ହୃତ ଗୌରବ ହୃତ ଗୌରବ
କପାଳେ ବିଜୟ ଚିତା
———————————-

ତୋ ସନ୍ତାନ ମା

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା = ଅମୃତମୟ ଶୀର୍ଷକ = ରାମ …

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା “ଗାଆଁ ଦୁହିତା, ଉଦାରି ସୀତା”

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା // ଜାଳିଛି ଜାଗର ହେ ! ଶିବ ଶଙ୍କର

Sunil Chandra Nayak

Leave a Comment

error: Content is protected !!