ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଜାନକୀ ମହାନ୍ତ ଙ୍କ କବିତା = କଳାଜହ୍ନ ର ମହାସ୍ନାନ

କଳାଜହ୍ନ ର ମହାସ୍ନାନ

 
   (ରାଗ- ରସକୁଲ୍ୟା)
 

ଜାନକୀ ମହାନ୍ତ

ଘନଶ୍ୟାମ ରୂପ କି ସୌମ୍ୟକାନ୍ତି
ଢ଼ଳ ଢ଼ଳ ନୀଳ ତା’ ଚକ୍ଷୁ ଜ୍ୟୋତି
ମୟୂର ଚନ୍ଦ୍ରିକା ତା’ ମଥା ପରେ
ମନ୍ଦ ମନ୍ଦ ହସେ ମୁକୁତା ଝରେ ସେ… 
ଶ୍ୟାମ ସୁନ୍ଦର ମୋହନ ଯେ,
ଯଶୋଦାର ଧନ ଦେବକୀ ରତନ 
ଆଜି କରେ ମହାସ୍ନାନ ଯେ ।।୧।।
କୋଟି ଓଡ଼ିଆଙ୍କ ମଉଡ ମଣି
ଉତ୍କଳର ଇଷ୍ଟ ସେ ନୀଳମଣି
ମୁକ୍ତାକାଶ ତଳେ ସୁବାସ ଜଳେ
ଜ୍ୟେଷ୍ଠର ଶୁକଳେ ପୂର୍ଣ୍ଣିମା ବେଳେ ସେ…
ସ୍ନାନ ମଣ୍ଡପରେ ସ୍ନାନ ଯେ,
ଚତୁର୍ଦ୍ଧା ମୂରତ୍ତି ସାରି ନୀତି କାନ୍ତି
କରନ୍ତି ମହା ସ୍ନାହାନ ଯେ ।।୨।।
ଶହେ ଆଠ ଗରା ପବିତ୍ର ନୀରେ
ସୁବର୍ଣ୍ଣ କୂପରୁ କାଢ଼ନ୍ତି ଧୀରେ
ତୁଳସୀ ଚନ୍ଦନ କର୍ପୂର ଜଳ
ଜଡ଼ି ବୁଟି ମିଶା ପବିତ୍ର ଜଳ ସେ…
ପଞ୍ଚତ୍ରିଂଶେ ସ୍ନାନ ଜଗା ଯେ,
ବଳଭଦ୍ରଙ୍କର ତେତିଶ କଳସ 
ସୁଦର୍ଶନ ଅଷ୍ଟାଦଶ ଯେ ।।୩।।
ସୁଭଦ୍ରା ବାଇଶି କଳସୀ ନୀରେ
ସ୍ନାହାନ କରନ୍ତି ସ୍ନାନ ବେଦୀରେ
ଜଗା ଝୀନ ବସ୍ତ୍ର ପରିଧାନରେ
ଶାପ ପ୍ରାପ୍ତି ହୋଇ ଥିଲେ ଦ୍ଵାପରେ ସେ…
ଚୋରୀ କରି ଗୋପୀ ବାସ ଯେ,
ସ୍ନାନ ପରେ ସାଜି ଗଜାନନ ବେଶ
ଦର୍ଶନ ଦିଅନ୍ତି ଈଶ ଯେ ।।୪।।
ଗଣପତି ଭଟ୍ଟ ଭକ୍ତକୁ ତୋଷି
ଗଜାନନ ବେଶ ନିଅନ୍ତି ହସି
ଇନ୍ଦ୍ରଦ୍ୟୁମ୍ନ ଆରମ୍ଭିଲେ ଏ’ ସ୍ନାନ
ସ୍କନ୍ଧ ପୁରାଣରେ ମିଳେ ବର୍ଣ୍ଣନ ସେ….
ନର ଲୀଳା ରଚେ କୃଷ୍ଣ ଯେ,
ବ୍ରହ୍ମା ଇନ୍ଦ୍ର ଶିବ ସ୍ୱର୍ଗରୁ ଆସିଣ 
ସ୍ନାନ କରନ୍ତି ଦର୍ଶନ ଯେ ।।୫।।
ମହା ସ୍ନାନ ପରେ ଅଣସରରେ
ପଡ଼ିବେ ମୋ’ନାଥ ଥଣ୍ଡା ଜ୍ବରରେ
ଚତୁର୍ଦ୍ଧା ବିଗ୍ରହ ଗମ୍ଭୀରା ଘରେ 
ଘନ ତମିସ୍ରାରେ ଶୋଇବେ ଧୀରେ ସେ….
ଏକ ପକ୍ଷ ଯାଏଁ ନାଥ ଯେ,
ଗୁଣ୍ଡିଚା ଯାତରେ ସେ’ ବଡ଼ଦାଣ୍ଡରେ
ହେବ ମିଳନ ଭକତ ଯେ ।।୬।।
ନବୀନ ସୋନ୍ଦର୍ଯ୍ୟ ଦିବ୍ୟ ଦର୍ଶନ
ହେ ଦେବ ଦୁର୍ଲ୍ଲଭ ଦିଅ ଦର୍ଶନ 
ଦର୍ଶନେ ପ୍ରାପତ କୋଟିଏ ପୁଣ୍ୟ 
ମାନବ ଜୀବନ ହୋଇବ ଧନ୍ୟ ସେ…
ଆହେ ଲୀଳାମୟ ଶ୍ୟାମ ଯେ,
ପଦ୍ମପାଦେ ପ୍ରାଣ କଲି ସମର୍ପଣ 
ରକ୍ଷା କର ଜନାର୍ଦ୍ଦନ ଯେ ।।୭।।

ରାଜ୍ୟ ଉପ ସଭାପତି

ଓଡ଼ିଶା ସାହିତ୍ୟିକ ସଂଗଠନ
ଭୁବନେଶ୍ୱର ଓଡ଼ିଶା
 ବେଙ୍ଗାଲୁରୁ

Related posts

ଅନିମା ପରିଡ଼ା ଙ୍କ କବିତା // ଜୀଵନ ଟା ଏକ ବୁଝାମଣା

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଉତ୍କଳ ଦିବସ

masiha

ବିଜୟ କୁମାର ଜେନା ଙ୍କ କବିତା //ସକାଳର ଜଣାଣ // ଯେଉଁ ଦିନ ପ୍ରଭୁ

Sunil Chandra Nayak

Leave a Comment

error: Content is protected !!