ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସଂହିତା ଜେନା ଙ୍କ କବିତା = ଛାତି ଥରା ଦୃଶ୍ୟ

ଛାତି ଥରା ଦୃଶ୍ୟ

ଏମିତି ବି ମୃତ୍ୟୁ ଆସେ……….

ଲହ୍ବ ଦାନବର ଅସହ୍ୟ ଗର୍ଜନ
ଆଶ୍ଚର୍ଯ୍ୟ ଚକିତ ଯାତ୍ରୀଙ୍କର ପ୍ରାଣ | 
ନିମିଷକେ ମୃତ୍ୟୁ କଲା କବଳିତ
କିଛି ପ୍ରାଣ ହେଲା ବିକଳ ବ୍ୟଥିତ | 
କାଳ ରାତ୍ରୀ ପୁଣି ଆସୁଥିଲା ମାଡି
ଉଦ୍ଧାର ପାଇଁକି ଛୁଟୁଥିଲା ଗାଡି | 
ବାଲେଶ୍ୱର ବାସୀ ହୋଇ ଉପସ୍ଥିତ
ଉଦ୍ଧାର କାର୍ଯ୍ୟରେ ହେଲେ ନିୟୋଜିତ | 
ହୃଦ ବିଦାରକ ଯନ୍ତ୍ରଣା ଅସହ୍ୟ
ନିଷ୍ପ୍ରାଣ ଶରୀର ଛିନ୍ନ ଭିନ୍ ପ୍ରାୟ | 
ବାହାନଗା ମାଟି ରକ୍ତରେ ରଞ୍ଜିତ
ପାଲଟିଛି ସତେ ଅବା ରଣ କ୍ଷେତ୍ର | 
କୁଢ଼ କୁଢ଼ ଶଵ ବୁହା ହେଉ ଅଛି
ପୁତ୍ର କନ୍ୟା କିଏ ପିତାକୁ ଖୋଜୁଛି | 
ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ
ଆତ୍ମୀୟ ସ୍ୱଜନ ରହିଛନ୍ତି ଚାହିଁ | 
ଅତର୍କିତ ମୃତ୍ୟୁ ସତର୍କ ଢଙ୍ଗରେ
ଲୁଟିନେଲା ପ୍ରାଣ ବାହାନଗା ଠାରେ | 
ଇତିହାସର ଏ ପ୍ରଥମ ଘଟଣା
ଛାତି ଥରାଇଲା ରେଳ ଦୁର୍ଘଟଣା | 
କ୍ଷିପ୍ର ଗତି ଦେଖି କରମଣ୍ଡଳର
ମାଡି ଆସୁଥିଲା ସତେ ଅବା କାଳ | 
ବଖାଣିଲେ ବୃଦ୍ଧ ବାସ୍ତବ ଘଟଣା
କରମଣ୍ଡଳଟା ହେଲା ବାଟ ବଣା | 
ପ୍ରଶାସନ ଆସି ପହଞ୍ଚି ସେଠାରେ
ତଦନ୍ତ ହୋଇବ ଅଙ୍ଗିକାର କଲେ | 
ଦୋଷା ଦୋଷ ସିନା ବିଚାର ହୋଇବ
ମୃତ ଶବ ଆଉ ଜୀବ କି ପାଇବ | 
ଲୁହର ବନ୍ୟାରେ ଭାସେ ପରିବାର
ଶୁଣି ଛୁଟୁଛନ୍ତି ବାଲେଶ୍ୱର ସୋର | 
ଶୋକ ସନ୍ତପ୍ତ ଏ ପରିବାର ପାଇଁ
କୃପା କର ଆହେ କାଳିଆ ଗୋସାଇଁ | 
ତୁମ ଭରଷାରେ ଜଗତ ଜୀବନ
କଲବଲ ହୁଏ ଆହତଙ୍କ ପ୍ରାଣ | 
ଲାଘବ କର ହେ ପ୍ରଭୂ ତାଙ୍କ କଷ୍ଟ
ଧର୍ଯ୍ୟ ନାହିଁ ଦେଖିବାକୁ ଏ ଅନିଷ୍ଟ | 
କାହିଁକି ପ୍ରଭୂ ହେ ନିଷ୍ଠୁର ହୋଇଲ
କେଉଁ ଦୋଷେ ଏହି ଦଣ୍ଡ ବିଧାନିଲ | 
ତୁମ ମାୟା ପ୍ରଭୂ ତୁମକୁ ଗୋଚର
କି ଜାଣିବ ଅବା ଏ ଛାର ପାମର |

ଜୟ ଜଗନ୍ନାଥ 

ସଂହିତା ଜେନା

ବାସନ୍ଦରା, ଜଗତସିଂହପୁର 

Related posts

ପ୍ରିୟରଞ୍ଜନ ମୁଣ୍ଡ ଙ୍କ କବିତା l l ଶେଷ ସୂର୍ଯ୍ୟାସ୍ତ l l

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା l l l ବଡ଼ଦିନ l l l

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା // ମନେ ପଡେ ଦେଖି ବ୍ରାହ୍ମଣୀକୁ

Sunil Chandra Nayak

Leave a Comment

error: Content is protected !!