ସାହିତ୍ୟ ଅଗଣାସଂହିତା ଜେନା ଙ୍କ କବିତା = ଛାତି ଥରା ଦୃଶ୍ୟ by Sunil Chandra NayakJune 4, 20230262 Share4 ଛାତି ଥରା ଦୃଶ୍ୟ ଏମିତି ବି ମୃତ୍ୟୁ ଆସେ………. ଲହ୍ବ ଦାନବର ଅସହ୍ୟ ଗର୍ଜନ ଆଶ୍ଚର୍ଯ୍ୟ ଚକିତ ଯାତ୍ରୀଙ୍କର ପ୍ରାଣ | ନିମିଷକେ ମୃତ୍ୟୁ କଲା କବଳିତ କିଛି ପ୍ରାଣ ହେଲା ବିକଳ ବ୍ୟଥିତ | କାଳ ରାତ୍ରୀ ପୁଣି ଆସୁଥିଲା ମାଡି ଉଦ୍ଧାର ପାଇଁକି ଛୁଟୁଥିଲା ଗାଡି | ବାଲେଶ୍ୱର ବାସୀ ହୋଇ ଉପସ୍ଥିତ ଉଦ୍ଧାର କାର୍ଯ୍ୟରେ ହେଲେ ନିୟୋଜିତ | ହୃଦ ବିଦାରକ ଯନ୍ତ୍ରଣା ଅସହ୍ୟ ନିଷ୍ପ୍ରାଣ ଶରୀର ଛିନ୍ନ ଭିନ୍ ପ୍ରାୟ | ବାହାନଗା ମାଟି ରକ୍ତରେ ରଞ୍ଜିତ ପାଲଟିଛି ସତେ ଅବା ରଣ କ୍ଷେତ୍ର | କୁଢ଼ କୁଢ଼ ଶଵ ବୁହା ହେଉ ଅଛି ପୁତ୍ର କନ୍ୟା କିଏ ପିତାକୁ ଖୋଜୁଛି | ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଆତ୍ମୀୟ ସ୍ୱଜନ ରହିଛନ୍ତି ଚାହିଁ | ଅତର୍କିତ ମୃତ୍ୟୁ ସତର୍କ ଢଙ୍ଗରେ ଲୁଟିନେଲା ପ୍ରାଣ ବାହାନଗା ଠାରେ | ଇତିହାସର ଏ ପ୍ରଥମ ଘଟଣା ଛାତି ଥରାଇଲା ରେଳ ଦୁର୍ଘଟଣା | କ୍ଷିପ୍ର ଗତି ଦେଖି କରମଣ୍ଡଳର ମାଡି ଆସୁଥିଲା ସତେ ଅବା କାଳ | ବଖାଣିଲେ ବୃଦ୍ଧ ବାସ୍ତବ ଘଟଣା କରମଣ୍ଡଳଟା ହେଲା ବାଟ ବଣା | ପ୍ରଶାସନ ଆସି ପହଞ୍ଚି ସେଠାରେ ତଦନ୍ତ ହୋଇବ ଅଙ୍ଗିକାର କଲେ | ଦୋଷା ଦୋଷ ସିନା ବିଚାର ହୋଇବ ମୃତ ଶବ ଆଉ ଜୀବ କି ପାଇବ | ଲୁହର ବନ୍ୟାରେ ଭାସେ ପରିବାର ଶୁଣି ଛୁଟୁଛନ୍ତି ବାଲେଶ୍ୱର ସୋର | ଶୋକ ସନ୍ତପ୍ତ ଏ ପରିବାର ପାଇଁ କୃପା କର ଆହେ କାଳିଆ ଗୋସାଇଁ | ତୁମ ଭରଷାରେ ଜଗତ ଜୀବନ କଲବଲ ହୁଏ ଆହତଙ୍କ ପ୍ରାଣ | ଲାଘବ କର ହେ ପ୍ରଭୂ ତାଙ୍କ କଷ୍ଟ ଧର୍ଯ୍ୟ ନାହିଁ ଦେଖିବାକୁ ଏ ଅନିଷ୍ଟ | କାହିଁକି ପ୍ରଭୂ ହେ ନିଷ୍ଠୁର ହୋଇଲ କେଉଁ ଦୋଷେ ଏହି ଦଣ୍ଡ ବିଧାନିଲ | ତୁମ ମାୟା ପ୍ରଭୂ ତୁମକୁ ଗୋଚର କି ଜାଣିବ ଅବା ଏ ଛାର ପାମର | ଜୟ ଜଗନ୍ନାଥ ସଂହିତା ଜେନା ବାସନ୍ଦରା, ଜଗତସିଂହପୁର