ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା = ମହା କାଳ

    ।। ମହା କାଳ ।।

  ରାଗ ।। ବଙ୍ଗଳା ଶ୍ରୀ ।।

   ଶ୍ରୀ ବିଦ୍ୟାଧର ମହାନ୍ତ

ଅକାଳ ବଜର ପଡ଼ିଲା ସହସା
       ଭାରତ ଛାତି ଥରାଇ,
ଦୁଲୁଦୁଲୁ ହେଲା ଧରଣୀ କମ୍ପିଲା 
       ବିଶ୍ଵଡାକେ ତ୍ରାହି ତ୍ରାହି।୧
ବାହାନଗା ଆଜି ଉଠୁଛି ପଡ଼ୁଛି
       ଭୟଙ୍କର ଦୁର୍ଘଟଣା,
ନ ମିଳଇ ବୁଦ୍ଧି ହୁଏ ଦିଗହରା
       ଜ୍ଞାନୀହୋଇଯାନ୍ତିବଣା ।୨।
ଭୀମ ଭୟଙ୍କର ରେଳ ଦୁର୍ଘଟଣା 
       ଶୁଭେଖାଲି ଆର୍ତ୍ତସ୍ୱର ,
ଚାହୁଁଚାହୁଁ ଆସି କାଳ ଘେନିଯାଏ
      ନିରୋଗୀଙ୍କୁ ଯମପୁର।୩।
କିଛିକ୍ଷଣ ପୂର୍ବେ ହସିଖେଳିଥିଲେ
        କର ମଣ୍ଡଳରେ ଯିଏ,
ମୁହୂର୍ତ୍ତକ ମଧ୍ୟେ ବିକଳେ କାନ୍ଦନ୍ତି 
       ତାଙ୍କସାହା ନାହଁ କିଏ।୩।
ଆର୍ତ୍ତ ଚିତ୍କାରରେ ଫାଟିଲା ଧରଣୀ
       ରକ୍ତ ଧାର ଯାଏ ବହି ,
କାହାର ଜୀବନ ଚାହୁଁ ଚାଲିଯାଏ
      ପିଣ୍ଡ ମଧ୍ୟେ ରହି ରହି,।୪।
 
ହଜାର ହଜାର ଲୋକସାହାଯ୍ୟରେ 
        ହଜାରେ ଉଦ୍ଧାର ହୋଇ,
ଡ଼ାକ୍ତର ଖାନାକୁ ଗାଡ଼ି ମୋଟରରେ
       ଗଲେ ଆଶୁ ବୋହାହୋଇ।୫।
ସ୍ବେଚ୍ଛାସେବୀ ପୁଣି ସରକାରୀ ଲୋକ
        ମାନବିକ ସ୍ନେହ ପାଇ,
ଜୀବନ ସହିତ ଲଢେ଼ଇ କରନ୍ତି
       ଲୋକଙ୍କ ସାହଯ୍ୟ ଥାଇ।୬।
ମୁଖ୍ୟ ମନ୍ତ୍ରୀ ଶହ କେନ୍ଦ୍ରମନ୍ତ୍ରୀ ଆସି
       ପୁଣି କେତେ ଅଫିସର,
ଆଶ୍ୱାସନା ଦେଇ ସାହଯ୍ୟ କରିଲେ
       ବୁଲି ବୁଲି ଘର ଘର।୮।
ଭାରତ ମୁଖିଆ ପରଧାନ ମନ୍ତ୍ତୀ
       ଦିଲ୍ଲୀରୁ ଆସିଲେ ଧାଇଁ,
ପୀଡ଼ିତଙ୍କ ଦୁଃଖ ଯନ୍ତ୍ରଣା ବୁଝିଲେ
        ଆଖିରୁ ଲୁହ ଝରାଇ।୯।
ଦୁର୍ଘଟଣା କଥା ଜାଣିବା ପାଇଁକି 
        ବସାଇଲେ ଉଚ୍ଚସ୍ତର
କମିଟି ଦେଶରେ ରେଳବାଇ ମନ୍ତ୍ରୀ
       କରିବାକୁ ପ୍ରତିକାର।୧୦।
କୋଢ଼କୋଢ଼ଶବ ଦାହକଲେ ଲୋକ
       ଜୀବିତଙ୍କୁ ରକ୍ତଦାନ ,
କଲେ ଦେଶ ବାସୀ ମଙ୍ଗଳ ସକାଶେ
       କଷ୍ଟ ସହିି ବଳ ବାନ।୧୧।
ହେ ଜଗତ ନାଥ ମୃତଲୋକଙ୍କର
         ଆତ୍ମାର ସଦ୍ଗତି କର,
ତାଙ୍କୁ ଘେନି ଯାଅ ଅମର ଧାମକୁ
         ବୋଲେଆଜିବିଦ୍ୟାଧର।୧୨।
ତମ୍ବାହରା ,  ହରି ଚନ୍ଦନ ପୁର,

କେନ୍ଦୁଝର, ଓଡ଼ିଶା

Related posts

ଜୟ କୁମାର ମିଶ୍ର ଙ୍କ କବିତା _ ମାୟା ବଜାର _

Sunil Chandra Nayak

ଜଗମୋହନ ପଟ୍ଟନାୟକ ଙ୍କ କବିତା // ସ୍ୱାର୍ଥପର

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା // ଜାଳିଛି ଜାଗର ହେ ! ଶିବ ଶଙ୍କର

Sunil Chandra Nayak

Leave a Comment

error: Content is protected !!