ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସିତାଂଶୁ ଜେନା ଙ୍କ କବିତା l l ବିଦାୟ ୨୨ l l

l l ବିଦାୟ ୨୨ l l

ଅସ୍ତା ନଭେ ଗଲେ ଦିନକର ଛାଡି
ସଞ୍ଜ ପକ୍ଷୀ ଗାଏ ଧିରେ
ତୁହାଇ ତୁହାଇ ନିଡ଼ ଫେରୁଥିଲା
କାକ ଗହନକୁ ଫେରେ।
ଫେରିବା ବାଟଟା କେକହି ପାରିବ
ଜୀବନର ସାୟଂକାଳ
ସତାଦ୍ଧୀ ର ସୂର୍ଯ୍ୟ ଉଙ୍କିମାରୁଥିଲେ
ଡେଇଁ ନୂଆନିଆଁ ଚାଳ।
ଚାଲିଯାଉଥିଲେ ଦେବୋପମ କେହି
ଉପମାର ଅନ୍ତଃସ୍ୱର
ଅନନ୍ୟା ଅନୀନ୍ଦ୍ୟ।ଅପରୁପା ଅବା
ଛାଡି କରୁଣ ଚିତ୍କାର।
ଚୁପି ଚୁପି କେହି ପାଦଥାପୁଥାଇ
ପଡିଛି ପଦୁଅଁ ଫୁଲ
ପ୍ରଭାମୟୀ ଅବା ପଲ୍ଲୀ ବାସୀନି
ମାନେ ନାହିଁ ଢ଼ିପ ଖାଲ।
ବିଦାୟ ଲଗ୍ନ ର ରୂପେଲି ଲୁହରେ
ଲେଖିଛି ପ୍ରେମ ପତର
କ୍ଷମା କରିଦେବ ମୋର ଅପରାଧ
ବହୁଛି ଲୋତକ ଧାର।
ପୂଣ୍ୟ ଶ୍ଲୋକ କେହି ନେଇଛି ଜନମ
ଶୁଭୁଅଛି କୁଆଁ କୁଆଁ
କେହି ଚାଲିଗଲା ବିଞ୍ଚି ଦେଇ ଖଇ
ଦେବ ଅବା ପ୍ରିତି ଛୁଆଁ।
ଛାତିତଳେ ଜଳେ କୋହଭାର କଥା
କାହାକୁ ପାରିବି କହି
କୁଂଚିତ ହୁଏ କୁସୁମ କଳିକା
ଯାହା ଲେଖିଥିଲେ ବିହି।
ଜନ୍ମ ସାଥେ ମୃତ୍ୟୁ ଆଲୋକ ଅନ୍ଧାର
ଦିନପରେ ଆସେ ରାତ୍ରୀ
କେବେ ଢାଳିଦିଏ ରଜତ କିରଣ
କେବେ ଝାଞ୍ଜି ଭରା ତାତି।
ତତଲା ଲୁହର ଲବଣ ଚାମର
ବେଦୀପରେ ଲାଜ୍ଜା ହୋମ
ଶେଷ ଖେଳ ହେଲା ସବାଧାରେ ପଡି
ବାନ୍ଧିନେବ କାଳ ଯମ।
ଯମଜ ସନ୍ତାନ ପ୍ରସବିଛି ଜିଏ
ଜୀବନର ମାନଦଣ୍ଡ
ଦୁଃଖ ବେଳାରେ ବିଦାୟର ଶଙ୍ଖ
କରିଦେଲା ଖଣ୍ଡ ଖଣ୍ଡ।
ମାନ ଅଭିମାନ ସୁଖ ଦୁଃଖ ସବୁ
ସରିଗଲା ବିଗତରେ
ଉଇଁ ଆସୁଛିକି ପ୍ରାଚୀ ଦିଗବଳୟେ
ହସି ହସି ଆନନ୍ଦରେ।
ଅନନ୍ତ ନିଳିମା ନୀଳ ସାଗରରେ
ଉଛୁଳେ ତରଙ୍ଗ ରାସି
ସତେକି ବଧାଇ ଜଣାଏ ସଭିଙ୍କୁ
ଖୁସି ମନେ ହସି ହସି।
ହିରଣ୍ମୟୀ ରବି କିରଣ ପ୍ରକାଶି
ରଚିଛି ରଙ୍ଗ ଆସର
ଶେଷ କେଇପଦ କବିତା ଲେଖିଛି
ଜୀବନର ଇସ୍ତାହାର।
ଇତସ୍ତତଃ ମନ ମୌନାକ ସାଜିଛି
ମନ୍ଦ୍ର ମଧୁର ବାଣୀ
ଆସ ନବ ବର୍ଷ ସ୍ୱାଗତ ଗୀତିକା
ଉଚ୍ଛ୍ୱସିତ ମନ ଜିଣି।
ଜାଗ୍ରତ ହେଉ ଉତିଷ୍ଠତ ମନ
ନାହିଁ ନିବୋଧତ ଭାବ
ପ୍ରାପ୍ୟ ଆଶାର ଅନ୍ତିମ ଲଗ୍ନ ରେ
କିଏ ଆଉ ପାଦଦେବ ।
ଆସ ହେ ନବୀନ ନିକୁଞ୍ଜ ବନକୁ
ନହବତ ବାଜୁ ବୀଣା
ବିପିନ କାନ୍ତାରେ ବିରହ ବଇଁଶୀ
କରିହେବନାହିଁ ଉଣା।
ଉନ୍ନନି ଉଡୁଛି ଫର ଫର ହୋଇ
ମଙ୍ଗଳ ଗୀତିକା ଗାଇ
ଗୁଜ୍ଜରି ଉଠୁଛି ପଲ୍ଲବୀକା କିଏ
ପ୍ରେମର ପ୍ଲାବନ ଦେଇ।
ଦରସିତ ମୁଖେ ମଣ୍ଡିତ କବରୀ
ଜାଳିଦେଇ ଦୀପ ଟିଏ
ସ୍ୱାଗତ କରୁଛି ଆହେ ନବବର୍ଷ
ତୁମ ପାଇଁ ସ୍ତବ ଗାଏ।
ସୁଖ ଢାଳିଦିଅ ସମାର୍ଜନୀ ସାଜି
ସିକ୍ତ କରାଅ ପ୍ରାଣ
ବିତିଯାଉ ଦିନ ଦିବ୍ୟ ଭାବରେ
ଏତ ଅଟେ ସନ୍ଧିକ୍ଷଣ।

ସିତାଂଶୁ ଜେନା

ଭୁବନେଶ୍ବର 

Related posts

ଶ୍ରୀ ଭ୍ରମର ବାଗ ଙ୍କ କବିତା = ଶ୍ରୀରାମ ନବମୀ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା = ପଖାଳ ମାହାତ୍ମ

Sunil Chandra Nayak

ଅନିମା ପରିଡ଼ା ଙ୍କ କବିତା // ଜୀଵନ ଟା ଏକ ବୁଝାମଣା

Sunil Chandra Nayak

Leave a Comment

error: Content is protected !!