ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାମି ପାତ୍ର ଙ୍କ କବିତା// ନୂଆବରଷ ଖୁସିରେ ଆସ କରୁଛି ତୁମକୁ ସ୍ୱାଗତ

ନୂଆବରଷ ଖୁସିରେ ଆସ

କରୁଛି ତୁମକୁ ସ୍ୱାଗତ

ବଦଳୁଛି ଦିନ
ବଦଳୁଛି ମାସ
ବଦଳିଛି ବର୍ଷ ଆଉ ମୂହୁର୍ତ୍ତ
କେତେ ଆଶା ଆକାଙ୍କ୍ଷା
ବଦଳିଯାଏ ଜୀବନରେ ମୋଡ଼
କାହା ପାଇଁ ଦିନ କାହା ପାଇଁ ରାତି
ଆସିବ ନେଇ ବରଷଯାକ
ସୁଖ ଦୁଃଖ ଜୀବନ ଜଞ୍ଜାଳ
ବିତିଯିବ ତିନିଶହ ପଞ୍ଚଷଠି ଦିନ
କାହାକୁ ଜଣା ନପଡେ
କାହା ଆଖିରେ ଲୁହ
କାହା ଓଠରେ ହସ
ବିତିଯାଏ ଦିବସ ମାସ
ନୂଆ ବର୍ଷ ନୂଆ ମନ
କଅଁଳିଆ ଘାସ ଗାଲିଚାରେ
ବସିଛି ଏକ ଖୁସିମନ
ନୂଆ ସକାଳ ଆକାଶ ଆଜି
ଦିଶୁଛି କେଡ଼େ ସୁନ୍ଦର
ବିହଙ୍ଗମାନେ ସୁନୀଳ ଗଗନେ
ଡେଣା ଝାଡି ଝାଡି ସ୍ବାଗତ କରନ୍ତି
ନୂଆବରଷ କିଚିରି ଭିତିରି ଶବଦ କରି
ରଙ୍ଗୀନ କରନ୍ତି ମେଲାଣି ନେଇ
ହେ ନବବର୍ଷ ତୁମରି ଆଗମନେ
ବଗିଚାରେ ଫୁଟିଛି ରଙ୍ଗବେରଙ୍ଗର 
ଫୁଲ ଆଉ କଢ
ବାସ୍ନାରେ ମହକି ଯାଉଛି ଚୁତୁର୍ଦ୍ଦିଗ ଚଉପାଶ
ତୋଲିବାକୁ ଇଛା ହେଉନି ଦେଖି 
ଲାଖିଯାଏ ମନ।
ଭଅଁର ମାନେ ଚୁମି ନିଅନ୍ତି
ଫୁଲ ପାଖୁଡ଼ାର ମନ
ଥିରି ଥିରି ସୁଲୁସୁଲୁଆ ପବନରେ
ଖେଳିଯାଏ ତାର ମହକ
କିଛି ମୂହୁର୍ତ୍ତ ପାଇଁ ଦେଇଥାଏ
ସଭିଙ୍କୁ ଆନନ୍ଦ ଆଉ ଉଲ୍ଲାସ
ନବବର୍ଷକୁ ସୁସ୍ଵାଗତ କରି
ମନ୍ଦିର ବେଢ଼ାରେ ଲାଗିଥାଏ ଭକ୍ତଭିଡ
ହାତେ ଧରି ନୂଆ ନୂଆ ଦୀପାଳି ମାନ
କର ଯୋଡ଼ି ଗୁହାରି କରନ୍ତି ବିଭୁ ପାଦେ ପଡି
ହେ ପ୍ରଭୂ ତବ ଚରଣାରବିନ୍ଦ
ରକ୍ଷା କର ତୁମରି ସଂସାର
ହସି ଉଠୁ ସଭିଙ୍କ ମୁଖେ
ଖିଲି ଖିଲି ହସ 

ମାମି ପାତ୍ର

 ତିହିଡି ଭଦ୍ରକ

Related posts

ଅପର୍ତ୍ତି ସେଠୀ ଙ୍କ କବିତା = ହେ ଚାଷୀ ଭାଇ !

Sunil Chandra Nayak

ଚନ୍ଦ୍ର ଶେଖର ଶବର ଙ୍କ କବିତା // ବସନ୍ତ ନିବାସ

Sunil Chandra Nayak

କବିତା ସାହୁ   ଙ୍କ କବିତା // ଶିବରାତ୍ରୀ ଉଜାଗର 

Sunil Chandra Nayak

Leave a Comment

error: Content is protected !!