ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ନବ ବର୍ଷ l l

  l l ନବ ବର୍ଷ l l

 

ମାନଗୋବିନ୍ଦ ସ୍ବାଇଁ

ନୂତନ ବରଷ ନୂତନ ଆଶାର
      ସୁଖେ ଯାଉ ଆଜ ଦିନ
ସୁଖ ଶାନ୍ତି ଭରୁ ସଭିଙ୍କ ହୃଦୟ
      ଶେଷ ମୋର ଭଗବାନ।
ନବ ଚିନ୍ତା ଭାବ ନବ ବର୍ଷେ ରହୁ
    ମନେ ରହୁ ଏ ଭାବନା
ଆଗାମୀ ପୀଢ଼ିର ଆଗାମୀ ନୂତନ
    ସର୍ବେ ହେଉ ଏ ସାଧନା।
ଦିନରାତି ପ୍ରୀତି ମିଶାମିଶି ହୋଇ
      ପ୍ରଭୁ କରନ୍ତୁ ମଙ୍ଗଳ
ସଭ୍ୟତା ଜନତା ଶୁଭର କାମନା
    ଜୀବନ ରହୁ ସଫଳ।
ତେଇଶି ମସିହା ଶୁଭଙ୍କର ହେଉ
    ସଭିଏଁ ପ୍ରଭୁ ପ୍ରାର୍ଥନା
ଠାକୁର ଦର୍ଶନ ଭକ୍ତି ସର୍ବ ଜନ
     ମଙ୍ଗଳ ଶାନ୍ତି କାମନା।
ବିଶ୍ବ ପରିବାର ଗୋଟିଏ ସଂସାର
     ଦେବତା ଅଛନ୍ତି ଜଣେ
ବିଚାର ବୃଦ୍ଧିରେ ସମାଧାନ କରେ
     ସୁଖଶାନ୍ତି ପ୍ରଭୁ ଜାଣେ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ସୁରେଶ ଚନ୍ଦ୍ର ପାଢୀ ଙ୍କ କବିତା l l l ନବ ବର୍ଷ l l l

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା = ଶ୍ରମିକ

ସୁଜାତା ରାଉତ ଙ୍କ କବିତା // ପ୍ରଭାତୀ ଅନୁଚିନ୍ତା

Sunil Chandra Nayak

Leave a Comment

error: Content is protected !!