ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସରୋଜିନୀ ପତି ଙ୍କ କବିତା  = ପଖାଳ =

  = ପଖାଳ =

        ସରୋଜିନୀ ପତି 

କି ସୁନ୍ଦର ଆହା ଓଡିଆଙ୍କ ଖାଦ୍ୟ
     ନାହିଁ ଯେ ତା’ର ଉପମା ।
ପ୍ରଧାନ ଖାଦ୍ୟ ରୁ ପ୍ରସ୍ତୁତ ହୋଇଣ
    ପଖାଳ ନାମ ମହିମା ।
ପଖାଳ କଂସାରେ ମନ ଶାନ୍ତି ରହେ
   ସବୁ ଦ୍ରବ୍ୟ ଠାରୁ ଭିନ୍ନ।
ଆବାଳବୃଦ୍ଧ ବନିତା ସଭିଙ୍କର
    ପଖାଳ ଅଟେ ଜୀବନ।
ଆମ ଓଡ଼ିଆ ଙ୍କ ଗର୍ଵ ଗୌରବ ର
   ପଖାଳ ଆମ ଗାରିମା ।
ପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ରେ ପରା
    ପରମ୍ପରା ର ମହିମା ।
ଟଙ୍କ ତୋରାଣି କୁ ପିଇବା ନିମନ୍ତେ
   ଲାଗି ରହେ ଭିଡା ଭିଡି ।
ପଖାଳ କଂସାରେ ପ୍ରଭୁ ଜଗନ୍ନାଥ
   ଚୈଷଠି ବ୍ୟଞ୍ଜନ ଵାଢି।
ନୈବେଦ୍ୟ କରି ହିନ୍ଦୁ ପରମ୍ପରା କୁ
   ସଂସ୍କୃତି ଆମର ପୁରୀ ।
ଧନୀ ହେଉ କିମ୍ବା ଗରିଵ ହେଉ ସେ
   ଶ୍ରେଷ୍ଠ ଖାଦ୍ୟ ରୂପ ଧରି ।
ବାଡି ବାଇଗଣ,ବାଡି କଞ୍ଚା ଲଙ୍କା, 
   ଆଳୁ ଆମ୍ଵୁଲ କୁ ଦଳି ।
କଂସା ଏ ‘ପଖାଳ ପେଟ ଭରି ଖାଇ
   ବ୍ୟକ୍ତି ଗତ କାର୍ଯ୍ୟ ଚଳି ।
ଚାଷୀ ବାପୁଡ଼ା ର କ୍ଷେତ୍ର କାମ ପାଇଁ
     ପଖାଳ କଂସାଏ ଖାଇ ।
ମନ ଆନନ୍ଦରେ ଵଳଦ ଜୁଆଳି କୁ
      ଯୋଖି ଵିଲ କାମେ ଯାଇ।
ଉଷୁନା କିବା ଅରୁଆ ଚାଉଳରେ
    ଭାତ ରାନ୍ଧି ପଖଳା ଏ ।
ସେହି ପଖାଳ କୁ ଭିନ୍ନ ଶ୍ରେଣୀ ରେ ଯେ
    ପଖାଳ କରିଣ ଖାଏ ।
ଅରୁଆ ପଖାଳ ଲେମ୍ବୁ, ଲଙ୍କା,ଅଦା,
    ଛେଚା ର ପଖାଳ ହୁଏ ।
ମଲ୍ଲିଫୁଲ ବାସ୍ନା ଉଷୁନା ପଖାଳ 
     ଦହି ରେ ଲାଗେ ନିଆରା ।
ଵାସି ପଖାଳ କିବା ସଜ ପଖାଳ 
     ପେଜ ସଙ୍ଗେ ପାଣିଭରା ।
ମହ ମହ ବାସେ ହାଣ୍ଡି ଖୋଲିଦେଲେ
      ନଖାଇବା ଲୋକ ଆସେ ।
ପଖାଳ କଂସାରେ ମନ ଶାନ୍ତି ରହେ
    ଓଡ଼ିଆ ଙ୍କ ମନ ରସେ ।
ପୋଡାପୋଡି ଅବା ନଥିଲେ ଯେ କିଛି 
     ଲୁଣ ଲଙ୍କା ଯିବ ଚଳି ।
କେତେ ସୁଆଦିଆ ଓଡ଼ିଆ ଙ୍କ ଖାଦ୍ୟ
    ତାକୁ କେ ପାରିବ କଳି ।
ଅରୁଆ ଚାଉଳ ବାଟି ଵୋଇତାଳୁ 
    ଫୁଲରେ ଵରା କରିଣ ।
  କଠାର ଭଜା ଅବା ,କିଛି ନଥିବ
    ଆମ୍ଵୂଲ ଦଳା ଖାଇଣ ।
କଖାରୁ ରାଇତା, ଲେଉଟିଆ,ଖଡା
      ଛୁନୁ ଛୁନିଆର ଶାଗ ।
 ଆହୁରି ପିତା ଗହମ ପୋଡ଼ା ବରା
     ମାଛ ଭଜା ଥିଲେ ଯୋଗ ।
ଆମେ ଓଡ଼ିଆ ମାତୃଭାଷା ଓଡ଼ିଆ
     ଆମର ଖାଦ୍ୟ ବଢ଼ିଆ ।
ଆମ ଓଡ଼ିଶା ର ରୋଷେଇ ବଢିଆ 
      ଆମ ଚଳଣି ବଢିଆ ।
ଘିଅ ପଖାଳ କୁ ପ୍ରଭୁ ଜଗା ପାଖେ 
    ମଣୋହି କରନ୍ତି ଥାଳି ।
ଯୁଗ ଯୁଗ ଆମ ସଂସ୍କୃତି ମହାନ
     ଅଲୌକିକ ପରମ୍ପରା ।
ଯେତେ ବାଣ୍ଟିଲେ ବି’ ‘କଥା ନସରିବା
    ଅଦ୍ଭୁତ ଶକ୍ତି ର ଧାରା ।

ସରୋଜିନୀ ପତି

ରସୁଲପୁର, ଜିଲ୍ଲା-ଯାଜପୁର

Related posts

କବିତା ଦାଶ ଙ୍କ କବିତା  l l l ଅଭିନନ୍ଦନ l l l

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା = ମହା କାଳ

ରତିନାରାୟଣ ରାଉତ ଙ୍କ କବିତା l l ଶ୍ରୀଜଗନ୍ନାଥ l l

Sunil Chandra Nayak

Leave a Comment

error: Content is protected !!