ସାହିତ୍ୟ ଅଗଣାସରୋଜିନୀ ପତି ଙ୍କ କବିତା = ପଖାଳ = by Sunil Chandra NayakMarch 22, 2023March 22, 2023078 Share1 = ପଖାଳ = ସରୋଜିନୀ ପତି କି ସୁନ୍ଦର ଆହା ଓଡିଆଙ୍କ ଖାଦ୍ୟ ନାହିଁ ଯେ ତା’ର ଉପମା । ପ୍ରଧାନ ଖାଦ୍ୟ ରୁ ପ୍ରସ୍ତୁତ ହୋଇଣ ପଖାଳ ନାମ ମହିମା । ପଖାଳ କଂସାରେ ମନ ଶାନ୍ତି ରହେ ସବୁ ଦ୍ରବ୍ୟ ଠାରୁ ଭିନ୍ନ। ଆବାଳବୃଦ୍ଧ ବନିତା ସଭିଙ୍କର ପଖାଳ ଅଟେ ଜୀବନ। ଆମ ଓଡ଼ିଆ ଙ୍କ ଗର୍ଵ ଗୌରବ ର ପଖାଳ ଆମ ଗାରିମା । ପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ରେ ପରା ପରମ୍ପରା ର ମହିମା । ଟଙ୍କ ତୋରାଣି କୁ ପିଇବା ନିମନ୍ତେ ଲାଗି ରହେ ଭିଡା ଭିଡି । ପଖାଳ କଂସାରେ ପ୍ରଭୁ ଜଗନ୍ନାଥ ଚୈଷଠି ବ୍ୟଞ୍ଜନ ଵାଢି। ନୈବେଦ୍ୟ କରି ହିନ୍ଦୁ ପରମ୍ପରା କୁ ସଂସ୍କୃତି ଆମର ପୁରୀ । ଧନୀ ହେଉ କିମ୍ବା ଗରିଵ ହେଉ ସେ ଶ୍ରେଷ୍ଠ ଖାଦ୍ୟ ରୂପ ଧରି । ବାଡି ବାଇଗଣ,ବାଡି କଞ୍ଚା ଲଙ୍କା, ଆଳୁ ଆମ୍ଵୁଲ କୁ ଦଳି । କଂସା ଏ ‘ପଖାଳ ପେଟ ଭରି ଖାଇ ବ୍ୟକ୍ତି ଗତ କାର୍ଯ୍ୟ ଚଳି । ଚାଷୀ ବାପୁଡ଼ା ର କ୍ଷେତ୍ର କାମ ପାଇଁ ପଖାଳ କଂସାଏ ଖାଇ । ମନ ଆନନ୍ଦରେ ଵଳଦ ଜୁଆଳି କୁ ଯୋଖି ଵିଲ କାମେ ଯାଇ। ଉଷୁନା କିବା ଅରୁଆ ଚାଉଳରେ ଭାତ ରାନ୍ଧି ପଖଳା ଏ । ସେହି ପଖାଳ କୁ ଭିନ୍ନ ଶ୍ରେଣୀ ରେ ଯେ ପଖାଳ କରିଣ ଖାଏ । ଅରୁଆ ପଖାଳ ଲେମ୍ବୁ, ଲଙ୍କା,ଅଦା, ଛେଚା ର ପଖାଳ ହୁଏ । ମଲ୍ଲିଫୁଲ ବାସ୍ନା ଉଷୁନା ପଖାଳ ଦହି ରେ ଲାଗେ ନିଆରା । ଵାସି ପଖାଳ କିବା ସଜ ପଖାଳ ପେଜ ସଙ୍ଗେ ପାଣିଭରା । ମହ ମହ ବାସେ ହାଣ୍ଡି ଖୋଲିଦେଲେ ନଖାଇବା ଲୋକ ଆସେ । ପଖାଳ କଂସାରେ ମନ ଶାନ୍ତି ରହେ ଓଡ଼ିଆ ଙ୍କ ମନ ରସେ । ପୋଡାପୋଡି ଅବା ନଥିଲେ ଯେ କିଛି ଲୁଣ ଲଙ୍କା ଯିବ ଚଳି । କେତେ ସୁଆଦିଆ ଓଡ଼ିଆ ଙ୍କ ଖାଦ୍ୟ ତାକୁ କେ ପାରିବ କଳି । ଅରୁଆ ଚାଉଳ ବାଟି ଵୋଇତାଳୁ ଫୁଲରେ ଵରା କରିଣ । କଠାର ଭଜା ଅବା ,କିଛି ନଥିବ ଆମ୍ଵୂଲ ଦଳା ଖାଇଣ । କଖାରୁ ରାଇତା, ଲେଉଟିଆ,ଖଡା ଛୁନୁ ଛୁନିଆର ଶାଗ । ଆହୁରି ପିତା ଗହମ ପୋଡ଼ା ବରା ମାଛ ଭଜା ଥିଲେ ଯୋଗ । ଆମେ ଓଡ଼ିଆ ମାତୃଭାଷା ଓଡ଼ିଆ ଆମର ଖାଦ୍ୟ ବଢ଼ିଆ । ଆମ ଓଡ଼ିଶା ର ରୋଷେଇ ବଢିଆ ଆମ ଚଳଣି ବଢିଆ । ଘିଅ ପଖାଳ କୁ ପ୍ରଭୁ ଜଗା ପାଖେ ମଣୋହି କରନ୍ତି ଥାଳି । ଯୁଗ ଯୁଗ ଆମ ସଂସ୍କୃତି ମହାନ ଅଲୌକିକ ପରମ୍ପରା । ଯେତେ ବାଣ୍ଟିଲେ ବି’ ‘କଥା ନସରିବା ଅଦ୍ଭୁତ ଶକ୍ତି ର ଧାରା । ସରୋଜିନୀ ପତି ରସୁଲପୁର, ଜିଲ୍ଲା-ଯାଜପୁର