ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବିଜୟ କୁମାର ଜେନା ଙ୍କ // ସକାଳର ଜଣାଣ // ଜୀବନ ଯାତ୍ରାରେ

ସକାଳର ଜଣାଣ

ଜୀବନ ଯାତ୍ରାରେ

 ବିଜୟ କୁମାର ଜେନା

ଜୀବନ ଯାତ୍ରାରେ ବାଟ ଚାଲୁ ଚାଲୁ
            ସୁଖ ଆସେ ଦୁଃଖ ଆସେ
ପ୍ରତିଟି ଦୁଃଖକୁ ଆପଣାର କରି
             ଆଗକୁ ବଢିବା ନିଶ୍ଚେ।
ଜୀବନକୁ କେବେ ଭାବି ନେବା ନାହିଁ
              ଗୋଲାପର ତୂଳୀ ଶେଯ
ଝଡ ତ ଆସିବ ଝଂଜା ବି ବହିବ
               ଆସିବ ଯିବାହିଁ ହେଜ।
କେହି ଚିର କାଳ ରହିନାହିଁ ଏଠୀ
               ବାହୁଡ଼ିବେ କାଳ ବଳେ 
ଉତ୍ତମ ଜୀବନ ସରଳ ଚଳଣୀ
                ନିଷ୍ଠା ରଖ ସର୍ବ କାଳେ।
ପ୍ରଭୁଙ୍କ ପାଖରେ ଏତିକି ମାଗିବା
                ନ ରହୁ କପଟ ଛନ୍ଦ
ଯେତେ ଗୁଣ ଥିଲେ ଚରିତ୍ର ନ ଥିଲେ
               ହୋଇ ଯାଏ ସବୁ ମନ୍ଦ।
ଶରୀର ରଥରେ ତୁମେ ହିଁ ସାରଥୀ
               ସଂସାର ନାବ ଚାଳକ
ଆହେ ଜଗନ୍ନାଥ ଜଗତର ନାଥ
              ନିଖିଳ ବିଶ୍ବ ପାଳକ।

  ଅବସର ପ୍ରାପ୍ତ ପ୍ରାଧ୍ୟାପକ

ଶାମୁକା ସାହି ରଣପୁର ନୟାଗଡ଼

Related posts

ଅପର୍ତ୍ତି ସେଠୀ ଙ୍କ କବିତା l l ଆକାଶ କଇଁଆ ଚିଲିକା ମାଛ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା – “ଅଭାବୀ କଷଣ”

masiha

ପ୍ରସନ୍ନ କୁମାର ସାହୁ ଙ୍କ କବିତା = ଶ୍ରୀରାମ ନବମୀ

Sunil Chandra Nayak

Leave a Comment

error: Content is protected !!