ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ମତ୍ସ୍ୟ ଗନ୍ଧା

ମତ୍ସ୍ୟ ଗନ୍ଧା____

ଦେଖିଛ କି କେବେ ସାଗର ଭିତରେ,
ମତ୍ସ୍ୟ ଗନ୍ଧାର ରୂପ?
ମୁଁ ଦେଖିଛି ତହିଁ ଅତି ନିକଟରୁ ,
ସ୍ୱର୍ଗୀୟ ସୁଷମା ଛାପ ।।
ନିମିଷକେ ସିଏ ଉଭା ହୋଇ ପୁଣି,
ନିମିଷକେ ଛପିଯାଏ,
ସୁନେଲୀ ବୈଭବ କାୟାରେ ତାହାର,
ପରିସ୍ଫୁଟ ହେଉଥାଏ ।।
ଧରିବା ପାଇଁକି ଯିବାକୁ ଚାହିଁଲେ,
ଅତଳ ଗହ୍ୱରେ ଯାଏ,
ମିଛେ ସିନା ମରେ ଦରାଣ୍ଡି ଦାରାଣ୍ଡି
ପ୍ରାଣକୁ ବାଜି ଲଗାଏ ।।

___ଚିତ୍ରା ରାଣୀ ପାତ୍ର।____

            ବାଲେଶ୍ଵର

 

Related posts

କବିତା ସାହୁ   ଙ୍କ କବିତା // ଶିବରାତ୍ରୀ ଉଜାଗର 

Sunil Chandra Nayak

କୁଞ୍ଜ ବିହାରି ରାଉତ ଙ୍କ କବିତା // ନବ ବର୍ଷ ର ଅନୁଚିନ୍ତା

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ll ସ୍ମୃତି ଚିହ୍ନ l l

Sunil Chandra Nayak

Leave a Comment

error: Content is protected !!