ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

କବିସୌରଭ କୈଳାଶଚନ୍ଦ୍ର ବେହେରା ଙ୍କ ଗଲ୍ପ = ମାଆର ଗାଳି ଦାଣ୍ଡର ଧୂଳି 

ସୃଷ୍ଟି : ଏକ ଗପ ଗଣ୍ଠିଲିର  

         ( ପ୍ରଥମ ଭାଗ )

 ମାଆର ଗାଳି ଦାଣ୍ଡର ଧୂଳି 

                  କବିସୌରଭ କୈଳାଶଚନ୍ଦ୍ର ବେହେରା

         ସତ୍ୟ ଯୁଗର କଥା । ସ୍ବର୍ଗରେ ସୂର୍ଯ୍ୟ ଦେବତାଙ୍କର ଦୁଇପୁଅ ଥିଲେ । ବଡ଼ ପୁଅର ନାମ ଶନି ଓ ସାନ ପୁଅର ନାମ ଯମ । ଶନି ଓ ଯମ ଦୁଇଜଣ ଯାକ ପିଲାବେଳୁ ଭାରି ଚଗଲା ଥିଲେ । ଟିକିଏ କଥାରେ ଦୁଇ ଜଣଯାକ ରାଗିଯାଇ ଯାହାପାରୁ ତାହା କରି ପକାଉ ଥିଲେ । ସାନ ଭାଇ ଯମ ଶନିଙ୍କ ଠାରୁ ଅଧିକ ଦୁଷ୍ଟ ପ୍ରକୃତିର ଥିଲେ । ସେ ସାନ ବଡ଼ କାହାରିକୁ ଖାତିର କରୁ ନ ଥିଲେ ।
         ସୂର୍ଯ୍ୟଙ୍କର ଦୁଇ ପତ୍ନୀ ଥିଲେ ।ଜଣକର ନାମ ଛାୟା ,ଅନ୍ୟ ଜଣକର ନାମ ମାୟା । ସାବତ ମାଆ ମାୟା ଯମଙ୍କର ଦୁଷ୍ଟାମୀକୁ ସହ୍ୟ କରି ପାରୁ ନ ଥିଲେ ।
           ଦିନେ ସ୍ବର୍ଗପୁରୀରେ ଦେବତାମାନଙ୍କର ଗୋଟିଏ ବଡ଼ ଭୋଜି ହେଲା । ଭୋଜିରେ ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ଅନ୍ନ ବ୍ୟଞ୍ଜନର ବ୍ୟବସ୍ଥା ହୋଇଥିଲା । ଭୋଜିକୁ ସବୁ ଦେବତାମାନଙ୍କୁ ନିମନ୍ତ୍ରଣ କରା ଯାଇଥିଲା । ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ଏହି ଭୋଜି ପାଇଁ ନିମନ୍ତଣ କରାଯାଇଥିଲା । ତାଙ୍କର ଦୁଇ ପୁଅ ଶନି ଓ ଯମ ପାଖରେ ନ ଥିବାରୁ ସୂର୍ଯ୍ୟ ଏକାକୀ ସେହି ଭୋଜିରେ ଯୋଗ ଦେଲେ । ଖାଇସାରିବା ପରେ ଦୁଇ ପୁଅ ପାଇଁ କିଛି ଖାଦ୍ୟ ଧରି ଆସି ଘରେ ପହଞ୍ଚିଲେ । ଘରେ ପହଞ୍ଚି ଦେଖିଲେ ସାନ ପତ୍ନୀ ମାୟା ଅଛନ୍ତି । କିନ୍ତୁ ଦୁଇ ପୁଅ ନାହାନ୍ତି । ସୂର୍ଯ୍ଯଦେବତା ଆଣିଥିବା ଖାଦ୍ୟକୁ ମାୟାକୁ ଦେଇ କହିଲେ – ” ଏହି।ଖାଦ୍ୟ ରଖିଥାଅ । ଦୁଇପୁଅ ଆସିଲେ ସେମାନଙ୍କୁ ଖାଇବାକୁ ଦେବ ।” ଏହାକହି ସୂର୍ଯ୍ୟ ଦେବତା ବାହାରକୁ ଚାଲିଗଲେ ।
          କିଛି ସମୟ ପରେ ଶନି ଓ ଯମ ଦୁଇଭାଇ ବୁଲି ବୁଲି ଆସି ଘରେ ପହଞ୍ଚିଲେ । ମାଆଙ୍କ ଠାରୁ ଦେବତାଙ୍କ ଭୋଜିରୁ ବାପା ଖାଦ୍ୟ ଆଣିଥିବା କଥା ଶୁଣି ଦୁଇ ଭାଇଯାକ ଖାଇବାକୁ ଦେବାକୁ କହିଲେ । ମାୟା ଜାଣିଛନ୍ତି ଯମ ଭାରି ଦୁଷ୍ଟ ପ୍ରକୃତିର । ଏହି ସାଧାରଣ କଥାରେ ହୁଏତ ଝଗଡ଼ା ହେଇ ପାରେ । ତେଣୁ ସେ କହିଲେ – ” କିଛି ସମୟ ଅପେକ୍ଷା କର । ବାପା ଆସିଲେ ଦୁହିଁଙ୍କୁ ଖାଦ୍ୟ ବାଣ୍ଟିକରି ଦେବି । ” ମାଆଙ୍କ କଥାରେ ଶନି ବୁଝିଗଲେ । କିନ୍ତୁ ଯମ ହୋଇ ଏହିକ୍ଷଣି ଖାଇବାକୁ ଦେବାପାଇଁ ଜିଦ୍ ଧରିଲେ । ମାଆ ଯେତେ ବୁଝାଇଲେ ହେଲେ ବୁଝିଲେ ନାହିଁ । ଖାଦ୍ୟ ନ ଦେବାରୁ ଯମ ରାଗିଯାଇ ମାଆଙ୍କୁ ଗୋଇଠାଟିଏ ମାରିଦେଲେ ।
         ସାବତ ମାଆ ମାୟା ହଠାତ୍ ରାଗିଯାଇ ଯମ ଯେଉଁ ଗୋଡ଼ରେ ଗୋଇଠା ମାରିଛି , ସେହି ଗୋଡ଼କୁ କୁଷ୍ଠରୋଗ ହୋଇଯାଉ ବୋଲି ଅଭିଶାପ ଦେଲେ । ସଙ୍ଗେ ସଙ୍ଗେ ଯମଙ୍କର ଗୋଟିଏ ଗୋଡ଼ କୁଷ୍ଠରୋଗରେ ଆକ୍ରାନ୍ତ ହେଇଗଲା ଓ ପୂଜରକ୍ତ ବହିବାକୁ ଲାଗିଲା । ଯମ ଏହା ଦେଖି ଦୁଃଖରେ କାନ୍ଦିବାକୁ ଲାଗିଲେ । କିଛି ସମୟ ପରେ ସୂର୍ଯ୍ୟ ଦେବତା ଆସି ଘରେ ପହଞ୍ଚିଲେ । ଯମଙ୍କର ଗୋଡ଼ର ଅବସ୍ଥା ଦେଖି ତାଙ୍କୁ ଏହାର କାରଣ ପଚାରିଲେ । ଯମ ବାପାଙ୍କୁ ସମସ୍ତ କଥା ଖୋଲି କହିଦେଲେ । ସୂର୍ଯ୍ଯ ମାୟାଙ୍କର ଏହି କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ବିରକ୍ତ ହେଲେ । ଭାଵିଲେ ପୃଥିବୀରେ ଯେଉଁ ମଣିଷମାନେ ବାସ କରୁଛନ୍ତି ସେମାନଙ୍କ ମଧ୍ୟରୁ କେତେକ ମାଆ ସେମାନଙ୍କ ସନ୍ତାନମାନଙ୍କ ଦୁଷ୍ଟାମୀକୁ ସହ୍ୟ କରି ନପାରି ,
” ତୋତେ ବାଘ ଖାଉ ,ସାପ ଖାଉ ,ମଶାଣିକୁ ଯାଆ ,ଗଧ , କୁକୁର , ଘୁଷୁରୀ ଇତ୍ୟାଦି କହି ଗାଳି ଦେଉଛନ୍ତି । ଯଦି ଏ ସବୁ ଗାଳି ସତରେ ପରିଣତ ହେଇଯାଏ ତା’ହେଲେ ସନ୍ତାନମାନଙ୍କର ବହୁତ କ୍ଷତି ହେବ । ” ତେଣୁ ସୂର୍ଯ୍ୟଦେବ କହିଲେ – ” ଆଜିଠାରୁ ମାଆର ଗାଳି ଦାଣ୍ଡର ଧୂଳି ” ଅର୍ଥାତ୍ ମାଆମାନଙ୍କର ଗାଳି ସନ୍ତାନମାନଙ୍କର କୌଣସି କ୍ଷତି ସାଧନ ନ କରି ଦାଣ୍ଡର ଧୂଳିଭଳି ଉଡ଼ି ଯିବ । ” ସେହିଦିନଠାରୁ ମାଆମାନେ ବିରକ୍ତ ହୋଇ ବା ରାଗିଯାଇ ସନ୍ତାନମାନଙ୍କୁ ଯେଉଁ ଗାଳିଗୁଲଜ କରୁଛନ୍ତି ତାହା ସନ୍ତାନ ଉପରେ କୌଣସି ପ୍ରଭାବ ପକାଉ ନାହିଁ । ବର°ଦାଣ୍ଡର ଧୂଳିଭଳି ଉଡ଼ି ଯାଉଛି ।
             ବାଲିଗୁଡ଼ା , କନ୍ଧମାଳ

Related posts

କବିସୌରଭ କୈଳାଶଚନ୍ଦ୍ର ବେହେରା ଙ୍କ ଗଳ୍ପ = ଭୋକର କରାମତି

Sunil Chandra Nayak

ଅସହାୟକୁ ସହାୟ ହେଲା ବିଜୁ ଜନତା ଦଳ

Sunil Chandra Nayak

ଆଦରମଣି ପ୍ରଧାନ ଙ୍କ ମିନି ଗଳ୍ପ  = ଦିଲ୍ଲୀ ଛତୁ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort