ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାର ପୁସ୍ତକ ମେଳା ର ଉଦଯାପନୀ ଦିବସ ..କବିର ଦରଦୀ ଇଲାକାର ବଂଧୁ ହେଉଛି କବିତା..

ରାଉରକେଲା/ କବିର ଦରଦୀ ଇଲାକାର ବଂଧୁ ହେଉଛି କବିତା ।ଭଲମଣିଷ ହେବାକୁ ହେଲେ ଆମଭିତରେ ଥିବା ମଣିଷତ୍ବକୁ ଜାଗ୍ରତ କରିବାକୁ ପଡିବ, ଏଥିପାଇଁ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ଆଦର୍ଶ ପାଠାଗାର ଆୟୋଜିତ ୨୮ତମ ପୁସ୍ତକ ମେଳା ର ଉଦଯାପନୀ ଦିବସରେ ମତପ୍ରକାଶ କରିଥିଲେ । ପୁସ୍ତକ ମେଳା ର ଉଦଯାପନୀ ଦିବସରେ ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ ଅବସରରେ ଚଳିତ ବର୍ଷ ଲକ୍ଷ୍ମୀଧର ନାୟକ ସ୍ମୃତି ସମ୍ମାନରେ କବି ନିତ୍ୟାନନ୍ଦ ନାୟକ (କଶ୍ୟପ) ଙ୍କୁ ସମ୍ମାନିତ କରାଯାଇଥିଲା । ମୁଖ୍ୟଅତିଥି ଓ ସମ୍ବର୍ଦ୍ଧିତ ଅତିଥି ଦ୍ବୟ ଉପରୋକ୍ତ ବକ୍ତବ୍ଯ ସହ କବି ସବୁବେଳେ ସମ୍ବେଦନଶୀଳ ସତ୍ତାଟିଏ ଓ କବିତା ସୃଷ୍ଟି ହୁଏ ଗଭୀରତମ ମମତ୍ବବୋଧରୁ ବୋଲି ମତ ରଖିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ସେହିପରି ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଦାୟିତ୍ୱ ତୁଲାଇଥିବା ବବିତା ମହାଳିକ, ଲିପ୍ସା ମହାନ୍ତି,ଅକ୍ଷୟ ସାମଲ, ଗୋକୁଳାନନ ଦାଶ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅନିଲ ମଲ୍ଲିକଙ୍କ ସଂଯୋଜନାରେ ଉପଦେଷ୍ଟା ଅଭୟ କୁମାର ଦାସ ବକ୍ତବ୍ଯ ରଖିଥିବା ବେଳେ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଡବସନ୍ତ ଦାସ,ଡଃ ସୁମନ ଦତ୍ତ, ବିଜୟ ପାତ୍ର, କନକଲତା ମିଶ୍ର,ଡଃ ଜୟନ୍ତୀ ପାଢୀ, ଅର୍ଚ୍ଚନା ମହାନ୍ତି, ସନ୍ତୋଷ ରଥ, ମନୋଜ ପଣ୍ଡା, ଜ୍ଞାନେନ୍ଦ୍ର ଦାଶ,ଜ୍ୟୋତିରଂଜନ ମହାପାତ୍ର, ଡଃ କୃପାସିନ୍ଧୁ ନାୟକ, ସ୍ମିତା ମିଶ୍ର, ଡଃ ସନାତନ ପ୍ରଧାନ, ବିଷ୍ଣୁ ମହାନ୍ତି, ପ୍ରଦୀପ କୁମାର ପଟ୍ଟନାୟକ, ଦୀନବଂଧୁ ରଥ,କୁଞ୍ଜବିହାରୀ ରାଉତ, ଟୁକୁଲା ପାଢୀ, ଟି ଏସ ମଧୁସୂଦନ, ରଘୁନନ୍ଦନ ପାଢୀ, ତାରିଣୀ ଚରଣ ସାହୁ,ଅମୂଲ୍ୟ ଚରଣ ବରାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଡାବୁଗାଁ ବିଇଓ ଙ୍କୁ ଏକ୍ସ କେଡର- ୨୦୨୪ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା

masiha

ଦକ୍ଷିଣୀ ଶୌଣ୍ଡିକ ସାଂସ୍କୃତିକ ସମାଜର ବ୍ଲକ୍ ପରିଚାଳନା କମିଟି ଗଠନ

ଆଦର୍ଶ ବିଦ୍ୟାଳୟ କୁ ଯାଉଥିବା ବସ ଦୁର୍ଘଟଣା ଘଟି 7 ଛାତ୍ରୀ ଛାତ୍ର ଆହତ 3 ଗୁରୁତର ,ଡ୍ରାଇଭର ଅଟକ

Sunil Chandra Nayak

Leave a Comment

error: Content is protected !!