ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ପଦୋନ୍ନତି ପାଇଥିବା ଗ୍ରେଡ ୪ ଗ୍ରାଜୁଏଟ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କୋକସରା,୧୦/୦୨- କୋକସରା ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗ୍ରେଡ ୪ ଗ୍ରାଜୁଏଟ ମାନ୍ୟତ ମିଳିଥିବା ନେଇ ଜଣାପଡିଛି। ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କାଉନସେଲିଂ ପରେ ପଦୋନ୍ନତି ପାଇଛନ୍ତି । ସୂଚନା ଅନୁସାରେ କୋକସରା ବ୍ଲକ ଶିକ୍ଷା ବିଭାଗରୁ ଗ୍ରେଡ ୪ ଗ୍ରାଜୁଏଟ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆଗାମୀ ୭ ଦିନ ମଧ୍ୟରେ କାଉନସେଲିଂ ହୋଇଥିବା ସ୍କୁଲରେ ଯୋଗଦାନ କରିବାକୁ ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ସେହି ନିର୍ଦ୍ଦେଶ ଅନୁସାରେ ବ୍ଲକର ଝରିଆଗୁଡା ୟୁପି ସ୍କୁଲରେ ପ୍ରଧାନ ଶିକ୍ଷକ ଭବେ ଗୋବର୍ଦ୍ଧନ ବେମାଲ, ବରାଡଙ୍ଗା ୟୁପି ସ୍କୁଲର ଶିକ୍ଷକ ଭାବେ ଭୁବନେଶ୍ୱର ଛାତ୍ରୀଆ, ସୁପାଡ଼ ୟୁପି ସ୍କୁଲ ର ଶିକ୍ଷୟିତ୍ରୀ ଭାବେ ସ୍ବର୍ଣ୍ଣାଲତା ପାଳ, ଟେମରା ୟୁପି ସ୍କୁଲର ଶିକ୍ଷକ ଭାବେ ସଞ୍ଜୟ କୁମାର ପୁଝାରି, ବଡ଼ କେନ୍ଦୁଗୁଡା ୟୁପି ସ୍କୁଲର ଶିକ୍ଷକ ଭାବେ ଶରତ ଚନ୍ଦ୍ର ପୁଝାରୀ, ବଡ଼ ପୋଡ଼ାଗୁଡା ୟୁପି ସ୍କୁଲର ଶିକ୍ଷୟିତ୍ରୀ ଭାବେ ବୀଣାପାଣି ମାଝୀ, ଆଇଁଲି ୟୁପି ସ୍କୁଲ ଶିକ୍ଷକ ଭାବେ ମହେନ୍ଦ୍ର ନାଥ ମାଝୀ, ପିତବାସପୁର ୟୁପି ସ୍କୁଲର ଶିକ୍ଷକ ଭାବେ ଦେବେନ୍ଦ୍ର ମାଝୀ, ସରଧାପୁର ୟୁପି ସ୍କୁଲର ଶିକ୍ଷୟିତ୍ରୀ ଭାବେ ଉର୍ମିଳା ନାଏକ ଓ କାଉଡୋଳା ୟୁପି ସ୍କୁଲ ଶିକ୍ଷକ ଭାବେ ଜୟଶଙ୍କର ପାଠିଙ୍କୁ ଗ୍ରେଡ ୪କୁ ପଦୋନ୍ନତି ପାଇ ଯୋଗଦେଇଛନ୍ତି। ପଦୋନ୍ନତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୋକସରା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବିଇଓ ନେମାଲ ଚନ୍ଦ୍ର ବାଗ, ବିଆରସିସି ତୋଫାନ ମାଝୀ, ସେକ୍ସନ ଅଫିସର ବିଜୟ କୁମାର ବେହେରା, ଶିକ୍ଷକ ବିର କିଶୋର ନାଗ, ନୋଡାଲ ସିଆରସିସି ବୈକୁଣ୍ଠ ଜାଲ, ଶିକ୍ଷକ ଅଜିତ ସାହୁଙ୍କ ସହ ଅନ୍ୟ ଅଧିକାରୀ ଓ ଶିକ୍ଷକ ଉପସ୍ଥିତ ରହି ସ୍ୱାଗତ କରିଛନ୍ତି ।

ମସିହା ନିଉଜ ସର୍ଭିସ୍ 

Related posts

ନବରଙ୍ଗପୁର ଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ସଦାଶିବ ତ୍ରୀପାଠୀ ଙ୍କ ଜନ୍ମ ଜୟନ୍ତୀ ସମାରୋହ ପାଳନ 

masiha

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ କାର୍ଗିଲ୍ ବିଜୟ ଦିବସ ପାଳିତ

Sunil Chandra Nayak

୧୪ ବର୍ଷ ଚାକିରୀ କଲାପରେ ହେଇପାରିଲାନି ନିୟମିତତା , ମାନସିକ ଚାପରେ ପରିବାରକୁ ଏକାକୀ ଛାଡି ଚାଲିଗଲେ ଶିକ୍ଷକ

Sunil Chandra Nayak

Leave a Comment

error: Content is protected !!