ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଆପଥର ବର୍ଷାରେ ଧାନ, କପା ଚାଷ ନଷ୍ଟ , ଚିନ୍ତାରେ ଚାଷୀ 

କୁଆପଥର ବର୍ଷାରେ ଧାନ, କପା ଚାଷ ନଷ୍ଟ , ଚିନ୍ତାରେ ଚାଷୀ 

ଆଗୋଲାମୁଣ୍ଡା,ତା.୪।୧୧(ସମିସ): ଗତକାଲି ରାତ୍ର ୯ ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ତିନି ଗୋଟି ଗ୍ରାମପଞ୍ଚାୟତରେ କାଳବୈଶାଖୀର ପ୍ରଭାବରେ ପ୍ରବଳ ପବନ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଧାନ, କପା, ଆଖୁ, ବିଭିନ୍ନ ପନିପରିବା ଚାଷ ଓ ଡାଲି ଜାତୀୟ ଫସଲ ନଷ୍ଟ ହେବା ସହିତ ବଡ଼ ବଡ଼ ଗଛ ଉପୁଡି ପଡିଥିବା ବେଳେ ଅନେକ ଜାଗାରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ଫଳରେ ବ୍ଲକର ଚହକା,ଉଛୁଲା ଓ ବଡ଼ଚେରଗାଁ ଗ୍ରାମ ପଞ୍ଚାୟତର ଚାଷୀ ଘୋର ଚିନ୍ତାରେ ଅଛନ୍ତି । ଏହି ତିନିଗୋଟି ଗ୍ରାମପଞ୍ଚାୟତରେ ଧାନ ଓ କପା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ବିଲରେ ଧାନ ଫସଲ ଲହଡି ଭାଙ୍ଗୁଥିବା ବେଳେ ଗତକାଲିର କୁଆପଥର ବର୍ଷରେ ଧାନ ବିଲରେ ଧାନ ଫସଲ ସୋଇ ପଡ଼ିଥିବା ବେଳେ ପାଚିଲା ଧନ ସବୁ।ବିଲରେ ଗଦା ହୋଇ ପଡିଛି । ବିଲରେ ବର୍ଷାପାଣି ଚାଲୁଥିବା ବେଳେ ଏପରି ପରିସ୍ଥିରେ ଚାଷୀ ବିଲ ମଧ୍ୟରେ ତାର ବର୍ଷ ଯାକର ଧାନ ଚାଷକୁ ବିଲ ମଧ୍ୟରେ ଖୋଜି ବୁଲୁଛି । ଠିକ ସେହିପରି ଆଉ କିଛି ଦିନ ପରେ ଚାଷୀ କପା ଚାଷ ଅମଳ କରିବାକୁ ଥିବା ବେକେ ଏହି କୁଆପଥର ବର୍ଷା ସବୁ ସ୍ୱହା କରି ଦେଇଛି । କୁଆପଥର ବର୍ଷା ଯୋଗୁଁ ଗଛରେ ଝଟକୁଥିବା ଧଳା କପା କଳେ ପଡି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଏହି ଅଞ୍ଚଳର ଡାଲି ଜାତୀୟ ଫସଲ ଓ ପନି ପରିବା ଚାଷ ମଧ୍ୟ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ଏପରିସ୍ଥଳେ ଚାଷୀକୁ ତାର ବିହନ ମିଳିବା ବି କି ନାହିଁ ଚାଷୀ ଘୋର ଚିନ୍ତରେ ଅଛି । ଅନେକ ଜାଗାରେ ବଡ଼ ବଡ଼ ଗଛ ମାନ ଉପୁଡି ପଡ଼ିଥିବାରୁ ରାସ୍ତା ଘାଟ ବନ୍ଦ ହୋଇ ପଡ଼ିଥିବା ବେଳେ ବିଲ ମାନଙ୍କରେ ଗଛ ମାନ ପଡି ରହିଛି । ରାସ୍ତାମାନଙ୍କରେ ବଡ଼ ବଡ଼ ଗଛ ପଡି ରହିଥିବାରୁ ବଡ଼ଚେରଗାଁ କେଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ରହିଛି । ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ ତରଫରୁ ଗଛ ମାନଙ୍କୁ କାଟି ରାସ୍ତା ସଫା କରୁଥିବା ଦେଖିବାକୁ ମିଳିଛି । କେତେକ ଯାଗାରେ ଲୋକଙ୍କ ଚାଳ ଛପର ମଧ୍ୟ ଉଡାଇ ନେଇଥିବା ଦେଖିବାକୁ ମିଳିଛି । ଏପରିସ୍ଥଳେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀ ମହଲରେ ଦାବୀ ହେଉଛି । ଅପରପକ୍ଷରେ କ୍ଷୟକ୍ଷତି ଆକଳନ ପାଇଁ ଏହି ଅଞ୍ଚଳରେ କୃଷି ବିଭାଗ ସହିତ ତହସିଲଦାର ଅଶୋକ ପଟ୍ଟନାୟକ ଓ ବିଡ଼ିଓ ଶ୍ରୀମତୀ ଅକ୍ଷୟମିତା କାର୍ତ୍ତିକ ବୁଲୁଥିବା ଦେଖିବାକୁ ମିଳିଛି । ବିଦ୍ୟୁତ ବିଭାଗ ପକ୍ଷରୁ ମଧ୍ୟ ଯଥାଶୀଘ୍ର ବିଦ୍ୟୁତ ଯୋଗାଣ ପାଇଁ କାର୍ଯ୍ୟ ଜୋରସୋରରେ ଚାଲିଛି । ଏହି ତିନିଗୋଟି ଗ୍ରାମପଞ୍ଚାୟତର ଶହ ଶହ ହେକ୍ଟର ଚାଷ ଜମିରେ ଧାନ,କପା,ଆଖୁ,ଡାଲି ଜାତୀୟ ଫସଲ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ କ୍ଷୟକ୍ଷତି ଆକାଳନ ପରେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ବୋଲି ଜଣାପଡିବ ବୋଲି ତହସିଲଦାର ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଅଗ୍ରଗାମୀ କଳା ସାଂସ୍କୃତିକ ଅନୁଷ୍ଠାନ ଚଳାନପଡା ଗୋଇମୁଣ୍ଡି ର ସାମାଜିକ ନାଟକ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଖଜୁରିଆ ଗ୍ରାମ ରେ ପବିତ୍ର ରାମ ନବମୀ ମହା ଆଡ଼ମ୍ବର ରେ ପାଳିତ 

Sunil Chandra Nayak

ଏନଏସି ଦୋକାନ ଭଡ଼ା ବୃଦ୍ଧି ପ୍ରତିବାଦରେ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!