ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କୁ ରାଉରକେଲା ଠାରେ ଭବ୍ୟ ସମ୍ବର୍ଦ୍ଧନା

ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କୁ ରାଉରକେଲା ଠାରେ ଭବ୍ୟ ସମ୍ବର୍ଦ୍ଧନା.

ରାଉରକେଲା/ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ରଙ୍କ ରାଉରକେଲା ଗସ୍ତ ଅବସରରେ ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ପାନ୍ଥନିବାସ ଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି l ଅନୁଷ୍ଠାନର ସମ୍ପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମନ୍ତ୍ରୀ ଶ୍ରୀ ପାତ୍ର ଙ୍କୁ କଳାକାର ଭତ୍ତା ବୃଦ୍ଧି, ମୁଖ୍ୟମନ୍ତ୍ରୀ କଳାକାର କଲ୍ୟାଣ ଯୋଜନାରେ ବାକିଥିବା କଳାକାର ମାନଙ୍କୁ ସାମିଲ କରିବା, ଇସ୍ପାତ ନଗରୀ ରାଉରକେଲା ରେ କଳା ସଂସ୍କୃତିକୁ ସମୃଦ୍ଧ କରିବା, ପାଠାଗାର ଆନ୍ଦୋଳନ କୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରିବା, ସର୍ବୋପରି ଓଡ଼ିଆ ଭାଷା, ସାହିତ୍ୟ, ପ୍ରାଚୀନ କଳା ସଂସ୍କୃତିକୁ, ଭାଗବତ ଟୁଙ୍ଗି ଓ ପରମ୍ପରାର ବିକାଶ ଓ ସମୃଦ୍ଧି ପାଇଁ ସରକାର ପଦକ୍ଷେପ ନେବାପାଇଁ ମନ୍ତ୍ରୀକୁ ଅନୁରୋଧ କରିଥିଲେ l ସାମାଜିକ ଓ ସଂସ୍କୃତିକ ଅନୁଷ୍ଠାନ ନିମନ୍ତେ ଆର୍ଥିକ ଅନୁଦାନ ଚୟନରେ ଅନିମିୟତା ସମ୍ପର୍କରେ ଶ୍ରୀ ପରିଡା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଉପସଭାନେତ୍ରୀ ମିନତୀ ବିଶ୍ୱାଳ, ଭ୍ରମରବର ମହାକୁଡ଼, ସନାତନ ସାହୁ, ହରିହର ବେହେରା,ଝୁନୁ ଲତା ସାହୁ,ମିଲି ବେହେରା, ଚାନ୍ଦମଣି ମାଝୀ, ମଞ୍ଜୁ ଲତା ଭୂମିଜ, କୈଳାଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପାଖରୁ ନିଆଯାଇଥିବା ଗଠନ ମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚିଆଁପଦର ଉ.ପ୍ରା.ବିଦ୍ୟାଳୟରେ ଦୀକ୍ଷାନ୍ତ ସମାରୋହ

Sunil Chandra Nayak

ଆମ ବ୍ୟାଙ୍କ ସେବା ଲୋକାର୍ପିତ

masiha

ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ଓ ଦଣ୍ଡପାଟ ଯୁବ ସେବା ସଂଗଠନ ପକ୍ଷରୁ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!