ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହଳଦା ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ସଚେତନତା ଶିବିର

 ମୟୂରଭଞ୍ଜ :- ( ମସିହା) ୧୮/୦୩/୨୩, ମୟୁରଭଞ୍ଜ ଜିଲ୍ଲା ବହଳଦା ବନାଞ୍ଚଳ ଅନ୍ତର୍ଗତ ପିଠାକୁଟଣୀ ଗ୍ରାମରେ ମା ବହଳଦା ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। 

     ଚଳିତ ବର୍ଷ ବର୍ଷା ଅଭାବ ଦେଖା ଦେଇଥିବାବେଳେ ଅଞ୍ଚଳର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଘଟଣା ବନ ବିଭାଗ ପାଇଁ ମୁଣ୍ଡ ବ୍ୟଥା ର କାରଣ ପାଲଟି ଥିଲା। ଗତ ବର୍ଷ ମଧ୍ୟ ଚାଷ ଉପଯୋଗି ବର୍ଷା ହୋଇ ନଥିବା ଫଳରେ ଅଧିକାଂଶ ଚାଷ ଜମିରେ ଚାଷ ହୋଇ ନଥିଲା ଫଳରେ ଧାନଖେତ ଗୁଡିକରେ ବିସ୍ତୃତ ଭାବେ ଘଞ୍ଚ ଅନାବନା ଘାସରେ ପରିପୂର୍ଣ୍ଣ ହୋଇ ରହିଥିଲା। ଜଙ୍ଗଲ ନିକଟସ୍ଥ ଧାନ ଖେତ ଗୁଡିକରେ ନିଆଁ ଲଗାଯିବା ଫଳରେ ତାହା ଜଙ୍ଗଲକୁ ନିଆଁ ବ୍ୟାପିବାର କାରଣ ପାଲଟି ଥିଲା। ହେଲେ ବର୍ତ୍ତମାନ ଜଙ୍ଗଲ ପରିସର ମଧ୍ୟରେ ଥିବା ମହୁଲ ଗଛରୁ ଖସୁଥିବା ମହୁଲ ଫୁଲ ଗୋଟାଇବା ଉଦ୍ଧେଶ୍ୟରେ ଗଛ ତଳେ ଜମା ହେଉଥିବା ଶୁଖିଲା ପତ୍ର ଗୁଡିକୁ ନିଆଁ ଲଗାଇ ପୋଡି ଦିଆଯାଉଥିବା କାରଣରୁ ମଧ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟୁଛି। ପ୍ରତ୍ୟୋକ ବର୍ଷ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ ହେବା ଘଟଣା ଚିନ୍ତା ର ବିଷୟ ପାଲଟିଛି।

   ଏସବୁ ସମସ୍ୟାକୁ କୁ ଦୃଷ୍ଟିରେ ରଖି ବହଳଦା ବନାଞ୍ଚଳ ରେଞ୍ଜର ଶ୍ରୀମତୀ ସୁମତୀ ପାତ୍ର’ଙ୍କ ଅଧ୍ୟକ୍ଷତାରେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ସଚେତନତା ଶିବିର ଓ ସଚେତନତା ରାଲି ଆଜି ପିଠାକୁଣୀ ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅସନା ସରପଞ୍ଚ ବାଲେଶ୍ବର ମୁର୍ମୁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପରିବେଶ ବିଦ୍ ତଥା ଭାଷ୍ୟକାର ଲଳିତ କୁମାର ମହାନ୍ତ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥୀ ଭାବେ ସାମ୍ବାଦିକ ବସନ୍ତ ସାଣ୍ଡିଲ, ପ୍ରଦିପ୍ତ କୁମାର କବି, ମାନବଧିକାର କର୍ମୀ ପିତାମ୍ବର ମୁର୍ମୁ, ଏଫଏମୟୁ କୋର୍ଡିନେଟର ଗୋବିନ୍ଦ ମାଝୀ ଓ ଶିଖା କୁମାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ବନ ବିଭାଗ ଅଧିକାରୀ ଏବଂ ଅତିଥୀଗଣ ନିଜ ନିଜ ବକ୍ତବ୍ୟରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜନ ସାଧାରଣ ଓ ପିଠାକୁଟଣୀ ବନ ସୂରକ୍ଷା ସମିତି ସଦସ୍ୟ’ଙ୍କୁ ଜଙ୍ଗଲର ଉପକାରିତା ଓ ଜୈବ ବିବିଧିତା ରକ୍ଷାର ଆବଶ୍ୟକତା ବିଷୟରେ ନିଜ ଶୈଳିରେ ବୁଝାଇବା ସହିତ ଜଙ୍ଗଲରେ ଯେପରି ନିଆଁ ନଲାଗେ ସେନେଇ ସର୍ବଦା ସଚେତନ ରହିବାକୁ ଆହ୍ବାନ ଦେଇଥିଲେ ଏବଂ ଯଦି କୌଣସି କାରଣରୁ ନିଆଁ ଲାଗିଥାଏ ତେବେ ତୁରୁନ୍ତ ନିଆଁକୁ ନିୟନ୍ତ୍ରଣ କରିବାକୁ ଗ୍ରାମବାସୀ ଧାଇଁଯିବା ସହ ଜଙ୍ଗଲ ବିଭାଗକୁ ସୂଚନା ଦେବାକୁ କହିଥିଲେ। ଜଙ୍ଗଲ ସୂରକ୍ଷା ପାଇଁ ସମସ୍ତେ ଶପଥ ଗ୍ରହଣ କରିବା ପରେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସଚେତନାତ୍ମକ ସ୍ଲୋଗାନ ମାନ ଦେଇ ଗ୍ରାମ ପରିକ୍ରମା କରାଯାଇଥିଲା। ବହଳଦା ଫରେଷ୍ଟର ଜିତେନ୍ଦ୍ର ବେହେରା ଓ ବନରକ୍ଷୀ ଶୁଭସ୍ମିତା ଗିରି’ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଫେରାର୍ ଉଦ୍ୟମ ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ।୨୦ ଗୋରୁ ଉଦ୍ଧାର,ଚାଳକ ଫେରାର୍ 

Sunil Chandra Nayak

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ବାବାସାହେବ୍ ଡ ଭୀମରାଓ ରାମଜୀ ଆମ୍ବେଦକର ଙ୍କ ୧୩୬ତମ ଜୟନ୍ତୀ ମହାସମାରୋହ ରେ ପାଳିତ 

Sunil Chandra Nayak

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ରରେ ଏକ ଦିବସୀୟ ବ୍ଳକ ସ୍ତରୀୟ ଦକ୍ଷତା ପ୍ରଶିକ୍ଷଣ ଶିବିର 

Sunil Chandra Nayak

Leave a Comment

error: Content is protected !!