ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଟିପିଏନଡିଓଲର ଦାଦାଗିରି ; ବିଦ୍ୟୁତ କାଟ ଅଭିଯାନ ବେଳେ ଆଦିବାସୀ ଦମ୍ପତ୍ତି’ଙ୍କ ଉପରେ ଆକ୍ରମଣ ଓ ଦୁର୍ବବ୍ୟବହାର

କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ ଆଦିବାସୀ ଅତ୍ୟାଚାର ନିବାରଣ ଆଇନ୍ ରେ ମାମଲା

 ମୟୂରଭଞ୍ଜ :- (ମସିହା) ୧୮/୦୩୨୩/ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଅନ୍ତର୍ଗତ ଗିଦିଘାଟୀ (ହେଁସଡା) ଗ୍ରାମରେ ବିଦ୍ୟୁତ୍ ବିଭାଗ ବହଳଦା ସେକ୍ସନ ପକ୍ଷରୁ ବିଦ୍ୟୁତ୍ ଶୁଳ୍କ ଆଦାୟ ଓ ଖିଲାପକାରୀ’ଙ୍କ ବିଦ୍ୟୁତ ସଂଯୋଗ କାଟ ବେଳେ ଟାଟା ପାଓ୍ବାର ବିଦ୍ୟୁତ୍ ବିଭାଗ କର୍ମଚାରୀ’ଙ୍କ ଦ୍ବାରା ଆଦିବାସୀ ଦମ୍ପତ୍ତି’ଙ୍କ ଉପରେ ଆକ୍ରମଣ, ଦୁର୍ବବ୍ୟହାର ଓ ଅପହରଣ ପରି ଅଭାବନୀୟ ଘଟଣା ଘଟି ଯାଇଥିବାବେଳେ କନିଷ୍ଠ ଯନ୍ତ୍ରୀ’ଙ୍କ ବିରୁଦ୍ଧରେ ଅନୁସୂଚୀତ ଜାତୀ/ ଜନଜାତୀ ଅତ୍ୟାଚାର ନିବାରଣ ଅଧିନୀୟମ ଅନୁସାରେ ମାମଲା ରୁଜୁ। ରାଇରଙ୍ଗପୁର ଏସଡିପିଓ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ’ଙ୍କ ତଦନ୍ତ।

       ଅଭିଯୋଗ ଅନୁସାରେ ୧୫’ ତାରିଖ ବୁଧବାର ଦିନ ବିନା ସୂଚନାରେ ବିଦ୍ୟୁତ୍ ଶୁଳ୍କ ଆଦାୟ କରିବାକୁ ବହଳଦା ବିଦ୍ୟୁତ୍ ସେକ୍ସନ କନିଷ୍ଠ ଯନ୍ତ୍ରୀ ସୁବାଶ ଚନ୍ଦ୍ର ମଲ୍ଲିକ ପାଖାପାଖି ୩୦’ ଜଣ ବିଦ୍ୟୁତ୍ କର୍ମଚାରୀଙ୍କୁ ନେଇ ପହଞ୍ଚିଥିଲେ। ବିଦ୍ୟୁତ୍ ଶୁଳ୍କ ଆଦାୟ କରାଯିବା ସହିତ ଖିଲାପକାରୀ’ଙ୍କ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରାଯିବା କାର୍ଯ୍ୟ ଦିନସାରା ଚାଲିଥିଲା। ମାର୍ଚ ମାସ ନାମରେ ଦାଦାଗିରି ଚଲାଇ ବିଦ୍ୟୁତ୍ ସଂଯୋଗ କାଟ କରାଯାଉଥିବା ଅଭିଯୋଗ ହୋଇଛି। ନୀୟମିତ ବିଦ୍ୟୁତ୍ ଶୁଳ୍କ ପ୍ରଦାନ କରୁଥିବା ବ୍ୟକ୍ତି ଯାହାର ୮୦’ ଟଙ୍କାରୁ ୨୦୦’ ଟଙ୍କା ବକେୟା ଥିଲେ ମଧ୍ୟ କିଛି ନଶୁଣି ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରି ଚାଲିଥିଲେ। ତେବେ ସଂନ୍ଧ୍ୟା ହୋଇ ଆସୁଥିବା ବେଳେ ଶ୍ରୀମତୀ ଦେହ୍ଲ ମୁର୍ମୁ’ଙ୍କ ବିଦ୍ୟୁତ୍ ଶୁଳ୍କ ପଇଠ ନେଇ ବଚସା ହୋଇଥିଲା। ବିଦ୍ୟୁତ୍ ସଂଯୋଗ କରାଯିବା ପରେ ବିଦ୍ୟୁତ୍ ଶୁଳ୍କ ପଇଠ କରାଯିବ ବୋଲି ଦେହ୍ଲ ମୁର୍ମୁ ଓ ତାଙ୍କ ସ୍ବାମୀ ଅଡି ବସିଥିବାବେଳେ ପ୍ରଥମେ ଶୁଳ୍କ ପଇଠ କରିବାକୁ କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀମାନେ ଅଡିବସିଥିଲେ। ତେବେ ଗତ ବର୍ଷ ର ଘଟଣା ଅନୁସାରେ ଶୁଳ୍କ ପଇଠ କଲେ ବିଦ୍ୟୁତ ସଂଯୋଗ କରାଯିବ କହି ବିଦ୍ୟୁତ ଶୁଳ୍କ ନେଲାପରେ ବିଦ୍ୟୁତ୍ ସଂଯୋଗ ନକରି ବିଦ୍ୟୁତ୍ କର୍ମଚାରୀମାନେ ପଳାଇ ଯାଇଥିଲେ ତେଣୁ ଦେହ୍ଲ ମୁର୍ମୁ ପ୍ରଥମେ ବିଦ୍ୟୁତ ସଂଯୋଗ କରାଯିବା ନେଇ ଅଡିବସିଥିଲେ। ହେଲେ କନିଷ୍ଠ ଯନ୍ତ୍ରୀ ଶ୍ରୀ ମଲ୍ଲିକ ଓ କର୍ମଚାରୀ ମାନେ ଉତ୍ୟକ୍ତ ହୋଇ ଦମ୍ପତ୍ତି’ଙ୍କୁ ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଦେହ୍ଲ ମୁର୍ମୁ’ଙ୍କ ସ୍ବାମୀ’ଙ୍କୁ ଜବରଦସ୍ତ ଟେକି ନେଇ ଗାଡିରେ ପୁରାଇ ନେବାକୁ ଚେଷ୍ଟା କରୁଥିବାବେଳେ ଶ୍ରୀମତୀ ଦେହ୍ଲ ମୁର୍ମୁ ଛଡାଇବକୁ ଦୌଡି ଆସିଥିଲେ ହେଲେ ତାଙ୍କୁ ମଧ୍ୟ ବଡ ପାଟିରେ ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରି ଆ ଶାଳୀ ତତେ ବି ମାରିବୁ କହି ମାଡ ମାରି ଦୁର୍ବବ୍ୟବହାର କରିଥିଲେ ଏତିକିବେଳେ ବିଦ୍ୟୁତ କର୍ମଚାରୀଙ୍କ ଗାଡିର ଥିବା ମାରଣାସ୍ତ୍ର ଖଣ୍ଡା ଦେଖାଇ ଭୟଭୀତ ମଧ୍ୟ କରିଥିଲେ। ପରେ ଦେହ୍ଲ ମୁର୍ମୁ’ଙ୍କ ସ୍ବାମୀ ସୁନାରାମ ମୁର୍ମୁ’ଙ୍କୁ ଗାଡିରେ ଅପହରଣ କରି କୁଆଡେ ନେଇଯାଇଥିଲେ। ତାଙ୍କୁ ସର୍ବ ସମ୍ମୁଖରେ ଅପହରଣ କରି କୁଆଡେ ନେଇଯାଥିବା ନେଇ ଲୋକେ ଚର୍ଚ୍ଚା କରୁଥିବାବେଳେ, ବିଦ୍ୟୁତ କର୍ମଚାରୀମାନେ ତାଙ୍କୁ ଝରାଡିହି ଫାଣ୍ଡିକୁ ନେଇ ପହଞ୍ଚିଥିବା ଜଣା ପଡିଥିଲା। ସେଠାରେ ମଧ୍ୟ ବିଦ୍ୟୁତ କର୍ମଚାରୀମାନେ ଆମେ ତାଙ୍କୁ ଆଣିନାହୁଁ ସେ ନିଜେ ଆସିଛି ବୋଲି କହିଥିଲେ। ହେଲେ ତାଙ୍କୁ ଜବରଦସ୍ତ ଟେକି ନେଇ ଆଣିଥିବା କହିଥିଲେ ସୁନାରାମ ମୁର୍ମୁ ଏବଂ ଏବଂ ବିଦ୍ୟୁତ୍ ବିଭାଗ ଚାରି ଚକିଆ ଜାଇଲୋ ଗାଡିରେ ଗୋଟେ ଚପଲ ପଡିଥିବା କହି ତଦନ୍ତ କରିବାକୁ କହିବାରୁ ଫାଣ୍ଡି କର୍ମଚାରୀ ଗାଡି ମଧ୍ୟରୁ ଚପଲ ପାଇଥିଲେ। ଦମ୍ପତ୍ତି’ଙ୍କ ଦୁଇଟି ମୋବାଇଲ ଫୋନ୍ ମଧ୍ୟ ବିଦ୍ୟୁତ୍ କର୍ମଚାରୀ ମାନେ ଛଡାଇ ନେଇଥିଲେ। ଫାଣ୍ଡି ଅଧିକାରୀ ବିଜୟ କୁମାର ନାୟକଙ୍କ ନିକଟରେ ମୋବାଇଲ ଫୋନ୍ ଛଡାଇ ନେଇଥିବା ଅଭିଯୋଗ କଲା ପରେ ମୋବାଇଲ ଫୋନ୍ ଫେରସ୍ତ କରିଥିଲେ କର୍ମଚାରୀ। ହେଲେ ମୋବାଇଲରେ ଉତ୍ତୋଳନ କରାଯାଇଥିବା ବିବାଦ ବେଳର ଘଟଣାର ଭିଡିଓ ସବୁ ଡିଲିଟ୍ କରିଦେଇଥିଲେ। ସୂଚନା ଯୋଗ୍ୟ ଆଦିବାସୀ ଦମ୍ପତ୍ତି ଦେହ୍ଲ ମୁର୍ମୁ ଓ ତାଙ୍କ ସ୍ବାମୀ ଦିନ ମଜୁରିଆ ଶ୍ରେଣୀର ସେମାନେ ଜଙ୍ଗଲ ଜାତ ଦ୍ରବ୍ୟ ଦାନ୍ତ କାଠି, ପତ୍ର ଓ ପନି ପରିବା ସ୍ଥାନୀୟ ସାପ୍ତାହିକ ହାଟ ବଜାର ଗୁଡିକରେ ବିକ୍ରି କରି ଗୁଜୁରାଣ ଚଲାଇଥାନ୍ତି।  

          ଏନେଇ ଦମ୍ପତ୍ତିଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଲା ବେଳେ କନିଷ୍ଠ ଯନ୍ତ୍ରୀ ମଧ୍ୟ ପାଲଟା ଅଭିଯୋଗରେ ବିଦ୍ୟୁତ ଶୁଳ୍କ ଆଦାୟ ବେଳେ ଦମ୍ପତ୍ତି’ଙ୍କ ପକ୍ଷରୁ ତାଙ୍କ ଉପରେ ମାରଣାନ୍ତଙ୍କ ଆକ୍ରମଣ କରାଯିବା ସହିତ ଉପଭୋକ୍ତା’ଙ୍କ ଠାରୁ ଆଦାୟ କରାଯାଇଥିବା ୮’ ଲକ୍ଷ ଟଙ୍କା ର ବିଦ୍ୟୁତ୍ ଶୁଳ୍କ ରାଶି ଲୁଟ୍ କରିଥିବା ଅଭିଯୋଗରେ ଦର୍ଶାଇ ଏତେଲା ଦେଇଥିଲେ। ଏନେଇ ତିରିଂ ଥାନାରେ କେଶ୍ ନଂ ୪୧/୨୩’ ରେ ମାମଲା ରୁଜୁ ହୋଇଥିବାବେଳେ ଘଟଣାକୁ ନେଇ ପରବର୍ତ୍ତି ଦିନ ତିରିଂ’ଥାନା ରେ ପହଞ୍ଚି ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଉଭୟ ପକ୍ଷକୁ ପଚରା ଉଚରା କରିବା ପରେ ଘଟଣାସ୍ଥଳକୁ ପହଞ୍ଚି ପ୍ରତ୍ୟକ୍ଷଦର୍ଶି’ଙ୍କ ଉପସ୍ଥିତିରେ ମାମଲାର ତଦନ୍ତ କରିଥିଲେ। ପରେ ଶୁକ୍ରବାର ୧୭’ ତାରିଖ ଦିନ ରାଇରଙ୍ଗପୁର ଭାରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ମହାରଣା, ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସହୁ ଏବଂ ତିରିଂ ଥାନା ଅଧିକାରୀ ଭାଷ୍କର ପ୍ରଧାନ ଘଟଣାସ୍ଥଳକୁ ପହଞ୍ଚି ମାମଲାର ତଦନ୍ତ କରିଥିଲେ। ଘଟଣାକୁ ନେଇ ଅଗ୍ରଣୀ ମାନବାଧିକାର ସଂଗଠନ ହ୍ୟୁମ୍ୟାନ୍ ରାଇଟସ ଫ୍ରଣ୍ଟ ରେ ମଧ୍ୟ ଅଭିଯୋଗ ହୋଇଥିବାବେଳେ ସଂଗଠନ ପକ୍ଷରୁ ଦୁର୍ବବ୍ୟବହାର ଓ ଆକ୍ରଣର ଶିକାର ହୋଇଥିବା ଦମ୍ପତ୍ତି’ଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରାଯିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣା ପଡିଛି।

      ବିଦ୍ୟୁତ କର୍ମଚାରୀ’ଙ୍କ ଦ୍ବାରା ଉପଭୋକ୍ତା’ଙ୍କୁ ଦୁର୍ବବ୍ୟବହାର ଓ ଦାଦାଗିରି ପୂର୍ବକ ଭୟଭୀତ କରାଯିବା ପରି କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ଆକ୍ରମଣ ଓ ଦୁର୍ବ୍ୟବହାର ର ଶିକାର ହୋଇଥିବା ଆଦିବାସୀ ଦମ୍ପତ୍ତିଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରା ଯିବାକୁ ସାଧାରଣରେ ଦାବି ହେଉଛି।

ମୟୂରଭଞ୍ଜରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କବିତା – ବନ୍ଦେ ହିନ୍ଦୁସ୍ତାନ 

masiha

ଡ. ଭବାନୀ ଶଙ୍କର ନିଆଲ ଙ୍କ କବିତା = ଆବେଦନ କରିନଥିଲି

masiha

ଚନ୍ଦ୍ରକଳା ଦେବୀ ଙ୍କ କବିତା// ସୁସ୍ୱାଗତମ ନବ ବରଷ

Sunil Chandra Nayak

Leave a Comment

error: Content is protected !!