ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ଲ୍ୟାମ୍ପସସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ମୟୂରଭଞ୍ଜ -୧୮/୩ (ମସିହା) ବିଜାତଳା ବ୍ଲକ ବିଜାତଳା ଲ୍ୟାମ୍ପସ ପକ୍ଷରୁ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ରାଇହରି ପଞ୍ଚଦୋଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି | ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଅନିରୁଦ୍ଧ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଲ୍ୟାମ୍ପସ ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ବେଶ୍ରା ସଭାପତିତ୍ୱ କରିଥିଲେ | ଏଥିରେ ମୂଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲା ସମବାୟ ସମିତି ସମୂହର ଉପ ନିବନ୍ଧକ କୃଷ୍ଣଚନ୍ଦ୍ର ଦାସ, ମୂଖ୍ୟବକ୍ତା ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଏଜିଏମ ପ୍ରକାଶ ଚନ୍ଦ୍ର ବାରିକ, ସମ୍ମାନୀୟ ଅତିଥି ରାଇରଙ୍ଗପୁର ଏଆରସିଏସ ରାମଚନ୍ଦ୍ର ବିଶ୍ୱାଳ, ସମବାୟ ବ୍ୟାଙ୍କ ବିଶୋଇ ଶାଖା ପରିଚାଳକ ମାନସ ରଞ୍ଜନ ଘୋଷ, ସମବାୟ ନିରୀକ୍ଷକ ପ୍ରବୀର ଟୁଡୁ, ବ୍ଲକ କୃଷି ଅଧିକାରୀ ସୁଶୀଲ କୁମାର ସେଠୀ, ରାଇହରି ସମିତି ସଭ୍ୟ ଆଶିଷ ଦାଶ ପ୍ରମୁଖ ମଂଚାସୀନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ | ସମବାୟ ମାଧ୍ୟମରେ ଚାଷୀମାନଙ୍କୁ କିପରି ସହଜରେ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ ଦିଆଯିବା ସହ କ୍ଷୁଦ୍ର ତଥା ନାମମାତ୍ର ଚାଷୀମାନଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ ବୋଲି ମଂଚାସୀନ ବକ୍ତାଗଣ ଉପସ୍ଥିତ ଚାଷୀ ମାନଙ୍କୁ ଅବଗତ କରାଇଥିଲେ | ଯୁଗ୍ମ ଦେୟ ଗୋଷ୍ଠୀ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଋଣ ନେଇ ମହିଳାମାନେ ଚାଷ କରି ଅଧିକରୁ ଅଧିକ ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦିଆଯାଇଥିଲା | କାର୍ଯ୍ୟକ୍ରମକୁ ଯୁବ ଲେଖକ ଲାଲମୋହନ ମାଝୀ ସଂଯୋଜନା କରିଥିବା ବେଳେ ଲ୍ୟାମ୍ପସ କର୍ମଚାରୀ ସଞ୍ଜୟ କୁମାର ବେହେରା, ନିରୋଜ କୁମାର ନନ୍ଦ, ଶଙ୍କର ମୁର୍ମୁ, ରାମଜିତ ବେଶ୍ରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ | ଶେଷରେ ଭାଗିରଥି ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ  ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ| ଙ୍କ ରିପୋର୍ଟ 

Related posts

ଆଦର୍ଶ ବିଦ୍ୟାଳୟ ପାଚିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

Sunil Chandra Nayak

ଏସପି ଙ୍କ ଅନୁପସ୍ଥିତରେ ଡିଏସପି କୁ ଭେଟି ଅଭିଯୋଗ କଲା ପୀଡିତା ପରିବାର ସହ ଅଲ୍ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନ

Sunil Chandra Nayak

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

masiha

Leave a Comment

error: Content is protected !!