ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ପରିଣତ ବୟସରେ ଶଯ୍ୟାଶାୟୀ ଅସହାୟ ବୁଢ଼ାବୁଢ଼ୀ , ୨- ମହିଳାଙ୍କ ଆତ୍ମହତ୍ୟା 

ପରିଣତ ବୟସରେ ଶଯ୍ୟାଶାୟୀ ଅସହାୟ ବୁଢ଼ାବୁଢ଼ୀ 

ବନ୍ଧୁଗାଁ ତା ୩୦/୫/୨୫ ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ପୋଲିସ ଥାନା ସମ୍ମୁଖ ସାହିରେ ପରିଣତ ବୟସରେ ଶଯ୍ୟାଶାୟୀ ଅସହାୟ ଗରିବ ବୁଢ଼ାବୁଢ଼ୀ ରହି ବହୁ କଷ୍ଟରେ ଜୀବନ ଯାପନ କରୁଥିବା ଦେଖିବାକୁ ମିଳୁଛି। ଶଯ୍ୟାଶାୟୀ ବୃଦ୍ଧା ସରେନ ବିଡ଼ିକା ୭୬ ବର୍ଷ ହୋଇଥିବା ବେଳେ ସ୍ବାମୀ ହରି ବିଡ଼ିକା ୭୮ ବର୍ଷ ସନ୍ତାନ ସନ୍ତତି ନାହାନ୍ତି। ନିଜ ବଡ ଭାଇଙ୍କ ଏକ ମାତ୍ର ପୁଅ ରହିଥିବା ବେଳେ ଆଜକୁ ପ୍ରାୟ ଦୁଇ ବର୍ଷ ତଳେ ସେ ମଧ୍ୟ ମୃତ୍ୟୁ ହୋଇଯାଇଛି। ଉଭୟ ବୃଦ୍ଧବୃଦ୍ଧା ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ପାଇ ଭଙ୍ଗା ଏକ ଆଜବେଷ୍ଟ ଘରେ ବହୁ କଷ୍ଟରେ ରହି ଆସୁଛନ୍ତି। ଆଜକୁ ପ୍ରାୟ ଏକ ବର୍ଷ ହେଉଛି ବୃଦ୍ଧା ଜଣକ ଶଯ୍ୟାଶାୟୀ ରହିଥିବା ବେଳେ ସ୍ବାମୀ ହରି ବିଡିକା ଭଲ ଭାବେ ଦେଖି ପାରନ୍ତି ନାହିଁ ଓ ଶ୍ରବଣ ଶକ୍ତି ହରାଇଛନ୍ତି। ବୃଦ୍ଧା ଜଣକ ବର୍ତ୍ତମାନ ଘର ଭିତରେ ଖଟିଆରେ ପୋଡ଼ି ରହି ଜୀବନ ସହିତ ସଂଗ୍ରାମ କରୁଛି। ଘର ଭିତରେ ଦୁର୍ଗନ୍ଧ ବାହାରୁଥିବା ଯୋଗୁଁ ସାଇ ପଡିଶା ଲୋକମାନେ କିଏ ମଧ୍ୟ ପାଖକୁ ଯାଉ ନାହାଁନ୍ତି।

 ମହିଳାଙ୍କ ଆତ୍ମହତ୍ୟା 

ବନ୍ଧୁଗାଁ ତା ୩୦/୫/୨୫ ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ରୁଟପାଇ ଗାଁ ର ଜଣେ ବୃଦ୍ଧା ଜଣକ ନିଜ ଘରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଗୁରୁବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ଏଙ୍କା ହିମିରୀକା ୬୭ ବର୍ଷ ନିଜ ଘରେ ଆତ୍ମହତ୍ୟା କରିଥିଲେ। ଆଜି ତାଙ୍କ ବଡ ପୁଅ ସନା ହିମିରୀକା ମାଆ ର ଆତ୍ମହତ୍ୟା କରିଥିବା ଲିଖିତ ଅଭିଯୋଗ ବନ୍ଧୁଗାଁ ଥାନା ରେ କରିଥିଲେ। ଲିଖିତ ଅଭିଯୋଗ ପାଇବା ପରେ ଥାନାରୁ ଏଏସଆଇ ସୁରେନ୍ଦ୍ର ହୁଇକା ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।ସ୍ବାମୀ ଲାସୁ ହିମିରିକା ବେଳେ ବେଳେ ମଦ ପିଅନ୍ତି,ବୃଦ୍ଧା ଜଣକ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ପୋଲିସ ତରଫରୁ ଅଧିକ ତଦନ୍ତ କରୁଥିବା ଜାଣିବାକୁ ମିଳିଛି। 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

Related posts

ଟ୍ରାକ୍ଟର ଦୁର୍ଘଟଣାରେ ଚାଳକ ମୃତ

masiha

ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧlନେ’ର ୨୪ ତମ ସ୍ଵନକ୍ଷତ୍ର ଉତ୍ସବ ଓ ସମ୍ବର୍ଧନା ସଭା 

masiha

ବରିଷ୍ଠ ସାହିତ୍ୟିକ ଓ ସଙ୍ଗଠକ ନିତ୍ୟାନନ୍ଦ ନାୟକଙ୍କ ପରଲୋକ : ବିଭିନ୍ନ ବ୍ୟକ୍ତିଙ୍କ ପକ୍ଷରୁ ଶୋକ 

masiha

Leave a Comment

error: Content is protected !!