ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ପ୍ଲାନେଟୋରିମ ପ୍ରକଳ୍ପ ସ୍ଥଳ ପରିଦର୍ଶନ

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ପ୍ଲାନେଟୋରିମ ପ୍ରକଳ୍ପ ସ୍ଥଳ ପରିଦର୍ଶନ

ରାଉରକେଲା : 30/5/25 : ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ରାଉରକେଲାଗସ୍ତରେ ଆସି ଛେଣ୍ଡ ଠାରେ ନିର୍ମାଣାଧୀନ ବିଜ୍ଞାନ ପାର୍କ ଓ ପ୍ଲାନେଟୋରିମ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ପ୍ରକଳ୍ପ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ପାତ୍ର ଙ୍କ ସହିତ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ମଧ୍ୟ ଯୋଗ ଦେଇଥିଲେ l ପ୍ଲାନେଟେରିୟମ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି କହିଥିଲେ ଯେ ଏହି ପ୍ରକଳ୍ପ ଆଗାମୀ ଦିନରେ ବିଜ୍ଞାନର ପ୍ରଚାର ପ୍ରସାର ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ଦିଗରେ ନିଶ୍ଚୟ ସହାୟକ ହେବ l   ରାଉରକେଲାର ଏହା ଏକ ପ୍ରମୁଖ ଲୋକପ୍ରିୟ ସ୍ଥାନ ଭାବରେ ପରିଚୟ  ପାଇବ l ଏହି ଅବସରରେ ରାଉରକେଲା ମହାନଗର ନିଗମ ଆୟୁକ୍ତ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରୂପସାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ

masiha

ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଦୋକାନର ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ 

Sunil Chandra Nayak

ଗୋଳାମୁଣ୍ଡାଠାରେ ଜନକଲ୍ୟାଣ ସାମ୍ବାଦିକ ପକ୍ଷରୁ ପ୍ରେସ ଦିବସ ପାଳିତ

masiha

Leave a Comment

error: Content is protected !!