ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରଚେଷ୍ଟାରେ ଏକାଠି ହେଲେ ପରିବାର

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରଚେଷ୍ଟାରେ ଏକାଠି ହେଲେ ପରିବାର

ନବରଙ୍ଗପୁର(୦୧/୦୩ ) ବର୍ଷ ବର୍ଷ ଧରି ପଡି ରହିଥିବା ଜମି ବିବାଦକୁ ସମାଧାନ କରାଇ ପାରିଛି ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ । ଦରଖାସ୍ତକାରୀ ସୁଜାତା ମାଝି, ସ୍ଵାମୀ– ଭଗବାନ ମାଝି, ଗ୍ରାମ- ଚନ୍ଦ।ହାଣ୍ଡି, ଜିଲ୍ଲା- ନବରଙ୍ଗପୁର, ତାଙ୍କର ବହୁ ଦିନ ଧରି ଜମି ଜମା ସଙ୍କ୍ରାନ୍ତିୟ ବିବାଦ ଥିବାରୁ ସେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରକୁ ଆବେଦନ କରିଥିଲେ । ଉକ୍ତ ଦରଖାସ୍ତଟି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଜନକ ରାଉତଙ୍କ ନଜରକୁ ଆସିଥିଲା ଓ ସେ ସମସ୍ୟାଟି କୁ ଗୁରୁତ୍ଵ ସହ ଗ୍ରହଣ କରିଥିଲେ ଓ ଉଭୟ ପକ୍ଷଙ୍କୁ ନୋଟିସ କରି ଡକା ଯାଇଥିଲା । ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ତତ୍ଵା ବଧାନରେ ଏବଂ କନସିଲେଏଟର ସୁବାଶ ଚନ୍ଦ୍ର ପାଳ ଓ ମନୋରମା ମାଝି ଉଭୟ ପକ୍ଷଙ୍କୁ ବୁଝାଇଥିଲେ ଓ ଅପୋଷ ମିଳାମିଶା କରାଯାଇଥିଲା । ଶେଷରେ ଉଭୟ ପକ୍ଷ ଅପୋଷ ମିଳାମିଶା ବୁଝାମଣା ପତ୍ର ସାକ୍ଷର କରିଥିଲେ ଏବଂ ଏହିଭଳି ଘଟଣ।ର ପୁନରାବୃତି ନ ହେବାକୁ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତଙ୍କ ପ୍ରଚେଷ୍ଟାରେ ଏମାନଙ୍କ ଭିତରେ ବହୁ ବର୍ଷ ଧରି ରହିଥିବା ବିବାଦର ଅନ୍ତ ଘଟାଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗାଁ ସାଥୀ ମାନଙ୍କ ସମସ୍ୟା ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ର ବୈଠକ

masiha

ସାଂସଦ ଶ୍ରୀ ନିରଞ୍ଜନ ବିଶି ରାଜ୍ୟସଭାରେ ବିପିଏଲ ରାସନ କାର୍ଡ ହିତାଧିକାରୀଙ୍କ ସମ୍ପର୍କରେ କଲେ ପ୍ରଶ୍ନ 

masiha

୧- ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ  , – ବନ୍ଧୁଗାଁ ବ୍ଲକ ଗସ୍ତରେ ବିଧାୟକ, ନାରାୟଣ ସାଗର ପରିଦର୍ଶନ କଲେ 

Sunil Chandra Nayak

Leave a Comment

error: Content is protected !!