ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରଚେଷ୍ଟାରେ ଏକାଠି ହେଲେ ପରିବାର

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରଚେଷ୍ଟାରେ ଏକାଠି ହେଲେ ପରିବାର

ନବରଙ୍ଗପୁର(୦୧/୦୩ ) ବର୍ଷ ବର୍ଷ ଧରି ପଡି ରହିଥିବା ଜମି ବିବାଦକୁ ସମାଧାନ କରାଇ ପାରିଛି ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ । ଦରଖାସ୍ତକାରୀ ସୁଜାତା ମାଝି, ସ୍ଵାମୀ– ଭଗବାନ ମାଝି, ଗ୍ରାମ- ଚନ୍ଦ।ହାଣ୍ଡି, ଜିଲ୍ଲା- ନବରଙ୍ଗପୁର, ତାଙ୍କର ବହୁ ଦିନ ଧରି ଜମି ଜମା ସଙ୍କ୍ରାନ୍ତିୟ ବିବାଦ ଥିବାରୁ ସେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରକୁ ଆବେଦନ କରିଥିଲେ । ଉକ୍ତ ଦରଖାସ୍ତଟି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଜନକ ରାଉତଙ୍କ ନଜରକୁ ଆସିଥିଲା ଓ ସେ ସମସ୍ୟାଟି କୁ ଗୁରୁତ୍ଵ ସହ ଗ୍ରହଣ କରିଥିଲେ ଓ ଉଭୟ ପକ୍ଷଙ୍କୁ ନୋଟିସ କରି ଡକା ଯାଇଥିଲା । ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ତତ୍ଵା ବଧାନରେ ଏବଂ କନସିଲେଏଟର ସୁବାଶ ଚନ୍ଦ୍ର ପାଳ ଓ ମନୋରମା ମାଝି ଉଭୟ ପକ୍ଷଙ୍କୁ ବୁଝାଇଥିଲେ ଓ ଅପୋଷ ମିଳାମିଶା କରାଯାଇଥିଲା । ଶେଷରେ ଉଭୟ ପକ୍ଷ ଅପୋଷ ମିଳାମିଶା ବୁଝାମଣା ପତ୍ର ସାକ୍ଷର କରିଥିଲେ ଏବଂ ଏହିଭଳି ଘଟଣ।ର ପୁନରାବୃତି ନ ହେବାକୁ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତଙ୍କ ପ୍ରଚେଷ୍ଟାରେ ଏମାନଙ୍କ ଭିତରେ ବହୁ ବର୍ଷ ଧରି ରହିଥିବା ବିବାଦର ଅନ୍ତ ଘଟାଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁର ରେ ଧର୍ମପ୍ରାଣ ବ୍ୟକ୍ତି ବିଷ୍ଣୁ ପ୍ରସାଦ ଜେନାଙ୍କ ଦେହାନ୍ତରେ ଗଭୀର ଶୋକ

masiha

ଦିଘାଠାରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବାବଦରେ  ତଦନ୍ତ ରିପୋର୍ଟ ପ୍ରଦାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

masiha

ବଦାନ୍ୟ ବୀର ବିପିନ ମିଶ୍ର

Sunil Chandra Nayak

Leave a Comment

error: Content is protected !!