ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ହୁଇଲ ଚେୟାର ଦିବସ– ୨୦୨୪

ଆନ୍ତର୍ଜାତୀୟ ହୁଇଲ ଚେୟାର ଦିବସ– ୨୦୨୪

 ଆଜି ତା-୦୧.୦୩.୨୦୨୪ ରିଖରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆନ୍ତର୍ଜାତୀୟ ହୁଇଲ ଚେୟାର ଦିବସ, ୨୦୨୪ ରାୟଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଅଡିଟରିୟମ ଠାରେ ଅନୁଷ୍ଠିତ ହୋଇଅଛି । ଉକ୍ତ ଦିବସରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଶ୍ରୀ ସିମାଞ୍ଚଳ ମହାପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼ ଓ ଶ୍ରୀ ନରେନ୍ଦ୍ର କୁମାର ନାୟକ, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରାୟଗଡ଼ ସବୁଜ ପତାକା ଦେଖାଇ ସଚେତନତା ପଦଯାତ୍ରା ର ଶୁଭାରମ୍ଭ କରିଥିଲେ, ଯାହା ବିଜୁ ପଟ୍ଟନାୟକ ଅଡିଟରିୟମ ଠାରୁ ଆରମ୍ଭ କରି ଆମ୍ବେଦକର ପ୍ରତିମୂର୍ତ୍ତି ଛକ ଓ କୋରାପୁଟ ଛକ ଦେଇ ପୁଣି ବିଜୁ ପଟ୍ଟନାୟକ ଅଡିଟରିୟମ ଠାରେ ଶେଷ ହୋଇଥିଲା । ଏହା ପରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ, ରାୟଗଡ ନିର୍ବାଚନ ମଣ୍ଡଳୀ, ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ଓ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରାୟଗଡ଼, ଶ୍ରୀ ନରେନ୍ଦ୍ର କୁମାର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ ସିମାଞ୍ଚଳ ମହାପାତ୍ର, ଅସ୍ଥିଶଲ୍ୟ ବିଶେଷଜ୍ଞ, ଡ଼. ରଞ୍ଜନ କୁମାର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଶ୍ରୀ ବିଷ୍ଣୁ ପ୍ରସାଦ ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାୟଗଡ଼, ଶ୍ରୀ ବସନ୍ତ କୁମାର ପ୍ରଧାନ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଗୁଣୁପୁର, ଶ୍ରୀ ଏଲ. ସନ୍ତୋଷ କୁମାର, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀମତୀ ରଞ୍ଜିତା ବେହେରା, ରାୟଗଡ଼ ଭିନ୍ନକ୍ଷମ ମହାସଙ୍ଘ ର ସମ୍ପାଦକ, ଶ୍ରୀ ଅମରେନ୍ଦ୍ର ନାଥ, ଓଡିଶା ବିକଳାଙ୍ଗ ମଞ୍ଚ, ରାୟଗଡ଼ ର ସମ୍ପାଦକ, ଶ୍ରୀ ଜଳନ୍ଧର ବାଚେଲୀ, କୋଲନରା ବ୍ଲକ ଭିନ୍ନକ୍ଷମ ମହାସଙ୍ଘ ର ସଭାପତି, ଶ୍ରୀ ସନ୍ତୋଷ ମହାପାତ୍ର ସଭାରେ ଉପସ୍ଥିତ ଥିଲେ । ଉକ୍ତ ସମୟରେ ଅଡିଟରିୟମ ପରିସରରେ ଭିନ୍ନକ୍ଷମ ମାନଙ୍କ ପାଇଁ କ୍ରୀଡା ପ୍ରତିଯୋଗିତା ( ହୁଇଲ ଚେୟାର ରେସ, ହୁଇଲ ଚେୟାର ଡାନ୍ସ,, ହୁଇଲ ଚେୟାର ଫ୍ଯାନ୍ସି ଡ୍ରେସ, ଚିତ୍ରାଙ୍କନ) କରଯାଇ ପୁରସ୍କୃତ କରାଗଲା । ଏହାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରଗଲା । ଏତଦବ୍ୟତୀତ ମାନ୍ୟଗଣ୍ୟ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମଞ୍ଚ ଉପରେ ସମ୍ବର୍ଦ୍ଧନା କରାଗଲା ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପୂଜ୍ୟ ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପ୍ରତିମୂର୍ତ୍ତିକୁ ଅଣଦେଖା ନକରିବା ପାଇଁ ନିବେଦନ 

Sunil Chandra Nayak

ରାଜ୍ୟ ସ୍ତରୀୟ ଫୋଟ ପ୍ରଦର୍ଶନୀରେ ବାଲିଗୁଡ଼ାର ଷ୍ଟୁଡିଓ ବୁଲୁ ସମ୍ମାନିତ

masiha

ରାୟଗଡ ଜିଲ୍ଲା ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ପାଳିତ ।  “ସମାଜର ସବୁଠାରୁ ଅବହେଳିତ ଓ ଦୁର୍ବଳତମ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ଓଠରେ ହସ ଫୁଟାଇବା ଆରମ୍ଭ କରିଛି ଲୋକଙ୍କ ସରକାର -ମାନ୍ୟବର ମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!