ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶହୀଦ ବିର୍ସା ମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ ପାଳିତ 

ଶହୀଦ ବିର୍ସା ମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ ପାଳିତ 

  ମୟୂରଭଞ୍ଜ – ୧୫/୧୧ ( ମସିହା)ଶହିଦ ବୀର ବିର୍ସା ମୁଣ୍ଡା ଙ୍କ 148ତମ ଜନ୍ମଜୟନ୍ତୀ ଉପଲକ୍ଷେ ବିଛୀନ୍ନାଞ୍ଚଳ ଝାରଖଣ୍ଡ ଆଦିବାସୀ ଓ ମୂଳବାସୀ ମଞ୍ଚ “ତରଫରୁ ବିଜlତଳା ବ୍ଲକର ଚଢ଼େଇପାହାଡି ଠାରେ ଥିବା ତାଙ୍କ ପ୍ରତି ମୂର୍ତ୍ତି ରେ ପୂଜାର୍ଜନା ପରେ ମୋଟର ସାଇକେଲ ରାଲି ରେ ଯାଇ ବିଭିନ୍ନ ଗ୍ରାମ ରେ ଜନସଚେତନା ବଳରାମପୁର ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା ଙ୍କ ନେତୃତ୍ବରେ ହୋଇଥିଲା l ଲୁହାଶିଳା ପଂଚାୟତର ବଳରାମପୁର ଛକ ଠlରେ ଥିବା ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତି ଫୁଲ ମାଳ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା lଆଦିବାସୀ ପାରଂପରିକ ଢୋଲ,ମାଦଳ ବଜାଇ ସରକାରଙ୍କ ଯୋଜନା ସମ୍ବନ୍ଧରେ ଗାଁ ପରିଭ୍ରମଣ କରିଥିଲେ ।ପରେ ଆନନ୍ଦରେ ନୃତ୍ୟ କରିଥିଲେ । ସରକାରଙ୍କ ବହୁବିଧ ଯୋଜନା ତଥା ମମତା ଯୋଜନା, ହରିଶ୍ଚନ୍ଦ୍ର ଯୋଜନା,କିଶୋରୀ ଯୋଜନା, ମଧୁବାବୁ ପେନସନ, ଗୋପବନ୍ଧୁ ଯୋଜନା,କଳାକାର ଭତ୍ତା,ଦିବ୍ଯାଙ୍ଗ ଯୋଜନା,କାଳିଆ ଯୋଜନା, ଛାତ୍ରବୃତ୍ତି,ଶ୍ରମିକ କଲ୍ୟାଣ ଯୋଜନା,ଖାଦ୍ଯ ସୁରକ୍ଷା,ଆବାସ ଯୋଜନା,ବିଜୁ ସେତୁ,ଘରକୁ ଘର ପାଣି, ବିଜୁ ଜ୍ୟୋତି,ଐତିହାସିକ ବିଜୁ ସ୍ବାସ୍ଥ୍ୟ ଯୋଜନା, ବିଦ୍ୟାଳୟ , ହସ୍ପିଟାଲ ରୂପାନ୍ତିକରଣ,ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ବିପର୍ଯ୍ୟୟ ପରିଚାଳନା,ବିଶ୍ଵ ସ୍ତରୀୟ କ୍ରୀଡା,ପଛୁଆ ବର୍ଗ କଲ୍ୟାଣ ଯୋଜନା, ଆଦିବାସୀ କଲ୍ୟାଣ ଯୋଜନା,ମହିଳା ବିକାଶ,କୃଷି ଓ କୃଷକ ଉନ୍ନତିକରଣ,ବହୁ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଭଳି ବହୁ ଜନକଲ୍ଯାଣ ଯୋଜନା କରିଛନ୍ତି ।କିନ୍ତୁ ତାହା ଠିକ ଭାବ ରେ କାର୍ଯକାରୀ ହେଉ ନାହିଁ ବୋଲି ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା ଲୋକମାନଙ୍କୁ ଉଦବୋଧନ ଦେଇଥିଲେ lସମସ୍ତେ ନିଜର ଅଧିକାର ଉପରେ ସଚେତନ ହେବାସହ ନିଜର ହଂକଂ ହାସଲ ପାଇଁ ଦୁର୍ବାର ସଂଗ୍ରାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମା’ ଖମ୍ବେଶ୍ୱରୀଙ୍କୁ ଦର୍ଶନକଲେ ମୁଖ୍ୟମନ୍ତ୍ରୀ

masiha

ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ମୃତ୍ୟୁ 

Sunil Chandra Nayak

ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦୀର୍ଘଦିନର ଦାବୀ ଜଣାଇ ଫେରିଲେ ନବରଙ୍ଗପୁର ର ରାଜ୍ୟ କର୍ମକର୍ତ୍ତା

masiha

Leave a Comment

error: Content is protected !!