ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଗୃହ ଓ ସହରାଞ୍ଚଳ ମନ୍ତ୍ରୀଙ୍କୁ ଦାବିପତ୍ର 

ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଗୃହ ଓ ସହରାଞ୍ଚଳ ମନ୍ତ୍ରୀଙ୍କୁ ଦାବିପତ୍ର 

ଖଇରା,୩୧/୮/୨୪ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ମୁକ୍ତିକାନ୍ତ ଶତପଥୀ, ବରିଷ୍ଠ ସଦସ୍ୟ ମାନେ ଉପସ୍ଥିତ ରହି ଖଇରା ବିଡ଼ିଓଙ୍କ ଜରିଆରେ ରାଜ୍ୟ ଗୃହ ଓ ସହରାଞ୍ଚଳ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଖଇରାକୁ ବିଜ୍ଞାପିତ ଅଞ୍ଚଳ(NAC)ଘୋଷଣା ପାଇଁ ଅନେକ ଦିନ ଧରି ଦାବି ହୋଇ ଆସୁଥିଲା । ମାତ୍ର ବିଜେଡ଼ି ସରକାର ଏହାକୁ କର୍ଣ୍ଣପାତ କରୁ ନଥିଲେ । ହେଲେ ଚଳିତ ବର୍ଷ ନିର୍ବାଚନ ପୂର୍ବରୁ ଖଇରାକୁ NAC ମାନ୍ଯତା ପ୍ରଦାନ କରାଗଲା ବୋଲି ଘଟଣା କରିଥିଲେ । ଏପର୍ଯ୍ୟନ୍ତ କାର୍ଯ୍ୟ ହୋଇ ନଥିବା ଜଣାଯାଏ । ତୁରନ୍ତ କାର୍ଯ୍ୟ ଆରମ୍ଭ ପାଇଁ ଵର୍ତ୍ତମାନର ବିଜେପି ସରକାରର ବିଭାଗୀୟ ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କୁ ଖଇରା ବରିଷ୍ଠ ନାଗରିକ ମଞ୍ଚ ନୂତନ ତହସିଲଦାର ଏବଂ ବିଡ଼ିଓଙ୍କ ଜରିଆରେ ତା ୩୦/୮/୨୪ ରିଖରେ ଦାବିପତ୍ର ପ୍ରଦାନ କରିଛି ମଞ୍ଚ । ସେହିପରି ଅନ୍ୟ ଏକ ଦାବିପତ୍ର ପ୍ରଦାନ ସମୟରେ ଖଇରା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ମୁକ୍ତିକାନ୍ତ ଶତପଥୀ, ଅନାମ ଚରଣ ପଣ୍ଡା, ଅଭିରାମ ମହାପାତ୍ର, ପଦ୍ମଲୋଚନ ଦାସ, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ପଣ୍ଡା, ଉପେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ରହି ଗୃହ ଓ ସହରାଞ୍ଚଳ ମନ୍ତ୍ରୀଙ୍କୁ ଖଇରା ବିଡ଼ିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ । ଅନ୍ୟ ଏକ ଦାବିପତ୍ରରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନିବାସୀ ଓଡ଼ିଶାର ପ୍ରଥମ ବାଚସ୍ପତି ସ୍ବର୍ଗତ ମୁକୁନ୍ଦ ପ୍ରସାଦ ଦାସଙ୍କ ପ୍ରତିମୂର୍ତ୍ତି ଖଇରା ବ୍ଲକ ପରିସରରେ ସ୍ଥାପନ ପାଇଁ ଦାବି କରାଯାଇଥିଲା । ପରେ ପରେ ଖଇରା ତହସିଲଦାରଙ୍କ ଜରିଆରେ ଦାବିପତ୍ର ଓ ନୂତନ ଭାବେ ଖଇରା ତହସିଲ କାର୍ଯ୍ୟାଳୟରେ ତହସିଲଦାରେ ଯୋଗ ଦେଇଥିବା ଜିତେନ୍ଦ୍ର କୁମାର ମୁର୍ମୁ ଙ୍କୁ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲା ମଞ୍ଚ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କଳାହାଣ୍ଡି ଉତ୍ସବ ଘୁମୁରା, ପ୍ରସାର ପ୍ରଚାର କମିଟି ବୈଠକ

masiha

ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର

Sunil Chandra Nayak

ରାୟଗଡ଼ ରେ ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ, ୨୦୨୫, ପାଳନ 

Sunil Chandra Nayak

Leave a Comment

error: Content is protected !!