ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକାମ୍ର କ୍ଷେତ୍ର ର ବିନ୍ଦୁସାଗରରେ ଆଳତି, ଏପ୍ରିଲ ୨ ଚୈତ ପୁର୍ଣିମା ପନ୍ଦର ତମ ବିନ୍ଦୁସାଗର ଆଳତି ଅନୁଷ୍ଠିତ ହୋଇଯାଇଛି

ଏକାମ୍ର କ୍ଷେତ୍ର ର ବିନ୍ଦୁସାଗରରେ ଆଳତି, ଏପ୍ରିଲ ୨ ଚୈତ ପୁର୍ଣିମା ପନ୍ଦର ତମ ବିନ୍ଦୁସାଗର ଆଳତି ଅନୁଷ୍ଠିତ ହୋଇଯାଇଛି

ଭୁବନେଶ୍ୱର:୨/୪ ଏକାମ୍ର କ୍ଷେତ୍ର ର ବିନ୍ଦୁସାଗରରେ ଆଳତି, ଭୁବନେଶ୍ୱର ତା ୨ ଏପ୍ରିଲ ଚୈତ ପୁର୍ଣିମା ଅବସରରେ ଭୁବନେଶ୍ୱର ଶାନ୍ତି କମିଟି ଆନୁକୂଲ୍ୟରେ ପନ୍ଦର ତମ ବିନ୍ଦୁସାଗର ଆଳତି ଅନୁଷ୍ଠିତ ହୋଇଛି,ପୌରାଣିକ କଥା ଅନୁସାରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ, ଦେଵୀ ପାର୍ବତୀ ଙ୍କ ଶୋଷ ମେଣ୍ଟାଇବା ପାଁଇ ତ୍ରିଶୂଳ ସାହାଯ୍ୟ ରେ ବିନ୍ଦୁସାଗର କୁ ଖୋଲି ପାଣି ବାହାର କରିଥିଲେ ଓ ଲୋକ କଥା ଯେ ପୃଥିବୀ ର ସମସ୍ତ ତିର୍ଥ ର ଜଳକୁ ଆଣି ଦେବତା ମାନେ ମହାଦେବଙ୍କୁ ସନ୍ତୁଷ୍ଟ କରି ଏହି ବିନ୍ଦୁସାଗର ପ୍ରତିଷ୍ଠା କରିଥିଲେ . ଏକାମ୍ର କ୍ଷେତ୍ର ର ବିନ୍ଦୁସାଗର ର ଗାରିମା ମୟ ଇତିହାସ କୁ ମନେ ପକାଇବା ପାଁଇ ଭୁବନେଶ୍ୱର ଶାନ୍ତି କମିଟି ର ପ୍ରୟାସ,ପ୍ରତି ବର୍ଷ ଭଳି ଏହି ବର୍ଷ ବିଶ୍ଵଶାନ୍ତି ଓ ଲୋକ କଲ୍ୟାଣ ଉଦେଶ ରେ ସୂର୍ଯ୍ୟାସ୍ତ ସମୟରେ ବାବା ରାମ ନାରାୟଣଜୀ ମହାରାଜ ଙ୍କ ଦ୍ୱାରା ମହା ଆଳତି କରାଯାଇ ଥିଲା l ପ୍ରଥମେ ଶ୍ରୀ ଗଣେଶ ଙ୍କୁ ପୂଜା କରା ଯାଇ, ହନୁମାନ ଚାଳିଶା, କରି ହରିବୋଲ ହୁଳହୁଳି ଓ ନାମ ସଂକୀତନ ରେ ଆଳତି କରା ଗଲା, ଅନୁଷ୍ଠାନ ର ସଭାପତି ଡ଼ ମଧୁମାଧବ ଜେନା, ଉପ ସଭାପତି ରାଜେନ୍ଦ୍ର ସାମର୍ଥl, ଉପଦେଷ୍ଟା ଡ଼ ନାରାୟଣ ମହାପାତ୍ର, ସମ୍ପାଦକ ନବକିଶୋର ବେହେରା ଙ୍କ ଉପସ୍ଥିତି ରେ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ପାଣ୍ଡିତ ସୂର୍ଯ୍ୟ ନାରାୟଣ ମିଶ୍ର ପୂଜା ଅର୍ଚନା କରିଥିଲେ, ଅନୁଷ୍ଠାନ ର ସହ ସମ୍ପାଦକ ବରିଷ୍ଟ ଆଇନିଜିଵୀ ବିଜୟ କୁମାର ପାତ୍ର କର୍ତ୍ତା ହୋଇ ଥିଲେ,ସମାଜ ସେବି ଶୀଳଭଦ୍ର ଶାସ୍ତ୍ରୀ, ଦିଲ୍ଲୀପ ରାଓ, ବିଜୟ ମୋହନ ପଣ୍ଡା ବିଜୟ ମାର୍ଥା ଶ୍ରୀନିବାସ ରାଓ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିନ୍ଦୁସାଗର ପରିଷ୍କାର ପରିଚ୍ଛନ୍ନ ରହିବା ସହିତ ଜଳସ୍ତର ବୃଦ୍ଧି, ଓ ପାନୀୟ ଜଳ ରୂପେ ଗ୍ରହଣ କରାଯାଇ ପାରିବ ସମସ୍ତେ ମିଳିମିଶି ସହଯୋଗ କରିବାକୁ ଅନୁରୋଧ କରିଥିଲେ, ସମସ୍ତ ରାଜଧାନି ବାସି ସୁଖରେ ଅତିବାହିତ କରିବାକୁ କାମନା କରାଯାଇଥିଲା।

 ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍

Related posts

ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ଶୁଭାରମ୍ଭ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ମେଳା

Sunil Chandra Nayak

ଧରାକୋଟ ବ୍ଲକର ଦୁଇ ଶିକ୍ଷକ ପାଇଲେ ମୁଖ୍ୟମନ୍ତ୍ରୀ ପୁରସ୍କାର

Sunil Chandra Nayak

ଆମ ଓଡ଼ିଶା ନବିନ ଓଡିଶା ଯୋଜନାରେ ୧୭୮ ପ୍ରକଳ୍ପ ବାବଦରେ ୧୩ ଟି ପଞ୍ଚାୟତ ପାଇଁ ୬ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ସହିତ ନୂତନ ଡ଼ିଗ୍ରୀ ପାଇଁ ଘୋଷଣା 

masiha

Leave a Comment

error: Content is protected !!