ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢଉପଦା ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ଢଉପଦା ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ଆସିକା ,୨/୪/୨୫ // ଧରାକୋଟ ବ୍ଲକ ଅନ୍ତର୍ଗତ ମାଣିକପୁର ପଞ୍ଚାୟତ ର ଢଉପଦା ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ବସନ୍ତ କୁମାର ବିଷୋୟୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ମାଣିକପୁର ସରପଞ୍ଚ ଉର୍ବଶୀ ବିଷୋୟୀ ,ପୂର୍ବତନ ସରପଂଚ ଶାନ୍ତନୁ ବିଷୋୟୀ, ଏସ ଏମ ସି ସଭାପତି ଶୋଭା ନାୟକ,ଉପ ସଭାପତି ଯୁରିଆ ନାୟକ,ମାଣିକପୁର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ମଲିକ, ପଟ୍ଟାଶାଳ ପ୍ରଧାନ ଶିକ୍ଷକ ସୁଦାମ ମଳିକ,ଶିକ୍ଷକ ଅରୁଣ ପଟନାୟକ, ଢଉପଦା ବିଟ ବାନପାଳ ସୁଧୀର କୁମାର ପଟ୍ଟନାୟକ,ଶିକ୍ଷକ ପବିତ୍ର ତ୍ରିପାଠୀ,ବୁଲୁ ପ୍ରଧାନ,ପୀତବାସ ବିଶ୍ବାଳ ପୂର୍ବତନ ସଭାପତି ଟୁକୁନା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଶିକ୍ଷକ ଲକ୍ଷ୍ମୀ କାନ୍ତ ଶତପଥୀ ବିଭୁ ପ୍ରାର୍ଥନା ଗାନ କରିଥିବା ବେଳେ ଶିକ୍ଷକ କୈଳାସ ବିଷୋୟୀ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ଗଣିତ ଦିବସ ଷ୍ଟଲ,ବିଜ୍ଞାନ ଦିବସ ଷ୍ଟଲ, ମାତୃଭାଷା ଦିବସ ଷ୍ଟଲ ଓ ଆମ କଳା ଆମ ସଂସ୍କୃତି ଷ୍ଟଲ ବେଶ ଆକର୍ଷଣୀୟ ହୋଇଥିଲା । ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଜଙ୍ଗଲ ବିଭାଗ ତରଫରୁ ତାଲିମ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ମ୍ୟୁଜିକ୍ ସର୍କଲରେ ବିଜୟା ଉତ୍ସବ ପାଳିତ

Sunil Chandra Nayak

ଭବାନୀପାଟଣା ଠାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Leave a Comment

error: Content is protected !!