ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ କିସାନ ସଂଘ ରାଷ୍ଟ୍ରୀୟ ସମ୍ପାଦକଙ୍କ ୪୨ ମୌଜା ଗସ୍ତ

ଭାରତୀୟ କିସାନ ସଂଘ ରାଷ୍ଟ୍ରୀୟ ସମ୍ପାଦକଙ୍କ ୪୨ ମୌଜା ଗସ୍ତ

କଟକ : କଟକ ଜିଲ୍ଲା ଅନ୍ତର୍ଗତ ୪୨ମୌଜା ଅଂଚଳରେ ଭାରତୀୟ କିଶାନ ସଂଘର ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ଶ୍ରୀନିବାସ ଜୀଙ୍କ ଗସ୍ତ ପରିପ୍ରେକ୍ଷୀରେ ଶ୍ରୀ ରାମ ଛକ ଠାରେ ରାଜ୍ୟ ସମ୍ପାଦକ ଦେବୀପ୍ରସାଦ ପତିଙ୍କ ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇ ଏକ ପଟୁଆରେ ୧୯୯୯ ମସିହାରୁ ବନ୍ଦ ହୋଇପଡି ରହିଥିବା ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ଶୀତଳ ଭଣ୍ଡାରକୁ ପରିଦର୍ଶନ କରିବା ସହିତ ଓଡ଼ିଶା ସରକାରଙ୍କ ସହିତ କଥା ହୋଇ ପୁନର୍ବାର ଏହା କିପରି କାର୍ଯ୍ୟକ୍ଷମ ହେବା ସମ୍ପର୍କରେ ଆଲୋଚନା କରିଥିଲେ । ନିକଟସ୍ତ ଗୋବିନ୍ଦପୁର ଗ୍ରାମକୁ ଯାଇ କତା ଶିଳ୍ପରେ ପ୍ରସିଦ୍ଧି ଲାଭ କରିଥିବା ମମତା ରଥଙ୍କୁ ସମ୍ବର୍ଦ୍ଧିତ କରିବା ସହ ୧୦୦ ରୁ ଉର୍ଦ୍ଧ ମହିଳାଙ୍କ ସହ ଆଲୋଚନା କରିଥିଲେ । ପରେ ବରାଳ ଠାରେ ଏକ ଚାଷୀ ସମାବେଶରେ ଉଦବୋଧନ ଦେବା ବେଳେ ରାଜ୍ୟ ସମ୍ପାଦକ ଦେବୀପ୍ରସାଦ ପତି ଚାଷୀ ମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ବୃଦ୍ଧବୃଦ୍ଧା ମାନଙ୍କୁ କମଳ ବଣ୍ଟନ କରାଯାଇଥିଲା । ଜିଲ୍ଲା ମିଡ଼ିଆ ପ୍ରଭାରୀ ଅନିଲ କୁମାର ଦାସ,କେନ୍ଦ୍ରୀୟ ସଂଯୋଜକ ଶ୍ରିମିକ ନେତା ଅଶୋକ ରାଉତ ରାୟ,ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ମହାନ୍ତି,ଓଡ଼ିଶା ରାଷ୍ଟ୍ର ବାଦି ସଂଗଠନର ସଭାପତି ଇଂ.ଗିରିଜା ଶଙ୍କର ପତି,ପଣ୍ଡିତ ହୃଦାନନ୍ଦ ହୋତା,ଯୁବନେତା ପୀୟୂଷ ରଞ୍ଜନ ପରିଡ଼ା,ହିନ୍ଦୁବାଦୀ ନେତା ସଞ୍ଜୟ ସାହୁ,ମହିଳା ନେତ୍ରୀ ଚିତୋରମା ସ୍ୱାଇଁ,ଯୁବନେତା ବଂଶୀଧର ତ୍ରିପାଠୀ,ସମାଜ ସେବୀ ରସାନନ୍ଦ ବେହେରା,ଗୋଭକ୍ତ ସନ୍ତୋଷ ସାହାଣୀ,ଯୁବ ପ୍ରମୁଖ ଖିତିସ ପଣ୍ଡା,ଧୂମା ଭାଇ,ବ୍ଲକ ସଂଯୋଜକ ରବୀନ୍ଦ୍ର ପାତ୍ର,ଦୀପକ ଆଚାର୍ଯ୍ୟପିଣ୍ଟୁ ମହାନ୍ତି,ବିଜୟ କାଣ୍ଡି ଓ ଅନ୍ୟମାନେ ସ୍ଥାନୀୟ ବାସିନ୍ଦା ଉପସ୍ଥିତଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ୟୁରୋପିଆନ ପ୍ରତିନିଧି ଦଳଙ୍କ ରାଉରକେଲା ପରିଦର୍ଶନ

masiha

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ର ତୃତୀୟ ସନ୍ଧ୍ୟା  ଘୁମୁରା, ବଜାଶାଲରେ ଦୁଲୁକିଲା ସହିଦ ରେଣ୍ଡୋ ମାଝୀ ମଞ୍ଚ 

masiha

ନୂଆପଡ଼ାରେ ବର୍ଷାଜନିତ ସ୍ଥିତି ଉପରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ: ୩୮୫ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର, ଜନସାଧାରଣଙ୍କୁ ସତର୍କ ରହିବାକୁ ଆହ୍ୱାନ

Sunil Chandra Nayak

Leave a Comment

error: Content is protected !!