ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ.ରାମପୁରରେ ରାଜସ୍ୱ ଉପଖଣ୍ଡ, ଏଡିଜେ କୋର୍ଟ, ଏନଏସି ଦାବି

ମ.ରାମପୁରରେ ରାଜସ୍ୱ ଉପଖଣ୍ଡ, ଏଡିଜେ କୋର୍ଟ, ଏନଏସି ଦାବି

ମ.ରାମପୁର, ୧୮/୧୧ : କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ନୂତନ ରାଜସ୍ୱ ଉପଖଣ୍ଡ, ଏଡିଜେ କୋର୍ଟ ଓ ଏନଏସି ପ୍ରତିଷ୍ଠା ଦାବି ପୁଣି ଥରେ ଜୋର ଧରିଛି। ରାଜସ୍ୱ ଉପଖଣ୍ଡ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ମ.ରାମପୁର ବାର୍ ଆସୋସିଏସନ୍ ପକ୍ଷରୁ ୮ ଜଣିଆ ପ୍ରତିନିଧି ଦଳ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିବା ସହ ରାଜସ୍ୱ ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ମୁଖ୍ୟ ବିଚାରପତି, ପ୍ରଶାସନିକ ବିଚାରପତି ଓ ଆଇନ ବିଭାଗ ପ୍ରମୁଖ ସଚିବଙ୍କୁ ମଧ୍ୟ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ଅବିଭକ୍ତ ମ.ରାମପୁର ତହସିଲ୍ ଅଧୀନରେ କର୍ଲାମୁଣ୍ଡା, ମ.ରାମପୁର ଓ ନର୍ଲା ଏହି ୩ଟି ତହସିଲ ଓ ବ୍ଲକ ରହିଛି l ଏହାର ମୋଟ ଜନସଂଖ୍ୟା ପ୍ରାୟ ୩ ଲକ୍ଷ ୭୨ ହଜାର ୫୩ ହେବ l ଏହି ଅଞ୍ଚଳର ଅଧିକାଂଶ ସ୍ଥାନ ଦୁର୍ଗମ ଓ ଯୋଗାଯୋଗ ବିହୀନ। ଏଠାରେ ଅଧିକାଂଶ ଲୋକ ଅନୁସୂଚିତ ଜାତି, ଜନଜାତି ଓ ଓବିସି ବର୍ଗର l 

ବର୍ତ୍ତମାନର ରାଜସ୍ୱ ଉପଖଣ୍ଡ କାର୍ଯ୍ୟାଳୟ ଭବାନୀପାଟଣାରେ ଥିବା ବେଳେ ମ.ରାମପୁର ବ୍ଲକ ଅଂଚଳଠାରୁ ଏହାର ଦୂରତା ପ୍ରାୟ ୧୦୦ କି.ମି.। ଫଳରେ ଗରିବ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମ.ରାମପୁରରେ ରାଜସ୍ୱ ଉପଖଣ୍ଡ ସ୍ଥାପନ ପାଇଁ ଆନ୍ଦୋଳନର ଆରମ୍ଭ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କାଳରୁ ପ୍ରାୟ ୩୦ ବର୍ଷରୁ ଊର୍ଦ୍ଧ୍ୱ ହୋଇଗଲା। ସେଇଠାରୁ ଚାଲିଥିବା ଦାବି ଓ ଆନ୍ଦୋଳନ ଆଜି ଯାଏଁ ପୂରଣ ହୋଇ ପାରିନାହିଁ। ଦିନକୁ ଦିନ ଏହି ଦାବି ପୂରଣ ପାଇଁ ଅଞ୍ଚଳବାସୀଙ୍କ ଆନ୍ଦୋଳନ ତୀବ୍ର ହେବାକୁ ଲାଗିଛି। ୨୦୨୧ ନଭେମ୍ବର ୧ ତାରିଖରେ ମ.ରାମପୁରରେ ଶୋଭାଯାତ୍ରା ଓ ସାଧାରଣ ସଭା କରାଯାଇଥିଲା। ସେହିପରି ୨୦୦୬ ଡିସେମ୍ବର ୬ ତାରିଖରେ ମ.ରାମପୁର, କର୍ଲାମୁଣ୍ଡା ଓ ନର୍ଲା ବ୍ଲକରେ ୧୨ ଘଣ୍ଟିଆ ବନ୍ଦ ଓ ହରତାଳ ପାଳନ କରାଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ରେ ଦିନ ଦିନ ଧରି ଧାରଣା ଦିଆ ଯାଇଥିଲା l ଦୀର୍ଘ ଦିନ ଧରି ଅନେକ ସଂଘଠନ ଆନ୍ଦୋଳନ କରି ଆସୁଛନ୍ତି l ତଥାପି ସରକାର ଲୋକଙ୍କ ଦାବି ପୂରଣ କରିନାହାନ୍ତି। ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ମ.ରାମପୁରରେ ରାଜସ୍ୱ ଉପଖଣ୍ଡ ପ୍ରତିଷ୍ଠା, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି, ପ୍ରଶାସନିକ ବିଚାରପତି ଓ ଆଇନ ବିଭାଗ ପ୍ରମୁଖ ସଚିବଙ୍କୁ ଏଡିଜେ କୋର୍ଟ ପ୍ରତିଷ୍ଠା ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ କେ.ସି. ମହାପାତ୍ରଙ୍କୁ ଏନଏସି ପ୍ରତିଷ୍ଠା ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଏହି ତିନୋଟି ଦାବି – ରାଜସ୍ୱ ଉପଖଣ୍ଡ, ଏଡିଜେ କୋର୍ଟ ଓ ଏନଏସି ପୂରଣ ହେଲେ ଅଂଚଳବାସୀ ପ୍ରଶାସନିକ, ନ୍ୟାୟିକ ଓ ପୌର ସେବା ନିଜ ଅଞ୍ଚଳରେ ହିଁ ପାଇପାରିବେ ବୋଲି ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି। ଏହି ପ୍ରତିନିଧି ଦଳରେ ରାଜସ୍ବ ଉପଖଣ୍ଡ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ତଥା ମ.ରାମପୁର ଓକିଲ ସଂଘ ସଭାପତି ଜୟକୁମାର ସିଂହଦେଓ ଓ ସମ୍ପାଦକ ସପନ କୁମାର ପଟ୍ଟନାୟକଙ୍କ ସମେତ ସଂଘ ର ବରିଷ୍ଠ ସଦସ୍ୟ ବିରଞ୍ଚି ନାରାୟଣ ଶତପଥୀ, ପ୍ରଦୀପ ପ୍ରହରାଜ, ନିରଞ୍ଜନ ନନ୍ଦ, ଦୁର୍ଗା ପ୍ରସାଦ ମିଶ୍ର, ଆଶିଷ ମିଶ୍ର, ବିଶ୍ୱମ୍ବର ରଣା ସାମିଲ ରହିଥିଲେ l

Related posts

ଶିଶୁ ଯତ୍ନ ଅନୁଷ୍ଠାନ ର ପିଲାଙ୍କ ଗହଣରେ ନୁତନ ବର୍ଷ ପାଳନ କଲେ ଜିଲ୍ଲାପାଳ କଳାହାଣ୍ଡି

masiha

ଶିକ୍ଷୟତ୍ରୀ ଙ୍କ ବଦଳୀ ର ପ୍ରତିବାଦ ଏବଂ ଶିକ୍ଷକ ନିଯୁକ୍ତି ଦାବିରେ ପୁଣି ଥରେ ବେହେରା ଗୁଡା ସ୍କୁଲ ରେ ତାଲା ପଡିଲା

Sunil Chandra Nayak

ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ବସ୍ତି ଅଂଚଳରେ ବସ୍ତ୍ର ବଂଟନ

Sunil Chandra Nayak

Leave a Comment

error: Content is protected !!