ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷୟତ୍ରୀ ଙ୍କ ବଦଳୀ ର ପ୍ରତିବାଦ ଏବଂ ଶିକ୍ଷକ ନିଯୁକ୍ତି ଦାବିରେ ପୁଣି ଥରେ ବେହେରା ଗୁଡା ସ୍କୁଲ ରେ ତାଲା ପଡିଲା

ଧର୍ମଗଡ:୩/୧/୨୩: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରାଗୁଡା ସ୍କୁଲ ରେ ଶିକ୍ଷୟତ୍ରୀ ଙ୍କ ବଦଳି ପ୍ରତିବାଦ ତଥା ଆବଶ୍ୟକତା ଅନୁସାରେ ଶିକ୍ଷକ ଯୋଗାଣ ଦାବୀ ରେ ସ୍କୁଲ ପରିଚାଳନା କମିଟି , ଅବିଭାବକ ଓ ଗ୍ରାମବାସୀ ମିଳିତ ଭାବେ ସ୍କୁଲ ଗେଟ ରେ ତାଲା ବନ୍ଦ ଆନ୍ଦୋଳନ କରି ଛନ୍ତି ।

 ସୂଚନା ଅନୁଯାୟୀ ବେହେରାଗୁଡା ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ରହିଥିବା ବେଳେ ୪୨୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ମୋଟ ୧୧ଜଣ ଶିକ୍ଷକ ରହିଥିବା ବେଳେ ଆବଶ୍ୟକ ଠାରୁ କମ ଶିକ୍ଷକ ଥିବା ଅନେକ ଦିନରୁ ଗ୍ରାମବାସୀ ଅଭିଯୋଗ କରି ଆସୁଛନ୍ତି। ତେବେ ଶିକ୍ଷା ବିଭାଗ ଶିକ୍ଷକ ନିଯୁକ୍ତି ଦେବା ବଦଳରେ ଏଠାରେ କାର୍ଯ୍ୟରତ ଜଣେ ଶିକ୍ଷୟିତ୍ରୀ କୁ ଅନ୍ୟତ୍ର ବଦଳି କରିଛି।ଯାହାକୁ ନେଇ ସ୍କୁଲ କମିଟି ଅବିଭାବକ ଓ ଗ୍ରାମବାସୀ ଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଶିକ୍ଷୟିତ୍ରୀ ଙ୍କ ବଦଳି ର ପ୍ରତିବାଦ କରି ଗତ ସୋମବାର ଦିନ କମିଟି ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଜଣାଇଥିଲେ ହେ କୌଣସି ସୁଫଳ ମିଳି ନଥିଲା । ଫଳ ରେ ଆଜି ବାଧ୍ୟ ହୋଇ ଆନ୍ଦୋଳନ କୁ ଓହ୍ଲାଇ ଥିବା ସ୍କୁଲ କମିଟି ସଭାପତି ହେମନାଥ ବାରିକ,ଦେବେନ୍ଦ୍ର ନାଏକ, ଗଗନେଶ୍ବର ବେମାଲ,ସୀମାଞ୍ଚଳ ବାରିକ, ଅନନ୍ତରାମ ପୋଡ଼,ମଧୁସୂଦନ ପୁଝାରି, ଭୀମସେନ ପୋଡ଼,ଖଗପତି ନିଆଲ, ଲଖମନ ପାଣିଗ୍ରାହୀ,ମହେଶ୍ବର ବେମାଲ, ଶୋଭିତ ଗାନ୍ଧୀ ,ଦିଲ୍ଲୀପ ଦୁରିଆ ପ୍ରମୁଖ ପ୍ରକାଶ କରିଛନ୍ତି।

ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୬ମାସ ତଳେ ଶିକ୍ଷକ ନିଯୁକ୍ତି ନେଇ ସମ୍ପୃକ୍ତ ବିଦ୍ୟାଳୟ ରେ ତାଲା ବନ୍ଦ ଆନ୍ଦୋଳନ ହୋଇଥିଲା। ଦୀର୍ଘ ୧୩ ଦିନର ଆନ୍ଦୋଳନ ପରେ ପ୍ରଶାସନ ୩ଜଣ ଶିକ୍ଷକ ଙ୍କୁ ନିଯୁକ୍ତି ଦେବା ସହ ୨ଜଣ ଶିକ୍ଷକ ଙ୍କୁ ଦୁଇମାସ ଭିତରେ ନିଯୁକ୍ତି କରିବା ପ୍ରତିଶ୍ରୁତି ଦେଇଥିଲେ। ହେଲେ ଦୀର୍ଘଦିନ ବିତିଯାଇଥିଲେ ହେଁ ଶିକ୍ଷକ ନିଯୁକ୍ତି ବଦଳ ରେ ଶିକ୍ଷୟିତ୍ରୀ ଙ୍କୁ କାଢି ନିଆଯାଇଛି।

ତେବେ ବିଦ୍ୟାଳୟ କୁ ଶିକ୍ଷକ ନିଯୁକ୍ତି ନ ହେବା ଯାଏ ଏମିତି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନ କାରୀ ମାନେ ପ୍ରକାଶ କରିଛନ୍ତି । ଏନେଇ ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ନବ କିଶୋର ସାହୁ ଙ୍କ ସହ ଯୋଗାଯୋଗ କରିଵାରୁ ସ୍ବାସ୍ଥ୍ୟ ଗତ କାରଣ ରୁ ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କୁ ବଦଳି ହୋଈଛି ଓ ରାଜ୍ୟ ଶିକ୍ଷା ନିର୍ଦେଶକ ଙ୍କ ଆଦେଶ ବଳ ରେ ହୋଈ ଥିବା କହିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଉତ୍କେଲା ରେ ସମବାୟ ବ୍ୟାଙ୍କି ସେବା ଓ ରୁଣ କର୍ମଶାଳା

Sunil Chandra Nayak

ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟିଲା ଟ୍ରକ, ଚାଳକ ଗୁରୁତର 

masiha

ମହିଳା ବିଜେଡି ତରଫରୁ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!