ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମସ୍ୟା ଘେରରେ କୃଷକ ପରାମର୍ଶ କେନ୍ଦ୍ର 

ସମସ୍ୟା ଘେରରେ କୃଷକ ପରାମର୍ଶ କେନ୍ଦ୍ର 

 ମୟୂରଭଞ୍ଜ – ୧୯/୦୯ ( ମସିହା):କାଗଜ କଲମ ରେ ମାଳ ମାଳ ଯୋଜନା l କୃଷକ ମାନ ଙ୍କ ପାଇଁ କେତେ କଣ ଯୋଜନା କରି ସରକାର ଡିଣ୍ଡିମ ପିଟୁଥିବା ବେଳେ ବିପୁଳ ରାଜସ୍ୱ ବି ଖର୍ଚ୍ଚ କରୁଛନ୍ତି ତେବେ ତାର ପ୍ରକୃତ ରୂପ ଯେ କେହି ନିଜ ଆଖି ରେ ନ ଦେଖିଲେ ବିଶ୍ୱାସ କରିବ ନାହିଁ l ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ  ଅନ୍ତଗତ ଖନ୍ତ ପଂଚାୟତ ଖନ୍ତ ଗ୍ରାମ ରେ କୃଷକ ପରାମର୍ଶ କେନ୍ଦ୍ର ନୂତନ ଭାବେ ଆଠ ଲକ୍ଷ ଟଙ୍କା ବ୍ୟୟ ରେ ଛ ମାସ ରୁ ଉର୍ଦ୍ଧ ହେବ ନିର୍ମାଣ ସରିଥିଲେ ମଧ୍ୟ ସମସ୍ୟା ଘେର ରେ ରହିଛି l ଲଗାଣ ବର୍ଷା ରେ କେନ୍ଦ୍ର ଟି ଜଳାଶୟ l ଯିବା ଆସିବା ହେlଇ ପାରୁନାହିଁ l ରାସ୍ତା, ପାଚେରୀ, ବିଜୁଳି, ପାନୀୟ ଜଳ ର ସୁବିଧା ମଧ୍ୟ ନାହିଁ l ଫଳରେ ପରାମର୍ଶ କେନ୍ଦ୍ରରେ ତାଲା ପଡ଼ିରହିଛି lକୃଷି ଅଫିସର ନିଯୁକ୍ତି ହୋଇ ଥିଲେ ମଧ୍ୟ ଦେଖା ନାହିଁ ପ୍ରାୟ ଦୁଇ ମାସ ରୁ ଉର୍ଦ୍ଧ ହେବ ଚାଷୀ ମାନେ କୃଷି ସମ୍ବନ୍ଧୀୟ ପରାମର୍ଶ ରୁ ବଂଚିତ ହୋଇ ବହୁତ ହଇରାଣ ହେଉଛନ୍ତି ଏ ବିଷୟରେ ବିଜାତଳା ବ୍ଲକ କୃଷି ଅଧିକାରୀ ପ୍ରଦୀପ୍ତ କୁମାର ନାୟକ ଙ୍କୁ ଯୋଗାଯୋଗ କରିବାରୁ ଖନ୍ତ ପଂଚାୟତ ର କୃଷି ଅଧିକାରୀ ଶମ୍ଭୁ ପ୍ରସାଦ ଘିବେଲା ଚାକିରୀ ରୁ ଅବସର ନେବା ପରେ ଦୀର୍ଘ ତିନି ମାସ ରୁ ଉର୍ଦ୍ଧ ହେବ ଉକ୍ତ ପଂଚାୟତ ପାଇଁ ମାଣିକପୁର ପଂଚାୟତ ର ଦାଇ ତ୍ୱ ରେ ଥିବା କୃଷି ଅଧିକାରୀ ମନୋଜ କୁମାର ଶାନ୍ତରା ନେଇ ଥିଲେ ମଧ୍ୟ ତାଙ୍କର ଦେଖା ମିଳେ ନାହିଁ l ସେହିଭଳି ଭାବେ ବିଜାତଳା ବ୍ଲକ ର ନୁଶାଡୀ ଗ୍ରାମ ପଂଚାୟତ ର କୃଷି ଦାଇତ୍ୟରେ ଲୁହାଶିଳା କୃଷି ଓଭରସିଓର ଅଛନ୍ତି l ତାଙ୍କର ମଧ୍ୟ ଦେଖା ମିଳେ ନାହିଁ l ଏହି ଦୁଇ ପଂଚାୟତ ରେ ମୁଖ୍ୟତ କୃଷି ଉପରେ ନିର୍ଭୟ କରି ଥାନ୍ତି l ଏଣୁ ଏହି ଦୁଇ ପଂଚାୟତ ରେ କୃଷି ପରାମର୍ଶ ପାଇଁ ସ୍ଥାଇ ପ୍ରତିକାର ଚାଷୀ ଦାବୀ କରିଛନ୍ତି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଆମ୍ବୁଲାନ୍ସ ନଥିବାରୁ ଶିଶୁ ପୁତ୍ରର ଜୀବନ ଗଲା

Sunil Chandra Nayak

କୁସୁମଯୋଡ଼ି ଗ୍ରାମ ପଞ୍ଚୟତର ସରପଞ୍ଚ ଙ୍କ ବିରୁଦ୍ଧରେ ଅନସ୍ତା ପ୍ରସ୍ତାବ ଖାରଜ

masiha

ବିଦ୍ୟାଭାରତୀ ବିଦ୍ୟାଳୟରେ “ଜାତୀୟ ଶିକ୍ଷାନୀତି -2020 ” ର ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!