ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦାନ୍ତ ଆଲୁମିନା ପ୍ରକଳ୍ପ ରେ ରେଡ଼ମଡ଼ ପଣ୍ଡ ଭୁଶୁଡ଼ି କ୍ଷତି ହୋଇ ଥିବା ଚାଷୀ ଙ୍କୁ କ୍ଷତି ପୂରଣ ପ୍ରଦାନ ଦାବିରେ କଳାହାଣ୍ଡି ଇଣ୍ଡିଭିଜୁଆଲ ସତ୍ୟଗ୍ରହ ତତଫରୁ ଉଦ୍ୟୋଗ ମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ ଙ୍କୁ ଦାବିପତ୍ର ପ୍ରଦାନ

ବେଦାନ୍ତ ଆଲୁମିନା ପ୍ରକଳ୍ପ ରେ ରେଡ଼ମଡ଼ ପଣ୍ଡ ଭୁଶୁଡ଼ି କ୍ଷତି ହୋଇ ଥିବା ଚାଷୀ ଙ୍କୁ କ୍ଷତି ପୂରଣ ପ୍ରଦାନ ଦାବିରେ କଳାହାଣ୍ଡି ଇଣ୍ଡିଭିଜୁଆଲ ସତ୍ୟଗ୍ରହ ତତଫରୁ ଉଦ୍ୟୋଗ ମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ ଙ୍କୁ ଦାବିପତ୍ର ପ୍ରଦାନ

ଆଜି କଳାହାଣ୍ଡି ଇଣ୍ଡିଭିଜୁଆଲ ସତ୍ୟାଗ୍ରହ ସଂଗଠନ ର ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶା ରାଜ୍ୟ ସରକାର ଙ୍କ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ମାନ ସମ୍ପଦ କୁମାର ସ୍ୱାଇଁ ଙ୍କୁ ଭେଟି ବେଦାନ୍ତ ଆଲୁମିନା ପ୍ରକଳ୍ପ ରେ ରେଡମଡ ପଣ୍ଡ ଭୁଶୁଡ଼ି କ୍ଷତି ହୋଇଥିବା ଚାଷୀ ଙ୍କୁ ଉଚିତ୍ କ୍ଷତିପୂରଣ ଦେବା ପାଇଁ ଏକ ମାନପତ୍ର ପ୍ରଦାନ ଦିଆଯାଇଛି। ଏହି ବୈଠକରେ କଳାହାଣ୍ଡି ସାଂସଦ ମାଳବିକା କେଶରୀ ଦେଓ ଜୀ ବିଧାୟକ ଶ୍ରୀ ମାନ ସୁଧୀର କୁମାର ପଟ୍ଟଯୋଶୀ ଏବଂ ବଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ଉପସ୍ଥିତ ଥିଲେ ।

କଳାହାଣ୍ଡି ଇଣ୍ଡିଭିଜୁଆଲ ସତ୍ୟାଗ୍ରହ ସଂଗଠନ ର ଚେୟାରମେନ ଚିନ୍ମୟ ବେହେରା ,ଉପ ଚେୟାରମେନ କୃତିବାସ ମୁଣ୍ଡ, ସମ୍ପାଦକ ଗୌତମ ପଟ୍ଟନାୟକ, ଆଇନଶାଖା ର ଚେୟାରମେନ ଭାରତ ଭୁଷଣ ପଣ୍ଡା, ପରାମର୍ଶ ଦାତା କାମଟି ର ପ୍ରତାପ ବାଗ, ବିରଜା କୁମାର ପଣ୍ଡା ସଂଗଠନ ଆଶୁତୋଷ ପାଢ଼ୀ ଉପସ୍ଥିତ ଥିଲେ । ମାନ୍ୟବର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଚାଷୀ ମାନଙ୍କୁ ଉଚିତ୍ କ୍ଷତିପୂରଣ ଦେବା ସହିତ କ୍ଷତି ହୋଇଥିବା ଜମିର ପୁନଃ ମରାମତି କରି ଚାଷୀ ମାନଙ୍କୁ ହସ୍ତାନ୍ତର କରାଯିବ । ସେଥିପାଇଁ ଏକ କମିଟି ସମୀକ୍ଷା କରି ମନ୍ତ୍ରୀ ଙ୍କୁ ରିପୋର୍ଟ ପ୍ରଦାନ କରିବେ । ଆସନ୍ତା ଦିନରେ ଚାଷୀ ମାନଙ୍କୁ ଉଚିତ କ୍ଷତି ପୂରଣ ପ୍ରଦାନ କରାନଗଲେ ସଂଗଠନ ତରଫରୁ ଆନ୍ଦୋଳନ କରାଯିବ ।

Related posts

ଦିନିକିଆ ଗସ୍ତ ରେ ୫ ଟି ସଚିବ

MP Rajya Sabha Shri Niranjan Bishi Demands Conferment of Bharat Ratna on Bhagaban Birsa Munda (Posthumously)

Sunil Chandra Nayak

୪ ଦଫା ଦାବି ନେଇ ଭଂଜସେନା ପକ୍ଷରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଧାରଣା ଏବଂ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଦାବିପତ୍ର 

masiha

Leave a Comment

error: Content is protected !!