ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ଓ ଦଣ୍ଡପାଟ ଯୁବ ସେବା ସଂଗଠନ ପକ୍ଷରୁ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ

ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ଓ ଦଣ୍ଡପାଟ ଯୁବ ସେବା ସଂଗଠନ ପକ୍ଷରୁ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ

ପରିବେଶ ସୁରକ୍ଷା ଶପଥ ନେଲେ ଯୁବଗୋଷ୍ଠୀ ଓ ମହିଳା

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ଓ ଦଣ୍ଡପାଟ ଯୁବ ସେବା ସଂଗଠନର ମିଳିତ ଆନୁକୂଲ୍ୟରେ ସରସ୍ବତୀ ଶିଶୁ ମନ୍ଦିର ବେହେରା ଠାରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଗୋଷ୍ଠୀ ସଭାନେତ୍ରୀ ସୁଚିତ୍ରା ଗୋପାଳଙ୍କ ଅଧ୍ୟକ୍ଷତାରେ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ କ୍ଷମା ପ୍ରସାଦ ନାଏକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଗଛ ଲଗାଇବା ସହ ତାହାର ଯତ୍ନ ସଂପର୍କରେ ବୁଝାଇଥିଲେ। ବିଦ୍ୟାମନ୍ଦିରର ଶିକ୍ଷକ ଥକିତ ବୋଡ଼କିଆ, ପ୍ରେମଚନ୍ଦ ରଣା, ଶିକ୍ଷୟତ୍ରୀ ଶିଖାରାଣୀ ମହାପାତ୍ର, କଲ୍ୟାଣୀ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବିଦ୍ଯାଳୟ ଚତୁଃପାର୍ଶ୍ଵରେ ଶତାଧିକ ବୃକ୍ଷରୋପଣ କରାଯାଇଥିଲା। ଗୋଷ୍ଠୀ ସଦସ୍ୟାମାନେ ବୃକ୍ଷର ସୁରକ୍ଷା ପାଇଁ ଶପଥ ପାଠ କରିବା ସହ ପରିବେଶ ସୁରକ୍ଷା ଦିଗରେ କାମ କରିବାକୁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ସମସ୍ତ କାର୍ଯ୍ଯକୁ ଗୋଷ୍ଠୀ ସଂପାଦିକା ସଂଗୀତା ବିଶି ପରିଚାଳନା କରିଥିବା ବେଳେ ଉପ-ସଭାନେତ୍ରୀ ସାବିତ୍ରୀ ନାଏକ, ସହ-ସଂପାଦିକା ଦୁଲ୍ଲଭି ହଂସ, ପ୍ରଶିକ୍ଷିକା ଦୀପିକା ସାହୁ, ହାରାମଣି ନାଏକ, ଚାନ୍ଦିନୀ ଭୋଇ ପରିଚାଳନାରେ ସହଯୋଗ କରିଥିଲେ। ଦଣ୍ଡପାଟ ଯୁବ ସେବା ସଂଗଠନ ସଭାପତି ତଥା ଯୁବ କବି ରଜତ ବଂଶଲ, ସଂପାଦକ ଭୁଜବଳ ନାଏକ, ସହ-ସଂପାଦକ ସୁଶୀଲ ଚନ୍ଦ୍ର ନାଗ, କୋଷାଧ୍ୟକ୍ଷ ଭିକାରୀ ଗୋପାଳ, ସଦସ୍ୟ ଭୀଷ୍ମ ବାଣୁଆ, ଗୋଷ୍ଠୀ ସଦସ୍ୟା ହେମଲତା ନାଗ, ହିମାଦ୍ରୀ ଖଣ୍ଡାଧାରୀ, ରୀନା ନାଗ, ଲିପି ନାଗ, ଗମନୀ ଟୋଲଟିଆ, ସେବତୀ ନାଏକ ପ୍ରମୁଖ ଗଛ ଲଗାଇବାରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କଳାହାଣ୍ଡିରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର , ଟର୍ଚ୍ଚ ଆଲୁଅରେ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା

Sunil Chandra Nayak

ଅଗଷ୍ଟ 9 ବିଶ୍ବ ଆଦିବାସୀ ଦିବସ ରେ ଗୁଣପୁର ରେ ଆଦିବାସୀ ମେଳି

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନ,    ଓଡ଼ିଶା ରାଜ୍ୟ ଅର୍ଥ କମିଶନର ୱେବସାଇଟ୍ ଉନ୍ମୋଚିତ

masiha

Leave a Comment

error: Content is protected !!