ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ବନ ମହୋତ୍ସବ ଅନୁଷ୍ଠିତ

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ବନ ମହୋତ୍ସବ ଅନୁଷ୍ଠିତ

ରାଉରକେଲା,: ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ସପ୍ତାହବ୍ୟାପି ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ପିଲାଙ୍କ ମଧ୍ୟରେ କୁଇଜ, ପ୍ରବନ୍ଧ, ରଚନା, ଚିତ୍ରାଙ୍କନ ପ୍ରଭୃତି ପତିଯୋଗିତା ଅନୁଷ୍ଠିତ ହୋଇଥିଲା l

ଉଦଯାପନୀ ଉତ୍ସବରେ ରାଉରକେଲା ଡ଼ିଏଫଓ ଯଶବନ୍ତ ସେଠି ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ l ସେ ତାଙ୍କ ବକ୍ତବ୍ୟରେ ବୃକ୍ଷର ଉପକାରିତା ସମ୍ପର୍କ ରେ ଆଲୋକପାତ କରି ପ୍ରତେକ ଛାତ୍ର ଛାତ୍ରୀ ୨ଟି ଲେଖାଏଁ ବୃକ୍ଷ ଲଗାଇବା ଓ ତାହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ l ରାଉରକେଲା ଫରେଷ୍ଟ ଡିଭିଜନ ପକ୍ଷରୁ ରହିଥିବା ବନିକରଣ ଯୋଜନା ସମ୍ପର୍କ ରେ ମଧ୍ୟ ସୂଚନା ଦେଇଥିଲେ l

ୱାଇ.ଏମ.ଏଫ.ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଲେଯେ ଜଳବାୟୁ ପରିବର୍ତନ ର ପ୍ରଭାବ ଓ ଉତ୍ତାପ ବୃଦ୍ଧିକୁ ରୋକିବା ପାଇଁ ବୃକ୍ଷ ରୋପଣ ଓ ଏହାର ସଂରକ୍ଷଣ ଜରୁରୀ l ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ ସହ ବନ ମହୋତ୍ସବ ସମ୍ପର୍କରେ ପିଲାଙ୍କୁ ସଚେତନ କରାଯାଇ ଆସୁଥିବା କହିଥିଲେ l ସ୍କୁଲ ର ଉପାଧ୍ୟକ୍ଷ ଲଲାଟେନ୍ଦୁ ମହାନ୍ତି ଅନ୍ୟତମ ଅତିଥି ଭାବେ ମଂଚାସୀନ ଥିଲେ l ଏହି ଅବସରରେ ପିଲାଙ୍କ ପକ୍ଷରୁ ବୃକ୍ଷ ଛେଦନର ପ୍ରଭାବ, ଔଷଧୀୟ ବୃକ୍ଷର ଆବଶ୍ୟକତା, ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ପ୍ରଭୃତି ସମ୍ପର୍କରେ ଛାତ୍ର ଛାତ୍ରୀ ମାନେ କ୍ଷୁଦ୍ର ନାଟକମାନ ସୁନ୍ଦର ଢଙ୍ଗର ପରିବେଷଣ କରିଥିଲେ l ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଏଥିସହ ସ୍କୁଲ ପରିସରରେ ଅତିଥି ମାନେ ଚାରା ରୋପଣ କରିଥିଲେ l ଇକୋ କ୍ଲବର ସଂଯୋଜିକା ଓ ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ l

କାର୍ଯ୍ୟକ୍ରମ କୁ ଶିକ୍ଷୟତ୍ରୀ ଶୁଭ୍ରା ମିଶ୍ର ସଂଯୋଜନା କରିଥିଲେ l ଶେଷରେ ଶିକ୍ଷୟତ୍ରୀ ପୁର୍ଣ୍ଣିମା ମୁଖି ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟରେ ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ନୂତନ ଉଦ୍ୟୋଗ କର୍ମଶାଳା

Sunil Chandra Nayak

ବନ୍ଧୁଗାଁରେ ପରବ ପ୍ରସ୍ତୁତି ବୈଠକ 

Sunil Chandra Nayak

ଢେଙ୍କାନାଳ ପୂର୍ବତନ ସୈନିକ ସଂଘ ତରଫରୁ ସାଂସଦଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!