ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓକିଲଙ୍କୁ ଆକ୍ରମଣ ଘଟଣା କୁ ରାଜ୍ୟ ଆଇନଜୀବୀ ପରିଷଦର ଦୃଢ଼ ନିନ୍ଦା 

ଓକିଲଙ୍କୁ ଆକ୍ରମଣ ଘଟଣା କୁ ରାଜ୍ୟ ଆଇନଜୀବୀ ପରିଷଦର ଦୃଢ଼ ନିନ୍ଦା 

ନବରଙ୍ଗପୁର:(୮|୧୧)(ରବି ନାରାୟଣ ମହାନ୍ତି) ଗତ ୦୭|୧୧|୨୦୨୬/ତାରିଖ ଦିନ ଝରୀଗାଁ କୋର୍ଟ ପରିସରରେ ବିଚାରପତି ସ୍ମିତା ଲାକ୍ରା,ସରକାରୀ ଓକିଲ ପ୍ରଦୀପ ପଟ୍ଟନାୟକ ଓ କୋର୍ଟ ସବ-ଇନିସ୍ପେକ୍ଟର ମୀନ କେତନ ଗନ୍ତାୟତ ଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ତୀବ୍ର ନିନ୍ଦା କରାଯିବା ସହ ଏହିଭଳି ସ୍ପର୍ଶକାତର ଘଟଣା କୁ ଅନୁଧ୍ୟାନ ପାଇଁ ଓଡିଶା ହାଇକୋର୍ଟରୁ ଆସିଥିବା ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ଭି. ନରସିଂହଙ୍କ ସମ୍ମୁଖରେ ଓକିଲ ମାନଙ୍କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଦାବୀ ଉପସ୍ଥାପନା କରାଯାଇଛି l ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ସମ୍ମିଳନୀ କକ୍ଷରେ ଏହି ସଭାକୁ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପିଟା ରମେଶ ପାତ୍ର ସମ୍ବୋଧନ କରିଥିଲେ l ନ୍ୟାୟମୂର୍ତ୍ତି ଶ୍ରୀ ଭି. ନରସିଂହ ଘଟଣାରେ ଗୁରୁତର ଆହତ ହୋଇଥିବା ସରକାରୀ ଓକିଲ ପ୍ରଦୀପ ପଟ୍ଟନାୟକଙ୍କୁ ଭେଟିବା ସହ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ଙ୍କୁ ଜିଲ୍ଲା ପ୍ରଶାସନ ତାଙ୍କ ଚିକିତ୍ସା ବାବଦକୁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଧେଶ ଦେଇଥିଲେ l ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ତୁରନ୍ତ ଓକିଲ ସୁରକ୍ଷା ଅଧିନିୟମକୁ ତୁରନ୍ତ ଲାଗୁ କରିବା ସହ କୋର୍ଟ ପରିସରରେ ଥିବା ସମସ୍ତ ଓକିଲ ତଥା କର୍ମଚାରୀ ମାନଙ୍କ ସୁରକ୍ଷାକୁ କଡା କରିବା ପାଇଁ ଅନୁରୋଧ କରାଯାଇଛି l ଏଥିରେ ଅନ୍ୟମାନଙ୍କ ଆସିଷ୍ଟାଣ୍ଟ ଡାଇରେକ୍ଟର ପବ୍ଲିକ ପ୍ରସିକ୍ୟୁସନ ରୂପେଶ ପ୍ରାଧନୀ,ପବ୍ଲିକ ପ୍ରୋସିକ୍ୟୁଟର ମନୋଜ କୁମାର ଏକ୍କା,ବରିଷ୍ଠ ଓକିଲ ଦାଶରଥି ପଟ୍ଟନାୟକ,ଶ୍ରୀନିବାସ ପଟ୍ଟନାୟକ, ଶ୍ରୀକାନ୍ତ କୁମାର ପଣ୍ଡା,ସିମାଞ୍ଚଳ ପାଢ଼ୀ,ହରିନାରାୟଣ ବେହେରା,ତପନ ସିଂ,ଶତାବ୍ଦୀ ପାଳ,ପ୍ରଶାନ୍ତ ପଟ୍ଟନାୟକ, ଦେବୀ ପ୍ରସାଦ ସିଂ,ସମରେଶ ଗନ୍ତାୟତ,ରାମଚନ୍ଦ୍ର ନାୟକ,ସଞ୍ଜୀବ ଭକ୍ତ,ଶାନ୍ତନୁ ବାହିନୀପତି,ଶ୍ରୀନିବାସ ପାତ୍ର ମୃତ୍ୟୁଞ୍ଜୟ ମହାରଣା, ବିଧୁଶେଖର ତ୍ରିପାଠୀ,ସ୍ଵାଗତିକା ସାମନ୍ତରାୟ,ପ୍ରଫୁଲ୍ଲ ସିଂ,କିଶୋରୀ ପଟ୍ଟନାୟକ,ସତୀଶ ନାୟକ, ମୀନକେତନ ପରିଛା, ଜ୍ୟୋତିରଞ୍ଜନ ପୂଜାରୀ, ହରିଶ୍ଚନ୍ଦ୍ର ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଙ୍କଡ଼ାହାଡ଼ ରେ ଆଶା କର୍ମୀ ମାନଙ୍କ ବୈଠକ 

Sunil Chandra Nayak

ରାଇରଙ୍ଗପୁରରେ ଅଲ୍ ଇଣ୍ଡିଆ ଡେମୋକ୍ରେଟିକ ୟୁଥ୍ ଅରଗାନାଇଜେସନ ଆନୁକୁଲ୍ୟରେ ୮ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

masiha

ସାଂସଦ ଖେଳ ମହୋତ୍ସବରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସଫଳତା.

Sunil Chandra Nayak

Leave a Comment

error: Content is protected !!