ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଙ୍କଡ଼ାହାଡ଼ ରେ ଆଶା କର୍ମୀ ମାନଙ୍କ ବୈଠକ 

କଙ୍କଡ଼ାହାଡ଼ ରେ ଆଶା କର୍ମୀ ମାନଙ୍କ ବୈଠକ 

କାମାକ୍ଷାନଗର – କଙ୍କଡ଼ାହାଡ଼ ବ୍ଲକ ଠାରେ ମହାବି ରୋଡ଼,ବିର।ଶ।ଳ, କଙ୍କଡ।ହ।ଡର ତିନି ଗୋଟି ସେକ୍ଟର କୁ ନେଇ କଙ୍କଡ଼ାହାଡ଼ ଚିକିତ୍ସାଳୟ ନିକଟ ରେ ଭାରତୀୟ ମଜଦୂର ସଂଘ ଦ୍ୱାରା ଅନୁବନ୍ଧିତ ଆଶା କର୍ମୀ ମନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେଇଥିଲା । ଏହି ବୈଠକ ଢ଼େନ୍କାନାଳ ଜିଲ୍ଲା ର ଆଶାକର୍ମୀ ର ସଭପତି ସୁପ୍ରଭା ପ୍ରଧାନ ଙ୍କ ତତ୍ତ୍ଵାବଧାନରେ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହେଇଥିଲା । ସେଥିରେ ପୁରୀ ଠାରେ ହେଇଥିବା ରାଷ୍ଟ୍ରୀୟ ଅଧିବେଶନ ରେ ଯୋଗଦନ କରି ଥିବା ଭଉଣୀ। ମାନଙ୍କୁ ଧନ୍ୟବାଦ ଦେବା ସହ ସଂଗଠନ ଉପରେ ଗୁରୁତ୍ବ ଆରୋପ କରିବା ସହିତ ଆଗମୀ ଦିନରେ କିଭଳି ବିଭିନ୍ନ ଦାବୀ ନେଇ ସରକାରଙ୍କୁ ଅବଗତ କରାଯିବ ସେ ବିଷୟ ରେ ଆଲୋଚନା କରିଥଲେ । ଏଥିରେ ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ ଯୋଗଡନ କରିଥଲେ । ବ୍ଲକ ର ସଭାପଟି ଭ।ବେ ଝରଣା ନାଏକ, ଉପସଭାପତି ସନ୍ଧ୍ୟାର।ଣି ରାଉତ, ସମ୍ପାଦିକା ଛବି ଖୁଣ୍ଟିଆ, ସଭ୍ୟ ଭବେ ତପସ୍ୱିନୀ ଦେହୁରୀ, କୌଶଲ୍ୟା ମହାନ୍ତ, ରୋଜାଲିନ ପାତ୍ର, ପଦ୍ମାବତୀ ମହାନ୍ତ, ଜଲି ମହାନ୍ତ, ନିର୍ମଳା ବେହେରାଙ୍କୁ ଜିଲ୍ଲା ସମ୍ପାଦକ ଘୋଷଣା କରିଥଲେ । ନୂତନ କମିଟି ଙ୍କୁ ସମସ୍ତେ ସ୍ବାଗତ କରିବା ସହିତ ଆଗମୀ ଦିନରେ ଏକଜୁଟ ହୋଇ କାମ କରିବାକୁ ଶପଥ ନେଇଥିଲେ ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ମେଦିନୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

୧- ଶ୍ରୀ ଶ୍ରୀ ଶ୍ରୀ ମା କଟା ଦୁର୍ଗା ଭବାନି ମନ୍ଦିର ପ୍ରତିଷ୍ଠା କୁ ନେଇ ଚାଲିଚି ରଙ୍ଗିନ ଭାବରେ ସଜାସଜି ,୨- ମା ମାଝୀ ଗୌରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ 

Sunil Chandra Nayak

ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଶୋଷଣ ବିରୁଦ୍ଧରେ କିଶାନ ମଜଦୂର ସଂଗ୍ରାମ ପରିଷଦ ର ରାଜ୍ୟପାଳଙ୍କୁ ୧୪ ଦଫା ଦାବି ପତ୍ର ପ୍ରଦାନ    

Sunil Chandra Nayak

Leave a Comment

error: Content is protected !!