ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋମନା ବସ୍ ଷ୍ଟାଣ୍ଡରେ ନାହିଁ ଛାଇ କି ପାଣି ବ୍ୟବସ୍ଥା ଚା ଦୋକାନ, ପାନ ଦୋକାନରେ ଯାତ୍ରୀ

କୋମନା ବସ୍ ଷ୍ଟାଣ୍ଡରେ ନାହିଁ ଛାଇ କି ପାଣି ବ୍ୟବସ୍ଥା

ଚା ଦୋକାନ, ପାନ ଦୋକାନରେ ଯାତ୍ରୀ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାରେ କିଛି ଦିନ ହେବ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି l ଜିଲ୍ଲାର କୋମନା ବସ୍ ଷ୍ଟାଣ୍ଡରେ ଯାତ୍ରୀମାନଙ୍କ ଆଶ୍ରୟ ନେବା ପାଇଁ କୌଣସି ଛାଇ ଯାଗା କି ପାନୀୟ ଜଳର ବ୍ୟବସ୍ଥା ନ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି l 

    ନୂଆପଡ଼ା ଜିଲ୍ଲା କୋମନା ଦେଇ ଜାତୀୟ ରାଜପଥ ୩୫୩ ଯାଇଛି l ଏହି କୋମନା ଦେଇ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ସ୍ଥାନକୁ ବସ୍ ଚଳାଚଳ କରି ଥାଏ l ଲୋକେ ବସ୍ ରେ ଯିବା ପାଇଁ କୋମନା ବସ୍ ଷ୍ଟାଣ୍ଡ ଉପରେ ନିର୍ଭର କରି ଥାଆନ୍ତି l ପୁଣି କୋମନାରେ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଥାନା, କୋର୍ଟ ଆଦି ଥିବାରୁ ୩୨ ଗୋଟି ପଞ୍ଚାୟତର ଲୋକେ ଆସି ଥାନ୍ତି l କୋମନା ବସ୍ ଷ୍ଟାଣ୍ଡରେ ପ୍ରବଳ ଖରା ତାତିରୁ ଆଶ୍ରୟ ନେବା ପାଇଁ କୌଣସି ଛାଇ ଯାଗା ନାହିଁ l ଯାତ୍ରୀମାନେ ବସ୍ ଅପେକ୍ଷାରେ ବସ୍ ଷ୍ଟାଣ୍ଡ ପାଖେ ଥିବା ବିଭିନ୍ନ ଚା ଦୋକାନ, ପାନ ଦୋକାନ, ଫଳ ଦୋକାନ ଆଦି ସ୍ଥାନରେ ଖରାରୁ ରକ୍ଷା ପାଇଁ ଆଶ୍ରୟ ନେବାକୁ ବାଧ୍ୟ ହୋଇ ଥାଆନ୍ତି l ବେଳେ ବେଳେ ଦୋକାନୀଙ୍କ ଆକ୍ରୋଶର ଶୀକାର ମଧ୍ୟ ହୋଇ ଥାଆନ୍ତି l ପୁଣି ଜଳଛତ୍ର ନ ଥିବାରୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି l କୋମନାରେ ନିର୍ମାଣାଧୀନ ବସ୍ ଷ୍ଟାଣ୍ଡ କାମ ସରି ଯାଇଛି l କିନ୍ତୁ ଉଦଘାଟନ ହୋଇ ନ ଥିବାରୁ କାର୍ଯ୍ୟକ୍ଷମ ହୋଇ ପାରି ନାହିଁ l ଯାହା ଦ୍ଵାରା ଖରା ଦିନରେ ଯାତ୍ରୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଶୀଘ୍ର ବସ୍ ଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବା ସହ ପାନୀୟ ଜଳର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି l

Related posts

ନର୍ଲା ହାଇସ୍କୁଲ୍ ର ୧୯୯୫ ବ୍ୟାଚ୍ ର ବନ୍ଧୁ ମିଳନ

masiha

ସଂସ୍କାର ପବ୍ଲିକ ସ୍କୁଲରେ ସମ୍ମାନ ସମାରୋହ

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!