ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ଜନଜାତି ଆୟୋଗ (ଏନ୍‌ସିଏସ୍‌ଟି )ସଙ୍କଟରେ: ଖାଲି ପଦବୀ ତୁରନ୍ତ ପୂରଣ ପାଇଁ ସାଂସଦ ନିରଞ୍ଜନ ବିଶିଙ୍କ ଦାବି 

ରାଷ୍ଟ୍ରୀୟ ଜନଜାତି ଆୟୋଗ (ଏନ୍‌ସିଏସ୍‌ଟି )ସଙ୍କଟରେ: ଖାଲି ପଦବୀ ତୁରନ୍ତ ପୂରଣ ପାଇଁ ସାଂସଦ ନିରଞ୍ଜନ ବିଶିଙ୍କ ଦାବି 

ନୂଆଦିଲ୍ଲୀ:27.03 ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରାଷ୍ଟ୍ରୀୟ ଆଦିବାସୀ ଅlଯୁକ୍ତ ଙ୍କ ଅବସ୍ଥା ଉପରେ ଗଭୀର ଚିନ୍ତା ପ୍ରକାଶ କରି ଏହl ଆଦିବାସୀ ମାନଙ୍କ ସ୍ୱାର୍ଥ ସୁରକ୍ଷା ସକାଶେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ଉଦବେଗ ପ୍ରକାଶ କରିଛନ୍ତି । ଏହା ଆଦିବାସୀ ଅଧିକାର ସୁରକ୍ଷା ପାଇଁ ଦେଶର ଏକ ପ୍ରଧାନ ସଂବିଧାନିକ ଅନୁଷ୍ଠାନ । ରାଜ୍ୟସଭା ସାଂସଦ ଶ୍ରୀ ବିଶି କହିଛନ୍ତି ଯେ ସଂବିଧାନର ଧାରା ୩୩୮ କ ଅନୁଯାୟୀ ଏହି ଆୟୋଗ ଗଠିତ ହୋଇ ଆଦିବାସୀ ସୁରକ୍ଷା ବିଷୟରେ ତଦନ୍ତ ଓ ନିରୀକ୍ଷଣ କରେ ଏବଂ ଏହି ଆୟୋଗ ର ସିଭିଲ୍ କୋର୍ଟ ଏବଂ ଫୌଜଦାରୀ ଅଦାଲତ ଭଳିଆ କ୍ଷମତା ରହିଛି ବୋଲି କହିଥିଲେ ।

ସାଂସଦ ଶ୍ରୀ ବିଶି କହିଛନ୍ତି ଯେ ବର୍ତ୍ତମାନ ଆୟୋଗ ଗଭୀର ସଙ୍କଟରେ ଅଛି। କାରଣ 2023 ଶେଷ ଓ 2024 ଆରମ୍ଭରେ ୫ ଟି ମୁଖ୍ୟ ପଦବୀ ମଧ୍ୟରୁ 4ଟି ଖାଲି ଅଛି ଯଥା ଅଧକ୍ଷ, ଉପାଧ୍ୟକ୍ଷ, ଓ ଦୁଇଟି ସଦସ୍ୟ ପଦବୀ।

ସେହିପରି 124 ଟି ଅନୁମୋଦିତ ପଦବୀ ମଧ୍ୟରୁ ୭0ରୁ ଅଧିକ ପଦ ଖାଲି ପଡିଛି । ଏହା ଫଳରେ ଆୟୋଗ ୫0% ରୁ କମ୍ ଅଧିକାରୀ କର୍ମଚାରୀ ଙ୍କ ଦ୍ୱାରା କାର୍ଯ୍ୟ କରୁଛି।

ଏହି ପରିସ୍ଥିତିରେ ଶ୍ରୀ ବିଶି ସରକାରଙ୍କୁ ତୁରନ୍ତ ସମସ୍ତ ଖାଲି ପଡ଼ିଥିବା ପଦଵୀ ଗୁଡିକ ପୂରଣ କରିବା ଓ ଆୟୋଗକୁ ସୁଦୃଢ କରିବାକୁ ଦାବି କରିଛନ୍ତି।

ଜାତୀୟ ଆଦିବାସୀ ଆୟୋଗ (“ଏନ୍‌ସିଏସ୍‌ଟି)ରେ ପଦଵୀ ପୂରଣ କରିବା କେବଳ ପ୍ରଶାସନିକ କାମ ନୁହେଁ, ଏହା ସଂବିଧାନିକ ନ୍ୟାୟର ପ୍ରଶ୍ନ,” ବୋଲି ସାଂସଦ ଶ୍ରୀ ବିଶି କହିଛନ୍ତି।

Related posts

ମା’ ଦାଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ୧୫ ପର୍ଯ୍ଯାୟ କମ୍ବଳ ବାଣ୍ଟିବ ” ମୋ ଅନୁଷ୍ଠାନ “

masiha

ମାତ୍ର ₹549 ପ୍ରିମିୟମରେ India Post ଓ India Post Payments Bank ମାଧ୍ୟମରେ ₹10 ଲକ୍ଷ ଦୁର୍ଘଟଣାଜନିତ ମୃତ୍ୟୁ ବୀମା ରାଶି ପ୍ରଦାନ

ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ସେପ୍ଟେମ୍ୱର 26 ରୁ 30 ମାଉଣ୍ଟଆବୁ ଠାରେ ରାଷ୍ଟ୍ରୀୟ ମିଡିଆ ସମ୍ମିଳନୀ

masiha

Leave a Comment

error: Content is protected !!