ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ନାଟ୍ଯଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ଉଦଯାପିତ

ବିଶ୍ବ ନାଟ୍ଯଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ଉଦଯାପିତ

ରାଉରକେଲା : ବିଶ୍ବ ନାଟ୍ଯଦିବସ ଅବସରରେ ରାଉରକେଲାର ଅଗ୍ରଣୀ ନାଟ୍ଯାନୁଷ୍ଠାନ ସଂପର୍କ ଆୟୋଜିତ ଜାତୀୟ ନାଟକ ମହୋତ୍ସବ- ୨୦୨୬ର ଉଦଯାପନ ଦିବସଟି ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦ୍ବାରା ସମାପନ ହୋଇଯାଇଛି । ସକାଳ ଆଠ ଘଟିକାରେ ଏକତ୍ର ରାଉରକେଲା ର ମିଳିତ ଆନୁକୂଲ୍ଯରେ ଶତାଧିକ ବୟସ୍କ ଓ ଯୁବକଳାକାରଙ୍କୁ ନେଇ ଏକ ରଙ୍ଗାରଙ୍ଗ ନାଟ୍ଯ ପଦଯାତ୍ରା ଆମ୍ବାଗାନ ଛକ ସ୍ଥିତ ଗୁଣ୍ଡିଚା ମାଉସୀମା ମନ୍ଦିର ରୁ ବାହାରି ସିଭିକ ସେଣ୍ଟର ଯାଏ ଆସିଥିଲା । ପରେ ଦିବା ଦଶ ଘଟିକାରେ ଓଡିଶା ସାହିତ୍ଯ ଏକାଡେମୀ ଓ ସଂପର୍କ ର ମିଳିତ ଆନୁକୂଲ୍ଯରେ “ଶିକ୍ଷାନୁଷ୍ଠାନରେ ନାଟକ ” ଶିର୍ଷକ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ର ର ମୁଖ୍ଯଅତିଥି ଭାବେ ଯୋଗଦାନ କରିଥିଲେ ପ୍ରାକ୍ତନ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ମହାପ୍ରବନ୍ଧକ ଅଭୟ କୁମାର ଦାସ ଓ ଓଡିଶା ସଂଗୀତ ନାଟକ ଏକାଡ଼େମୀର ସଭ୍ଯ ଗୋପକୃଷ୍ଣ ନାୟକ ଯୋଗଦାନ କରିଥିଲେ । ପ୍ରଫେସର ଡ ସମର ମୁଦାଲି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଆଲୋଚନାଚକ୍ର ରେ ପ୍ରଥମେ ସଂପର୍କ ର ସଂପାଦକ ତଥା ବିଶିଷ୍ଟ ନାଟ୍ଯକାର ଭାସ୍କର ଚନ୍ଦ୍ର ମହାପାତ୍ର ଶିକ୍ଷାନୁଷ୍ଠାନରେ ନାଟକ ର ଆବଶ୍ୟକତା ସମ୍ପର୍କରେ ସମ୍ଯକ ସୂଚନା ପ୍ରଦାନ କରିଥିଲେ। ଡ ସଂଜୟ କୁମାର ହାତୀ, ଡ ସୁନୀତି ଦେବତା, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଆଲୋଚନାଚକ୍ର ର ପ୍ରାରମ୍ଭରେ ବିଭିନ୍ନ ସ୍କୁଲ କଲେଜରୁ ଆସିଥିବା ଛାତ୍ର ଛାତ୍ରୀମାନେ ଶିକ୍ଷାନୁଷ୍ଠାନରେ ନାଟକ ର ଆବଶ୍ୟକତା ଉପରେ ବହୁଧା ମତ ବ୍ଯକ୍ତ କରିଥିଲେ । ପରିଶେଷରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଏକକ ଅଭିନୟ, ସଂପାନ ତଥା କୈ।ତୁକ ପୋଷାକ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା।

    ଅପରାହ୍ନ ତିନି ଘଟିକାରେ ସଂପର୍କ ର ନୃତ୍ୟ ବିଭାଗ “ଉପାସନା” ଦ୍ବାରା ଉପାସନା ନୃତ୍ୟୋତ୍ସବ ଆୟୋଜିତ ହୋଇ ଥିଲା ଏହାକୁ ଉଦଘାଟନ କରିଥିଲେ ବିଶିଷ୍ଟ ସମାଜସେବୀ କମଲ ଅଗ୍ରୱାଲ , ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ମହାପ୍ରବନ୍ଧକ ନାରାୟଣ ପତି । ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ବିଶିଷ୍ଟ ଆଇନଜୀବୀ ପ୍ରଦୀପ ନାୟକ ।

ସ୍ବର୍ଗତ ଗୁରୁ ବିଚିତ୍ରାନନ୍ଦ ଦଳାଇ ଙ୍କୁ ଉପାସନା ସମ୍ମାନ ରେ ସମ୍ମାନିତ କରାଯାଇ ଥିଲା । ରାଉରକେଲାର ୧୪ଜଣ ଯୁବ ଓ କିଶୋର ଓଡିଶୀ ନୃତ୍ୟଶିଳ୍ପୀମାନଙ୍କୁ ଯଥାକ୍ରମେ ନୃତ୍ଯଭୂଷଣ ଓ ନୃତ୍ୟଶ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଉପାସନା ନୃତ୍ୟାନୁଷ୍ଠାନ ର ଗୁରୁ ସୁଦେଷ୍ଣାରାଣୀ ରାଉତ ସ୍ବାଗତ ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ । ରାଉରକେଲା ଓ କଟକର ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ ।

ଉଦଯାପନୀ ସନ୍ଧ୍ୟାର ଉଦଘଟକ ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଦୀପିକା ମହିଳା ସଂଘତିର ସଭାପତି ନମ୍ରତା ବର୍ମା । ଅନୁଷ୍ଠାନର ସଭାପତି ସୁବ୍ରତା ପତିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାର ପ୍ରାରମ୍ଭରେ ସଂପାଦକ ଶ୍ରୀ ଭାସ୍କର ଚନ୍ଦ୍ର ମହାପାତ୍ର ବିଶ୍ବ ନାଟ୍ଯଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବର ଉଦ୍ଦେଶ୍ଯ ଓ ତାର ସଫଳତା ଉପରେ ଆଲୋକପାତ କରିଥିଲେ । କାର୍ଯକାରୀ ସଭାପତି ବିଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଏବର୍ଷ ର ନାଟ୍ୟବନ୍ଧୁ ସମ୍ମାନ ଏକତ୍ରର ସବୁ କଳାକାରଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା । ଭୁବନେଶ୍ବର ର ବରିଷ୍ଠ ନାଟ୍ୟକାର ଅଭିନେତା ନବୀନ ପରିଡାଙ୍କୁ ସଂପର୍କ ସମ୍ମାନ ରେ ଓ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଓଡିଶୀ ନୃତ୍ଯାଙ୍ଗନା ମୀରା ଦାସଙ୍କୁ ଉପାସନା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏତତ୍ ବ୍ୟତୀତ ଶ୍ରେଷ୍ଠ ମଂଚ ଶୀଳ୍ପୀ ଭାବରେ ପ୍ରଳୟ ଶତପଥୀ ଓ ଶ୍ରେଷ୍ଠ ଉଦଘୋଷିକା ଭାବେ ଝିଲିମା ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା ।

ପରେପରେ ଜାମସେଦପୁରର ପାଥ ନାଟ୍ଯାନୁଷ୍ଠାନ ମନୋଜ ମିତ୍ରଙ୍କ ରଚିତ ମହମ୍ମଦ ନିଜାମ ଙ୍କ ନିର୍ଦ୍ଦେଶିତ ନାଟକ ପଞ୍ଛି ମଂଚସ୍ଥ କରିଥିଲେ । ପକ୍ଷୀ ଆକାଶରେ ଆନନ୍ଦ ରେ ପରିଭ୍ରମଣ କରିବାକୁ ସବୁ ବେଳେ ଚିନ୍ତା କରେ । ହେଲେ ଖାଦ୍ୟ ଅନ୍ବେଷଣ ରେ ଦିନ ତମାମ ବ୍ଯସ୍ତ ରହି ସେ ଜୀବନ ସାରା ଟିକିଏ ବି ଆନନ୍ଦ ପାଏନା । ଠିକ ସେହିପରି ନିମ୍ନ ଅତି ନିମ୍ନ ବିତ୍ତ ଶ୍ରେଣୀର ମଣିଷ କିପରି ଜୀବନ ସାରା ସୁଖ ଅନ୍ବେଷଣ ରେ ରହି କର୍ମରେ ବ୍ଯସ୍ତ ରହେ ହେଲେ ଟିକିଏ ବି ଶାନ୍ତି ପାଏନା ତାହାହିଁ ସୁନ୍ଦର ଓ ନିଖୁଣ ଅଭିନୟ ମାଧ୍ୟମ ରେ ଉପସ୍ଥାପନ କରି ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ । 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ଶୋକସଭା

ବିଷାକ୍ତ ସାପ କାମୁଡ଼ିବାରୁ ଅନ୍ତର୍ଲା ଗ୍ରାମର ମହେନ୍ଦ୍ର ମାଝୀ ଯୁବକ ଗୁରୁତର

Sunil Chandra Nayak

ସମାଜସେବାରେ ବ୍ରତୀ ପ୍ରଫେସର‌, ରୋଗୀଙ୍କୁ ବାଣ୍ଟିଲେ ଫଳ

Sunil Chandra Nayak

Leave a Comment

error: Content is protected !!