ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବି ବ୍ରଜନାଥ ବଡ଼ଜେନା ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ

କାମାକ୍ଷାନଗର -ଓଡ଼ିଶା ସାହିତ୍ୟ ଏକାଡେମୀ , ସମାଜ ପାଠକ ମଞ୍ଚ ଓ କଳ୍ପନା କ୍ଲବ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କଳ୍ପନା କ୍ଲବ ପରିସରରେ ଢେଙ୍କାନାଳ ର ମୃଧନ୍ୟ କବି ବ୍ରଜନାଥ ବଡ଼ଜେନା ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି । ସମାଜ ପାଠକ ଵିଚାର ମଞ୍ଚ ର ଆବାହକ ଶୁଭମୟ ନନ୍ଦ ଙ୍କ ଆବାହକତ୍ୱ ରେ ତଥା ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟା ଅଧ୍ୟାପିକା ଡକ୍ଟର ପୁଷ୍ପଳତା ରଥ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ମୁଖ୍ୟଅତିଥି ରୂପେ ପଦ୍ମଶ୍ରୀ ପଣ୍ଡିତ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର , ବିଶିଷ୍ଠ ଅତିଥି ରୂପେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ , ମୁଖ୍ୟବକ୍ତା ଭାବେ ବରିଷ୍ଠ ଅଧ୍ୟାପକ ଜ୍ଞାନରଞ୍ଜନ ମିଶ୍ର , ସମ୍ମାନିତ ଅତିଥି ରୂପେ କାମାକ୍ଷାନଗର ଏନ ଏ ସି ର ପୂର୍ବତନ ନଗରପାଳ ଗୋବିନ୍ଦଚନ୍ଦ୍ର ସାହୁ , ଅବସରପ୍ରାପ୍ତ ଅଧ୍ୟକ୍ଷ ମେଜର ପ୍ରଭାତ କୁମାର ଦାଶ , ସାହିତ୍ୟ ଏକାଡେମୀ ସଦସ୍ୟ ବାହାଦୂର ପଟ୍ଟଶାହାଣୀ ଉପସ୍ଥିତ ଥିଲେ । କବି ବଡ଼ଜେନା ଙ୍କ ର ଓଡ଼ିଆ ସାହିତ କୁ ବଳିଷ୍ଠ ଅବଦାନ , ତାଙ୍କର କାବ୍ୟ କବିତା ର ସାମାଜ ଉପରେ ପଡିଥିବା ପ୍ରଭାବ ଉପରେ ମୁଖ୍ୟଅତିଥି ଆଲୋକପାତ କରିଥିଲେ । ଓଡ଼ିଶାର ସାହିତ୍ୟ କୃତି ଗୁଡିକ ବିଭିନ୍ନ ଭାଷାରେ ଦେଶବିଦେଶ ରେ ଆଦୃତି ଲାଭ କରିବା ର ଆବଶ୍ୟକତା ରହିଛି ବୋଲି ବିଶିଷ୍ଟ ଅତିଥି ମତ ପ୍ରକାଶ କରିଥିଲେ । ଦ୍ଵିତୀୟ ଅଧିବେଶନ ରେ ସମାଜ ପାଠକ ବିଚାର ମଞ୍ଚର ଉପ ସଭାପତି ଶ୍ରୀରାମ ରାଉତ ଙ୍କ ଅଧ୍ୟକ୍ଷତାରେ ସଂଯୋଜକ ନିରଞ୍ଜନ ସାହୁ ଓ ସମରେନ୍ଦ୍ର ନାୟକଙ୍କ ସଂଯୋଜନା ରେ କବିତା ପାଠୋତ୍ସଵ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ଜ୍ଞାନରଞ୍ଜନ ମିଶ କବିତା ଗୁଡିକୁ ସମୀକ୍ଷା କରିଥିଲେ । ସଭ୍ୟ ପ୍ରମୋଦ ସ୍ୱାଇଁ , ଡକ୍ଟର ଜୟକୃଷ୍ଣ ମିଶ୍ର ,ଆଡଭୋକେଟ ପ୍ରେମାନନ୍ଦ ସାହୁ , ପ୍ରଦୀପ କୁମାର ମହାପାତ୍ର , ମଧୁସୂଦନ ସେଣ୍ଢ , ମଧୁସୂଦନ ରାଉତ , ସନ୍ତୋଷ କୁମାର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ମଞ୍ଚ ର ସମ୍ପାଦକ ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ସହ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ଗମ୍ଭାରୀଗୁଡା ଧାନ ମଣ୍ଡିରେ କଳାକାର ସଙ୍ଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ରାଇରଙ୍ଗପୁର ଅନ୍ତଃନିବେଶୀ ସାଧନ କେନ୍ଦ୍ରରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ

Sunil Chandra Nayak

ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦ ଙ୍କ ଅବସର ଗ୍ରହଣ 

Sunil Chandra Nayak

Leave a Comment

error: Content is protected !!