ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଲକତାରେ ଡାକ୍ତରୀ ଛାତ୍ରୀଙ୍କୁ ଗଣ ବଳାତ୍କାର ଓ ହତ୍ଯା ପ୍ରତିବାଦ ନେଇ ରାଇରଙ୍ଗପୁର ସମୂହ ଡାକ୍ତରଙ୍କ ପ୍ରତିବାଦ ଶୋଭାଯାତ୍ରା 

କୋଲକତାରେ ଡାକ୍ତରୀ ଛାତ୍ରୀଙ୍କୁ ଗଣ ବଳାତ୍କାର ଓ ହତ୍ଯା ପ୍ରତିବାଦ ନେଇ ରାଇରଙ୍ଗପୁର ସମୂହ ଡାକ୍ତରଙ୍କ ପ୍ରତିବାଦ ଶୋଭାଯାତ୍ରା 

 ମୟୂରଭଞ୍ଜ – ୧୭/୦୮ ( ମସିହା)କୋଲକାତାର ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଦିତୀୟ ଵର୍ଷ ପିଜି ଛାତ୍ରୀଙ୍କୁ ଗତ ଅଗଷ୍ଟ ୯ ରେ ଅମାନୁଷିକ ବିଭତ୍ସଭାଵେ ଗଣ ବଳାତ୍କାର ଓ ହତ୍ଯା ମାମଲା ନେଇ ସାରା ଦେଶ କମ୍ପୁଛି, ଜଳୁଛି,ତାତୁଛି । ସାରା ଦେଶରେ ଡାକ୍ତର ଓ କର୍ମଚାରୀମାନଙ୍କ ମଧ୍ୟରେ ଶୋକରେ ଛାୟା ଖେଳିଯାଇଛି । ସମସ୍ତେ ଘଟଣା ନେଇ ସ୍ତବ୍ଧ ଓ ହତଵାକ ହୋଇ ଯାଇଛନ୍ତି ।ସମସ୍ତ ଡ଼ାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏହାକୁ ନେଇ ସମଗ୍ର ଦେଶରେ ଡାକ୍ତରମାନେ ଆନ୍ଦୋଳନ ଏବଂ କଳା ଵ୍ଯାଚ ପରିଧାନ କରୁଛନ୍ତି ।ଆଇଏମଏ ଓ ଓମସାର ୨୪ ଘଣ୍ଟିଆ ଓପିଡି ବନ୍ଦ ଡାକରାରେ ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟବନ୍ଦ ହୋଇଛି । ଡାକ୍ତର ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ।ଘଟଣାର ସମସ୍ତ ସଂପୃକ୍ତ ଦୋଷୀ ମାନଙ୍କୁ କରାଯିବା ସହ କଠୋରରୁ କଠୋର ଦଣ୍ଡ ଦେବାପାଇଁ ଦାବି ହେଉଛି । ଶନିବାର ଦିନ ଓମସା ଡାକରାରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଡ଼ାକ୍ତର ଏବଂ ଆଖପାଖ ୭ ଟି ସିଏଚସି,ପିଏଚସି ର କାର୍ଯ୍ୟରତ ଡାକ୍ତରମାନେ ଆଜି ଶନିବାର ଦିନ ଅପରାହ୍ନରେ ୪ ଘଟିକା ରେ ରାଇରଙ୍ଗପୁର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରୁ ମୁଖ୍ୟ ଅଧିକାରୀ ଡାକ୍ତର ରବୀନ୍ଦ୍ର ନାଥ ମାରାଣ୍ଡିଙ୍କ ନେତୃତ୍ୱରେ ସମସ୍ତ ଡାକ୍ତର ଓ ଡାକ୍ତରାଣୀମାନେ ପ୍ଳାକାର୍ଡ ଧରି ମୃତ ଡାକ୍ତର ଛାତ୍ରୀଙ୍କ ନ୍ୟାୟ ଦାବି ନେଇ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ରାଇରଙ୍ଗପୁର ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ପ୍ରତିବାଦ ସହ ମହିଳା ଟ୍ରେନିଂ ଡାକ୍ତର ଛାତ୍ରୀଙ୍କ ପାଇଁ ନ୍ୟାୟ ମିଳୁ ବୋଲି ଦାବି ଜଣାଇଥିଲେ ।ସେମାନେ କହିଥିଲେ ଆମେ ସୁରକ୍ଷିତ ଥିଲେ ସିନା ରୋଗୀଙ୍କୁ ଉତ୍ତମ ସେଵା ଦେବୁ ।ଆମ୍ଭେ ସଂପୂର୍ଣ୍ଣ ଭୟଭୀତ ଓ ଅସୁରକ୍ଷିତ ।ଆମ୍ଭ ଜୀବନ ସବୁବେଳେ ବିପନ୍ନ । ପରେ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରବୀନ୍ଦ୍ର ମାରାଣ୍ଡି ଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ବିଭିନ୍ନ ଦାବି ନେଇ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଦାବିଗୁଡିକୁ ହେଲା ମୃତ ଟ୍ରେନି ଡାକ୍ତରାଣୀଙ୍କୁ ନ୍ୟାୟ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ; ଡାକ୍ତର, କର୍ମଚାରୀ ଏବଂ ଡାକ୍ତରଖାନାରେ କେନ୍ଦ୍ରୀୟ ସୁରକ୍ଷା ଆଇନ ଲାଗୁ କରିବା; ଡାକ୍ତରଖାନାରେ ପୋଲିସ ଆଉଟ୍ ପୋଷ୍ଟ ଖୋଲିବା ଏବଂ ରାତି ୮ ଠାରୁ ସକାଳ ୬ ଟା ପର୍ଯ୍ୟନ୍ତ ପିସିଆର ଭେନ ରହିବ ଯେପର୍ଯ୍ୟନ୍ତ ପୋଲିସ ଫାଣ୍ଡି ନ ଖୋଲିଛି ; ଡାକ୍ତରଖାନାରେ ସୁସ୍ଥ ପରିଵେଶ ଏବଂ କାର୍ଯ୍ୟ ନିୟମ ଲାଗୁ କରିବା; ଡାକ୍ତରଖାନାକୁ ନିରାପତ୍ତା ଅଂଚଳ ଘୋଷଣା କରିବା ଇତ୍ୟାଦି ।ଏହି ପ୍ରତିବାଦ ଶୋଭାଯାତ୍ରାରେ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ରବୀନ୍ଦ୍ର ନାଥ ମାରାଣ୍ଡି, ଡଃ ପ୍ରମୋଦ ସାହୁ, ଡଃ ସାଗର ନାଏକ,ଡ଼ାଃ ଦେବେନ୍ଦ୍ରନାଥ ଟୁଡୁ,ଡ଼ଃ ରଜନୀକାନ୍ତ ମହାନ୍ତ,ଡଃ ସୌମେଶ ମହାନ୍ତ,ଡ଼ଃ ସ୍ମିତା ଵିରୁଆ,ଡଃ ଆୟୂଷ୍ମାନ ଦାସ, ଡଃ ସିଦ୍ଧାର୍ଥ ଜେନାମଣି, ଡଃ ସପ୍ତର୍ଶୀ ଛଟୋପାଧ୍ଯାୟ,ଡ଼ଃ ଼ନୀବେଦିତା ମୁଣ୍ଡାରୀ,ଡଃ ବିମଳା ମାରାଣ୍ଡି, ଡଃ ମନିଷ କୁମାର, ଡଃ ପିଣ୍ଟୁଙ୍କ ସମେତ ୭ ଟି ବ୍ଳକର ସିଏଚସି,ପିଏଚସିର କାର୍ଯ୍ୟରତ ଡାକ୍ତର,ଡାକ୍ତରାଣୀ, କର୍ମଚାରୀ କର୍ମଚାରୀ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିପଦରେ ବିସ୍ଥାପିତ ଗୋ’ ସମ୍ପଦା, ଗାଡିରେ ଚପି ସାତ ଗାଇ ମୃତ

Sunil Chandra Nayak

ବୈଷୟିକ ଶିକ୍ଷା ପାଇଁ କାଉନସେଲିଂ କାର୍ଯ୍ୟକ୍ରମ -ଜୁଲାଇ ୨୦ ପର୍ଯ୍ୟନ୍ତ ଆବେଦନ ଓ ୨୬ରୁ ନାମଲେଖା  -ଆଦିମ ଜନଜାତି ଓ ସମସ୍ତ ବର୍ଗର ଛାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ   

masiha

ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ  ଗ୍ରାମାଞ୍ଚଳର ବିକାଶ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଉଛି _ ଜିଲ୍ଲାପାଳ 

masiha

Leave a Comment

error: Content is protected !!