ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜ ସେବୀ ତଥା ଆଇନଜୀବୀ ଦୁର୍ଗା ପ୍ରସାଦ ନଏକଙ୍କ ମାତୃ ବିୟୋଗ

ସମାଜ ସେବୀ ତଥା ଆଇନଜୀବୀ ଦୁର୍ଗା ପ୍ରସାଦ ନଏକଙ୍କ ମାତୃ ବିୟୋଗ

ଜୁନାଗଡ଼,୨୮/୩(ମନୀ ସ)ଜୁନାଗଡ଼ ର ବରିଷ୍ଠ ସମାଜ ସେବୀ ତଥା ଆଇନଜୀବୀ ଦୁର୍ଗାପ୍ରସାଦ ନାଏକଙ୍କ ମାତା ମାଳତୀ ନଏକଙ୍କ ଭବାନୀପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ପରଲୋକ ହୋଇଯାଇଛି।ମୃତୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।ସ୍ଥାନୀୟ ହାତୀନଦୀ ସ୍ୱର୍ଗ ଦ୍ୱାରା ଠାରେ ତାଙ୍କର ଦାହସଂସ୍କାର ସଂପନ୍ନ ହୋଇଥିଲା। ପୁଅ ଭବାନୀ ଶଙ୍କର ନାଏକ ଓ ଦୁର୍ଗା ପ୍ରସାଦ ନାଏକ ମୁଖାଗ୍ନି ଦେଇଥିଲେ । ନାତି ସନ୍ତୋଷ ,ଧିରାଜ, ଲୋକେଶ ,ମହାବୀର ଓ ଜ୍ୟୋଇଁ ଓ ଅତ୍ମୀୟଙ୍କ ଉପସ୍ଥିତିରେ ଶବ ସତ୍କାର କାର୍ଯ୍ୟ ସମ୍ପନ୍ନ ହୋଇଥିଲା ସବାଧାରରେ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଈଶ୍ୱର ପୁଝାରୀ,ଭୈରବ ନାଏକ,ପର୍ଶୁରାମ ନାଏକ, ପ୍ରକାଶ ନାଏକ, ଓକିଲ ସଂଘ ସଭାପତି ହିମାଂଶୁ ବରାଡ଼,ବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ କୁମାର ଜାଲ,ବରିଷ୍ଠ ବିଜେପି ନେତା ଭାବସିନ୍ଧୁ ମଙ୍ଗରାଜ,ପୂର୍ବତନ ନଗରପାଳ ସୁଧାଂଶୁ ଶେଖର ବରାଡ଼,ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।ସ୍ବର୍ଗତ ମାଳତୀ ନାଏକ ଜଣେ ମିଷ୍ଟ ଭାସି ଓ ପରୋପକାରୀ ମହିଳା ଥିଲେ। ଜୀବନ କାଳ ମଧ୍ୟରେ ସେ ଅନେକ ବଦାନ୍ୟ ଓ ଜନ ହିତ କାର୍ଯ୍ୟ କରି ଯାଇ ଛନ୍ତି।ତାଙ୍କ ବିୟୋଗରେ ଆତ୍ମୀୟ, ପରିଜନ ତଥା ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି। 

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ପୋଷଣ ମାସ ପାଳନ 

masiha

ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

Sunil Chandra Nayak

ମହୁମାଛି କାମୁଡ଼ାରେ ମୃତ୍ୟୁ: ଶବ ଆଣିବାକୁ ଅସହାୟ ପରିବାର ପାଇଁ ଦେବଦୂତ ସାଜିଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ

Leave a Comment

error: Content is protected !!