ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ। ଜୟଭୀମ ନାରାରେ ପ୍ରକମ୍ପିତ ହେଲା ଜୁନାଗଡ଼ ସହର

ଜୁନାଗଡ଼ରେ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ

ଜୟଭୀମ ନାରାରେ ପ୍ରକମ୍ପିତ ହେଲା ଜୁନାଗଡ଼ ସହର

ଜୁନାଗଡ଼,୧୪/୪(ମନୀସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଆଜି ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼. ଭୀମରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ମହା ଆଡମ୍ବରରେ ପାଳିତ ହୋଇଛି । ଜୁନାଗଡ଼ ସହର ନୀଳ ରଙ୍ଗରେ ରଙ୍ଗୀନ ହେବା ସହିତ ଜୟ ଭୀମ ନାରାରେ ପ୍ରକମ୍ପିତ ହୋଇଥିଲା ।ଜୁନାଗଡ଼ ବହୁଜନ ସଂଗ୍ରାମ ସମିତିର ନେତୃତ୍ୱରେ ହେଉଥିବା ଏହି କାର୍ଯ୍ୟକ୍ରମରେ ହିଁଜିଲିବାହାଲି ରୁ ଏକ ବିରାଟ ସଂସ୍କୃତିକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ନୂଆବସଷ୍ଟାଣ୍ଡ ସ୍ଥିତ ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ । ପରେ ସେଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକେ ଯୋଗଦେଇଥିଲେ । ବହୁଜନ ସଂଗ୍ରାମ ସମିତି ଅଧ୍ୟକ୍ଷ ରଞ୍ଜନ କୁମାର ଜାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ସମାଜ ସେବୀ ତଥା ଆଇନଜୀବୀ ଦୁର୍ଗା ପ୍ରସାଦ ନାଏକ, ଓକିଲ ସଂଘ ସମ୍ପାଦକ ହିମାଂଶୁ ଶେଖର ବରାଡ଼, ଜୁନାଗଡ଼ ସାମ୍ବାଦିକ ସଙ୍ଘ ର ସଭାପତି ଖଗେଶ୍ବର ଧଙ୍ଗଡାମାଝୀ, ପୂର୍ବ ଏନଏସି ଅଧକ୍ଷ୍ୟାବିଜୟଲକ୍ଷ୍ମୀ କନ୍ଧପାନ ,କାଉନସିଲର ହିମାଦ୍ରୀ ସିନ୍ଦୁର, ବିଜେପି ନଗର ସଭାପତି କାଲେନ୍ଦୀ ପାଣିଗ୍ରାହୀ.,ମାରବବାଡ଼ି ସମାଜ ସଭାପତି ଚମ୍ପକ ଅଗ୍ରୱାଲ କୁବେର ସମାଜ ରୁ ଉଦ୍ଧବଚରଣ ସାହୁ. ଉପଦେଷ୍ଟା ବିଶ୍ୱନାଥ କର ପ୍ରମୁଖ ଉଦବୋଧନ ଦେଇଥିଲେ । ବହୁଜନ ସଂଗ୍ରାମ ସମିତିର ଉପଦେଷ୍ଟା ନରେନ୍ଦ୍ର କ୍ଷୀତି ଓ ଉଗ୍ରେସେନ କନ୍ଦ ପାନ ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁଜନ ସଂଗ୍ରାମ ସମିତିର,ଜାତୀନ୍ଦ୍ର କର ,ପ୍ରେମଲାଲ ନାଏକ, ଚିତ୍ତରଞ୍ଜନ ନିଆଲ,ନିଲୁ ମାଝୀ, ସୁଶାନ୍ତ ନାଏକ, ଶରତ ଶବର ,ମିନୁ କନ୍ଦ ପାନ ,କୁମରମଣିଦୁର୍ଗା , ରବି ସୁନାନୀ, ରତନ ଢଙ୍ଗଡା ମାଝୀ, ବିକ୍ରାନ୍ତ କୁମାର, ଲଳିତ ବାଗ ,ପ୍ରେମଲାଲ ବାଗ, ଶିବ ମହାନନ୍ଦ, ଗୌରାଙ୍ଗମାଝୀ, ଅଞ୍ଜନ କ୍ଷିତି, ବୁନୁ ବାଗ,ଟୁନୁ ବାଗ ଋଷି କ୍ଷିତି, ଗୁଡୁ କ୍ଷିତି ଘାସିରାମ କ୍ଷିତି ସମେତ ଶତାଧିକ ଭୀମସେନା ଉପସ୍ଥିତ ଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାଜଧାନୀରେ ଅନୁଷ୍ଠିତ ହେଲା ଢେଙ୍କାନାଳ ଉତ୍ସବ 

ସତର ବର୍ଷ ଧରି ବ୍ୟକ୍ତିଗତ ଘରେ ପାଠପଢା, ବହୁବାର ଅଭିଯୋଗ ସତ୍ତ୍ବେ ହୋଇପାରୁନି ଅଙ୍ଗନବାଡ଼ି ଗୃହ ନିର୍ମାଣ 2-ମଟରସାଇକେଲ-ସ୍କୁଟି ଧକ୍କା ,୧ ମୃତ ଓ ଜଣେ ଗୁରୁତର

masiha

ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟରେ A1 ଗ୍ରେଡ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!