ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳମପୁର ଥାନା କୁ ପୁରିଲା ଦୁଇ ବର୍ଷ ବଦଲି ହେଲେଣି ଚାରି ଥାନା ଅଧିକାରୀ ଫାଣ୍ଡି ଅଧିକାରୀ ଉପରେ କାର୍ଯ୍ୟକ୍ରମ ଭାର 

କଳମପୁର ଥାନା କୁ ପୁରିଲା ଦୁଇ ବର୍ଷ ବଦଲି ହେଲେଣି ଚାରି ଥାନା ଅଧିକାରୀ ଫାଣ୍ଡି ଅଧିକାରୀ ଉପରେ କାର୍ଯ୍ୟକ୍ରମ ଭାର 

କଲମପୁର (ମସିହା) କଳାହାଣ୍ଡି ଜିଲ୍ଲା କଲମପୁର ଥାନା ସ୍ଥାପନାକୁ ଦୁଇ ବର୍ଷ ପୁରିଲା, ଏହି ଦୁଇ ବର୍ଷ ମଧ୍ୟରେ ଚାରି ଜଣ ଥାନାଧିକାରୀ ବଦଳି ହୋଇ ଗଲେଣି, ଏବେ ଏହି ଥାନା ପଞ୍ଚମ ଥାନାଧିକାରୀଙ୍କୁ ଅପେକ୍ଷା କରି ରହିଛି,! ପ୍ରକାଶ ଯେ ତତ୍କାଳିନ ସରକାର ଜନସାଧାରଣଙ୍କ ଦାବି ଅନୁସାରେ ଥାନା ସ୍ଥାପନା ପାଇଁ ନିଷ୍ପତି ନେଲେ,ଏହା ପୂର୍ବରୁ କଲମପୁର ଅଞ୍ଚଳବାସୀ ଜୟପାଟଣା ଥାନା ଉପରେ ନିର୍ଭରଶୀଳ 9ଥିଲେ, ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ କଲମପୁର ଫାଣ୍ଡିକୁ ଥାନାର ମାନ୍ୟତା ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆଭାସି ମାଧ୍ୟମରେ ଗତ ୯ ଜାନୁୟାରି ୨୦୨୩ ରେ ଲୋକାର୍ପିତ ହୋଇଥିଲା, ସେବେଠାରୁ ପୂର୍ତ୍ତ ବିଭାଗର ବଙ୍ଗଳାରେ ଅସ୍ଥାୟୀ ଭାବେ ଥାନା କାର୍ଯ୍ୟକାରୀ ହୋଇ ଆସୁଛି, ପ୍ରଥମ ଥାନାଧିକାରୀ ଭାବେ ଅଶୋକ ପ୍ରଧାନ ଦାୟିତ୍ୱ ନେଇଥିବା ବେଳେ ପରେ ଜିତେନ୍ଦ୍ର ବିଶ୍ଵାଳ,ଯୁଗଳ ଶବର ଓ ପ୍ରଦିପ୍ତ କାନୁନଗୋ ଦାୟିତ୍ୱ ଗ୍ରହଣ କରିଥିଲେ, ଏସମସ୍ତ ଥାନାଧିକାରୀଙ୍କ ବଦଳି ହୋଇ ଯାଇଥିବା ବେଳେ ଏବେ ଥାନାଧିକାରୀ ଆସନ ଖାଲି ପଡିଛି, ଏବେ କାମଚଳା ଭାବେ ଏହି ଥାନା ଅର୍ନ୍ତଗତ ବଡକୁଟୃ ଫାଣ୍ଡି ଅଧିକାରୀ ଶିବ ମହାନ୍ତି ଥାନାଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରୁଛନ୍ତି,ଏଖବର ‘ସକାଳ’ରେ ମୁରବିଶୂନ୍ୟ କଲମପୁର ଥାନା ଶିର୍ଷକ ଲେଖା ପ୍ରକାଶିତ ହୋଇଥିଲା,ଖବର ପ୍ରକାଶିତ ପରେ ବିଭାଗରେ ତତ୍ପରତା ପ୍ରକାଶ ପାଇଥିଲା, ବିଭାଗ ସୂତ୍ରରୁ ଜଣାଯାଏ ଯେ ଜିଲ୍ଲା କର୍ତ୍ତୃପକ୍ଷଙ୍କ ଆଦେଶ ଅନୁସାରେ ବିଜେପୁର ଥାନାଧିକାରୀ ନୀଳାମ୍ବର ଜାନୀଙ୍କୁ କଲମପୁର ଥାନାଧିକାରୀ ଭାବେ ନିୟୋଜିତ କରାଯାଇଛି, ଅଦ୍ୟାବଧି ଶ୍ରୀ ଜାନୀ କାର୍ଯ୍ୟରେ ଯୋଗ ଦେଇ ନାହାଁନ୍ତି,। 

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ବ୍ଯାସକବି ଫକୀର ମୋହନ ଓ ଉତ୍କଳ ଗୌରବ ମଧୁସୂଦନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ପ୍ରତିବାଦ ବୈଠକ ଓ ଥାନାରେ ଏତଲା ପ୍ରଦାନ 

ବନବିଭାଗରେ ମହାଦୁର୍ନୀତି  ସରକାରୀ ଅନୁଦାନ ଲୁଟ ପାଇଁ ଅଜବ କାରସାଦି  ମଲା ଗଛରେ ପାଣି ଦେଉଛି ବନବିଭାଗ 

masiha

ଧରାକୋଟ ବ୍ଲକରେ ଜିଲ୍ଲା ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!