ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦିଲ୍ଲୀ ବିଜୟ ପାଇଁ ବି ଜେ ପି ର ବିଜୟ ଶୋଭାଯାତ୍ରା

ଦିଲ୍ଲୀ ବିଜୟ ପାଇଁ ବି ଜେ ପି ର ବିଜୟ ଶୋଭାଯାତ୍ରା

ଆସିକା ,୮/୨/୨୫ // ଦିଲ୍ଲୀ ରେ ବି ଜେ ପି ର 48 ସିଟ ଜିଣି ଭାରି ବିଜୟ ପାଇଁ ଧରାକୋଟ ଅଞ୍ଚଳର କର୍ମୀ ମାନେ ବିଜୟ ଶୋଭାଯାତ୍ରା କରିବା ସହ ଖୁସି ମନାଇଛନ୍ତି । ଘୁମୁସର ଆସିକା ଜିଲ୍ଲା ବି ଜେ ପି ସଭାପତି ବିଜୟ କୁମାର ସ୍ୱାଇଁଙ୍କ ମାର୍ଗ ଦର୍ଶନ ରେ ଆଜି ଏକ ଶୋଭାଯାତ୍ରା ବଡ଼ଦାଣ୍ଡ ସହିରୁ ଆରମ୍ଭ ହୋଇ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିଥିଲା । ହାତରେ ପ୍ଲାକାର୍ଡ ସହ ବିଭିନ୍ନ ସ୍ଲୋଗାନ ଦେଇ କର୍ମୀ ମାନେ ମନ୍ଦିର ନିକଟରେ ପହଁଚି ପରସ୍ପର କୁ ମିଠା ଖୁଆଇବା ସହ ଦଳୀୟ ନେତୃବୃନ୍ଦ ଓ ଦିଲ୍ଲୀ ବାସୀଙ୍କୁ କୃତଜ୍ଞତା ଜଣାଇଥିଲେ । ପୂର୍ବତନ ମଣ୍ଡଳ ସଭାପତି ୟୁ ପାପା ରାଓ, କାହ୍ନୁ ପ୍ରଧାନ, ଅଶୋକ ନାୟକ,ଧରାକୋଟ ବ୍ଲକ ସଂଯୋଜକ ମୁନା ପ୍ରଧାନ, ସାବା ସଭାପତି ବୁଧିଆ ନାୟକ,ହୃଷୀକେଶ ସାହୁ,ଚିରଞ୍ଜିବୀ ବିଶ୍ବାଳ,ସରୋଜ ବିଶୋଇ,ଜଳନ୍ଧର ପ୍ରଧାନ,ରିଙ୍କୁ ନାୟକ,ଶଶାଙ୍କ ପ୍ରଧାନ, ବବିନା ବେହେରା,ଟୁନା ପ୍ରଧାନ,ଶିବ ପାଣିଗ୍ରାହୀ ଙ୍କ ସମେତ ଶତାଧିକ କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

 

Related posts

ସୁକୁମାର ରଂଜନ ପ୍ରଧାନ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସର ଏଲଡିଏମ୍ ସଂଯୋଜକ 

Sunil Chandra Nayak

ମୋଦି ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନିତୀ ବିରୁଦ୍ଧରେ ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ର ଦେଶବ୍ୟାପୀ ଆଇନ୍ ଅମାନ୍ୟ ଓ ଜେଲଭରୋ 

Sunil Chandra Nayak

ବିଜେପି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି 

masiha

Leave a Comment

error: Content is protected !!